ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍ର,ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ…
ନୂଆଦିଲ୍ଲୀ,୫।୯: କାରିବିଆନ ପ୍ରିମିୟର ଲିଗ ଅର୍ଥାତ୍ ସିପିଏଲ୍ ୨୦୨୪ର ସପ୍ତମ ମ୍ୟାଚ ରେ ସେଣ୍ଟ କିଟ୍ସ ଆଣ୍ଡ୍ ନେଭିସ ପ୍ୟାଟ୍ରିୟଟ୍ସ ବନାମ ଗୁଇନା ଆମାଜନ ୱାରିୟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଶିମ୍ରନ ହେଟମିୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ଗୁଇନ୍ଦା ଆମାଜନ ୱାରିୟର୍ସ ସେଣ୍ଟ କିଟ୍ସ ଆଣ୍ଡ୍ ନେଭିସ ପ୍ୟାଟ୍ରିୟଟ୍ସଙ୍କୁ ୪୦ ରନ୍ରେ ପରାସ୍ତ କରିଛନ୍ତି। ହେଟମିୟର କେବଳ ଏହି ମ୍ୟାଚରେ ୯୧ ରନ୍ର ଇନିଂସ ଖେଳି ନାହାଁନ୍ତି ବରଂ ଟି -୨୦ କ୍ରିକେଟରେ ଏକ […] The post ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍ର,ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ… appeared first on Dharitri Odia News.
ନୂଆଦିଲ୍ଲୀ,୫।୯: କାରିବିଆନ ପ୍ରିମିୟର ଲିଗ ଅର୍ଥାତ୍ ସିପିଏଲ୍ ୨୦୨୪ର ସପ୍ତମ ମ୍ୟାଚ ରେ ସେଣ୍ଟ କିଟ୍ସ ଆଣ୍ଡ୍ ନେଭିସ ପ୍ୟାଟ୍ରିୟଟ୍ସ ବନାମ ଗୁଇନା ଆମାଜନ ୱାରିୟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଶିମ୍ରନ ହେଟମିୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ଗୁଇନ୍ଦା ଆମାଜନ ୱାରିୟର୍ସ ସେଣ୍ଟ କିଟ୍ସ ଆଣ୍ଡ୍ ନେଭିସ ପ୍ୟାଟ୍ରିୟଟ୍ସଙ୍କୁ ୪୦ ରନ୍ରେ ପରାସ୍ତ କରିଛନ୍ତି। ହେଟମିୟର କେବଳ ଏହି ମ୍ୟାଚରେ ୯୧ ରନ୍ର ଇନିଂସ ଖେଳି ନାହାଁନ୍ତି ବରଂ ଟି -୨୦ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି।
ହେଟମିୟର ୨୩୩.୩୩ର ଷ୍ଟ୍ରାଇକ ହାରରେ ୯୧ ରନ ଇନିଂସ ଖେଳିଥିଲେ। ଏଥିରେ ସେ ୧୧ ଛକା ମାରିଥିଲେ ମଧ୍ୟ ଗୋଟିଏ ଚୌକା ମାରି ନ ଥିଲେ। ଏହିପରି ସେ ଟି-୨୦ ଇତିହାସରେ ବିନା ଚୌକାରେ ୧୦ କିମ୍ବା ଅଧିକ ଛକା ମାରିବାରେ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏହି ସଫଳତା ହାସଲ କରିପାରି ନ ଥିଲେ। ଏହି ମ୍ୟାଚରେ ସେ ଛକା ବର୍ଷା କରିଥିଲେ।
ଟି -୨୦ ମ୍ୟାଚ୍ରେ ଚୌକା ବିନା ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ
୧୧- ଶିମ୍ରନ ହେଟମିୟର (GAW ବନାମ SKN): ୩୯ ବଲରୁ ୯୧, ବ୍ୟାସେଟର ୨୦୨୪
୯ – ରିକି ୱେସେଲ୍ସ (ନଟ୍ସ ବନାମ ୱର୍କସ): ୧୮ଟି ବଲରୁ ୫୫, ୱର୍କେଷ୍ଟର ୨୦୧୮
୮- ୱିଲ ଜ୍ୟାକ (ସୁରେ ବନାମ କେଣ୍ଟ): ୨୭ ବଲରୁ ୬୪ ରନ, କ୍ୟାଣ୍ଟରବେରୀ ୨୦୧୯
୮ – ସୟଦ ଅଜିଜ (ମାଲେସିଆ ବନାମ ସିଙ୍ଗାପୁର): ୨୦ଟି ବଲରୁ ୫୫ ରନ, ବାଙ୍ଗି ୨୦୨୨
୮- ଦୀପେନ୍ଦ୍ର ସିଂ ଆରି (ନେପାଳ ବନାମ ମୋଙ୍ଗୋଲିଆ): ୧୦ ବଲରୁ ୫୨, ହାଙ୍ଗଜୋ ୨୦୨୩
୮- ହେନ୍ରିଚ କ୍ଲାସେନ (SRH ବନାମ KKR): ୨୯ ବଲରୁ ୬୩ ରନ, କୋଲକାତା
The post ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍ର,ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ… appeared first on Dharitri Odia News.