ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନବିସଙ୍କ ତୃତୀୟ ପାଳିର ଆରମ୍ଭ, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା
ମୁମ୍ବାଇ: ନାଗପୁରରୁ ନଭି ମୁମ୍ବାଇ... କର୍ପୋରେଟରରୁ ମୁଖ୍ୟମନ୍ତ୍ରୀ... ମହାୟୁତିରେ ପ୍ରଥମ... ମହାରାଷ୍ଟ୍ରରେ ତୃତୀୟ ଇନିଂସ । ମେଣ୍ଟ ସରକାରରେ ପୋଷ୍ଟର ବଏ ‘ଦେବ୍ ଭାଉ’ । ସିଏମ୍ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ତୃତୀୟ ପାଳିରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସି.ପି ରାଧାକ୍ରୀଷ୍ଣନ୍ । ମହାରାଷ୍ଟ୍ର ମହାନାଟକରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବିଜେପି-ଏନସିପି-ଶିବସେନାର ମେଣ୍ଟରେ ସରକାର ଗଠନ ହୋଇଛି ।କର୍ପୋରେଟରରୁ ଷଷ୍ଠ ଥର ବିଧାୟକ ଦେବେନ୍ଦ୍ର ଫଡନାବିସ । ଆଉ ମହାୟୁତି ମେଣ୍ଟ ସରକାରରେ ମହାରାଷ୍ଟ୍ରର ୧୮ତମ ସିଏମ୍ । ଫଡନବିସଙ୍କ ରାଜନୈତିକ କ୍ୟାରିୟର ABVPରୁ ଆରମ୍ଭ ହୋଇଥିଲା । ନାଗପୁରର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ‘ଦେବ ଭାଉ’ ୧୯ ବର୍ଷ ବୟସରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ବିଜନେସ୍ ମ୍ୟାନେଜମେଣ୍ଟରେ ପରେ ଏଲଏଲବିରେ ଡିଗ୍ରି କରିଥିଲେ ଫଡନବିସ୍ । ଏହାପରେ ୧୯୯୨ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରି ପ୍ରଥମ ପ୍ରୟାସରେ ନାଗପୁର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ଏହାର ପାଞ୍ଚ ବର୍ଷ ପରେ ଅର୍ଥାତ୍ ୧୯୯୭ରେ ନାଗପୁରର ମେୟର ହୋଇଥିଲେ । ସେ ଥିଲେ ଦ୍ବିତୀୟ ସର୍ବକନିଷ୍ଠ ମେୟର । ଦେବେନ୍ଦ୍ର ଫଡନବିସ୍ ୧୯୯୯ ମସିହାରୁ ଲଗାତାର ବିଧାୟକ ଭାବେ ଜିତି ଆସୁଛନ୍ତି । ୧୯୯୯ରେ ବିଜେପି ଟିକେଟରେ ପଶ୍ଚିମ ନାଗପୁର ବିଭାନସଭା
ମୁମ୍ବାଇ: ନାଗପୁରରୁ ନଭି ମୁମ୍ବାଇ... କର୍ପୋରେଟରରୁ ମୁଖ୍ୟମନ୍ତ୍ରୀ... ମହାୟୁତିରେ ପ୍ରଥମ... ମହାରାଷ୍ଟ୍ରରେ ତୃତୀୟ ଇନିଂସ । ମେଣ୍ଟ ସରକାରରେ ପୋଷ୍ଟର ବଏ ‘ଦେବ୍ ଭାଉ’ । ସିଏମ୍ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ତୃତୀୟ ପାଳିରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସି.ପି ରାଧାକ୍ରୀଷ୍ଣନ୍ । ମହାରାଷ୍ଟ୍ର ମହାନାଟକରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବିଜେପି-ଏନସିପି-ଶିବସେନାର ମେଣ୍ଟରେ ସରକାର ଗଠନ ହୋଇଛି ।
କର୍ପୋରେଟରରୁ ଷଷ୍ଠ ଥର ବିଧାୟକ ଦେବେନ୍ଦ୍ର ଫଡନାବିସ । ଆଉ ମହାୟୁତି ମେଣ୍ଟ ସରକାରରେ ମହାରାଷ୍ଟ୍ରର ୧୮ତମ ସିଏମ୍ । ଫଡନବିସଙ୍କ ରାଜନୈତିକ କ୍ୟାରିୟର ABVPରୁ ଆରମ୍ଭ ହୋଇଥିଲା । ନାଗପୁରର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ‘ଦେବ ଭାଉ’ ୧୯ ବର୍ଷ ବୟସରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ବିଜନେସ୍ ମ୍ୟାନେଜମେଣ୍ଟରେ ପରେ ଏଲଏଲବିରେ ଡିଗ୍ରି କରିଥିଲେ ଫଡନବିସ୍ । ଏହାପରେ ୧୯୯୨ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରି ପ୍ରଥମ ପ୍ରୟାସରେ ନାଗପୁର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ଏହାର ପାଞ୍ଚ ବର୍ଷ ପରେ ଅର୍ଥାତ୍ ୧୯୯୭ରେ ନାଗପୁରର ମେୟର ହୋଇଥିଲେ । ସେ ଥିଲେ ଦ୍ବିତୀୟ ସର୍ବକନିଷ୍ଠ ମେୟର ।
ଦେବେନ୍ଦ୍ର ଫଡନବିସ୍ ୧୯୯୯ ମସିହାରୁ ଲଗାତାର ବିଧାୟକ ଭାବେ ଜିତି ଆସୁଛନ୍ତି । ୧୯୯୯ରେ ବିଜେପି ଟିକେଟରେ ପଶ୍ଚିମ ନାଗପୁର ବିଭାନସଭା ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । କଂଗ୍ରେସ ପ୍ରାର୍ଥୀ ଅଶୋକ ଧାଓ୍ବାଡ଼ଙ୍କୁ ୯,୦୮୭ ଭୋଟରେ ମାତ୍ ଦେଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ଦୁଇ ଥର ଜିତିବା ପରେ ୨୦୦୯ରେ ନାଗପୁର ଦକ୍ଷିଣ-ପଶ୍ଚିମ ସିଟରୁ ବିଧାୟକ ହୋଇଥିଲେ । ଏହାପରଠୁ ଲଗାତାର ୨୦୨୪ ଯାଏଁ ବିଧାୟକ ଭାବେ ନିର୍ବାଚିତ ହେଇ ଆସୁଛନ୍ତି ଫଡନବିସ୍ ।
ଦେବେନ୍ଦ୍ର ଫଡନବିସ୍ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଥମେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ସରକାରରେ ସିଏମ୍ ଦାୟିତ୍ବ ସମ୍ଭାଳିଥିଲେ । ଏହା ପରେ ଦ୍ବିତୀୟ ଥର ପାଇଁ ୨୦୧୯ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ଏହା ତାଙ୍କର ଥିଲା ସର୍ବନିମ୍ନ କାର୍ଯ୍ୟକାଳ । ଶପଥ ନେବାର ୩ଦିନ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଥିଲା । ରାଜନୈତିକ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଇସ୍ତଫା ଦେବାକୁ । ଏହା ପରେ ୨୦୨୨ରେ ବିଜେପି-ଏନସିପି-ଶିବସେନା ଗୋଷ୍ଠୀ ମହାୟୁତି ଗଠନ କରି ଉଦ୍ଧବ ଠାକରଙ୍କୁ ସରକାରକୁ ଗାଦିଚ୍ୟୁତ କରିଥିଲେ ଦେବେନ୍ଦ୍ର । ମହାୟୁତିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମେଣ୍ଟରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ ଅଜିତ୍ ପାଓ୍ବାର ହୋଇଥିଲେ ।
୨୦୨୪ରେ ମହାରାଷ୍ଟ୍ରର ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ମହାୟୁତି ୨୩୩ ସିଟରେ ବିଜୟୀ ହୋଇଛି । ବିଜେପିରୁ ୧୩୨ ବିଧାନସଭା ମିଳିଥିବା ବେଳେ ସିନ୍ଦେଙ୍କ ଶିବସେନାକୁ ୫୭ ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପିକୁ ୪୧ ଆସନ ମିଳିଛି । ବିଜେପିକୁ ସର୍ବାଧିକ ଆସନ ମିଳିଥିବାରୁ ଦେବେନ୍ଦ୍ର ଫଡନବିସ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।