ଟିଏମ୍‌ସିର ନିର୍ବାଚନ ଇସ୍ତାହାର: ସିଏଏ ପ୍ରତ୍ୟାହାର ସହ ୟୁସିସିକୁ ବନ୍ଦ କରିବାକୁ ଶପଥ ନେଲା ଦଳ

କୋଲକାତା: ବିଜେପିକୁ କଡ଼ା ଟକ୍କର ଦେଉଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ବିଜେପି ସରକାର ଲାଗୁ କରିଥିବା ନାଗରିକ ସଂଶୋଧନ ଆଇନ ଓ ସମାନ ନାଗରିକ ସଂହିତା(ୟୁସିସି)କୁ ହଟାଇ ଦିଆଯିବ ବୋଲି ଟିଏମ୍‌ସି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଏନ୍‌ଆର୍‌ସିକୁ ମଧ୍ୟ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ଦଳ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ବୁଧବାର ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନ, ପଶ୍ଚିମବଙ୍ଗ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପଦେଷ୍ଟା ଅମିତ ମିତ୍ର ଇସ୍ତାହାର ଉନ୍ମୋଚନ କରିଛନ୍ତି। ତେବେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଉପସ୍ଥିତ ନଥିଲେ। ଇସ୍ତାହାର ପ୍ରକାଶ କରି ଟିଏମ୍‌ସିଂ ସାଂସଦ ଡେରେକ ଓବ୍ରାଏନ କହିଛନ୍ତି “ଇଣ୍ଡିଆ ମେଣ୍ଟରେ ଥିବା ଟିଏମ୍‌ସିର ସରକାର ଆସିଲେ ଆମେ ଏହିସବୁ ପ୍ରତିଶ୍ରୁତି ପୂରଣ କରିବୁ।” ୟୁସିସି ଓ ସିଏଏ ବ୍ୟତୀତ ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ଓ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଟିଏମ୍‌ସି ନିର୍ବାଚନ ପ୍ରତିଶ୍ରୁତି ଦେଇଛି।  ପଢ଼ନ୍ତୁ-ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୧୫୦ ଆସନରେ ସୀମିତ ରହିବ: ରାହୁଲ ଗାନ୍ଧୀଟିଏମ୍‌ସିର 'ଦିଦି କା ୧୦ ଶପଥ' ନାମରେ ନିର୍ବାଚନ ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଛି। ଏଥିରେ ଥିବା ପ୍ରତିଶ୍ର

ଟିଏମ୍‌ସିର ନିର୍ବାଚନ ଇସ୍ତାହାର: ସିଏଏ ପ୍ରତ୍ୟାହାର ସହ ୟୁସିସିକୁ ବନ୍ଦ କରିବାକୁ ଶପଥ ନେଲା ଦଳ

କୋଲକାତା: ବିଜେପିକୁ କଡ଼ା ଟକ୍କର ଦେଉଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ବିଜେପି ସରକାର ଲାଗୁ କରିଥିବା ନାଗରିକ ସଂଶୋଧନ ଆଇନ ଓ ସମାନ ନାଗରିକ ସଂହିତା(ୟୁସିସି)କୁ ହଟାଇ ଦିଆଯିବ ବୋଲି ଟିଏମ୍‌ସି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଏନ୍‌ଆର୍‌ସିକୁ ମଧ୍ୟ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ଦଳ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। 

ବୁଧବାର ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନ, ପଶ୍ଚିମବଙ୍ଗ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପଦେଷ୍ଟା ଅମିତ ମିତ୍ର ଇସ୍ତାହାର ଉନ୍ମୋଚନ କରିଛନ୍ତି। ତେବେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଉପସ୍ଥିତ ନଥିଲେ। ଇସ୍ତାହାର ପ୍ରକାଶ କରି ଟିଏମ୍‌ସିଂ ସାଂସଦ ଡେରେକ ଓବ୍ରାଏନ କହିଛନ୍ତି “ଇଣ୍ଡିଆ ମେଣ୍ଟରେ ଥିବା ଟିଏମ୍‌ସିର ସରକାର ଆସିଲେ ଆମେ ଏହିସବୁ ପ୍ରତିଶ୍ରୁତି ପୂରଣ କରିବୁ।” ୟୁସିସି ଓ ସିଏଏ ବ୍ୟତୀତ ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ଓ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଟିଏମ୍‌ସି ନିର୍ବାଚନ ପ୍ରତିଶ୍ରୁତି ଦେଇଛି।  

ପଢ଼ନ୍ତୁ-ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୧୫୦ ଆସନରେ ସୀମିତ ରହିବ: ରାହୁଲ ଗାନ୍ଧୀ

ଟିଏମ୍‌ସିର 'ଦିଦି କା ୧୦ ଶପଥ' ନାମରେ ନିର୍ବାଚନ ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଛି। ଏଥିରେ ଥିବା ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରୁ କିଛି ପ୍ରମୁଖ ପ୍ରତିଶ୍ରୁତି ହେଲା ପ୍ରତିବର୍ଷ ବିପିଏଲ୍‌ ପରିବାରକୁ ୧୦ଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ରାସନକାର୍ଡଧାରୀଙ୍କୁ ମାଗଣାରେ ଘରେ ନେଇ ୫ କେଜି ରାସନ ଦିଆଯିବ। ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରତି ମାସରେ ଏକ ହଜାର ଭତ୍ତା ଓ ସମସ୍ତଙ୍କ ପାଇଁ ୧୦ ଲକ୍ଷର ମେଡିକାଲ ଇନ୍ସୁରାନ୍ସ ଦିଆଯିବ ବୋଲି ଟିଏମ୍‌ସି କହିଛି। 

ନିର୍ବାଚନ ଇସ୍ତାହାରରେ ଟିଏମ୍‌ସି କହିଛି ତେଲ ଓ ଏଲ୍‌ପିଜି ଗ୍ୟାସ୍ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ମୂଲ୍ୟ ସ୍ଥିରିକରଣ କୋଷ(ପ୍ରାଇସ୍ ଷ୍ଟାଇବିଲାଇଡେନସ ଫଣ୍ଡ) ଗଠନ କରିବ। ସେହିପରି ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଛାତ୍ରଙ୍କୁ ୨୫ ବର୍ଷ ଯାଏ ମାସିକ ଭତ୍ତା ଦିଆଯିବ। ଏହାପରେ ବି ଯଦି ସେ ଉଚ୍ଚଶିକ୍ଷା ଜାରି ରଖନ୍ତି ତେବେ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ କ୍ରେଡିଟ୍ କାର୍ଡ ବ୍ୟବସ୍ଥା କରାଯିବ। 


ସେହିପରି ପଶ୍ଚିମବଙ୍ଗରେ ଦିଆଯାଉଥିବା ଲକ୍ଷ୍ମୀ ଭଣ୍ଡାର ଯୋଜନାରେ ମହିଳାଙ୍କୁ ମାସିକ ଟଙ୍କା ପ୍ରଦାନ କରାଯିବ। ତା ସହିତ କୃଷକଙ୍କ ପାଇଁ ସର୍ବ ନିମ୍ନ ସମର୍ଥନ ମୂଲ୍ୟ(ଏମ୍‌ଏସ୍‌ପି)  ଗ୍ୟାରେଣ୍ଟି। ଯାହା ସମସ୍ତ ଫସଲର ଉତ୍ପାଦନର ହାରାହାରି ମୂଲ୍ୟଠାରୁ ଅତିକମରେ ୫୦ ପ୍ରତିଶତ ଅଧିକ ହେବ ବୋଲି ଟିଏମ୍‌ସି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି।