ଶାହଦରା କେସ୍‌ର ପର୍ଦ୍ଦାଫାସ୍ କଲା ପୋଲିସ, ମାତ୍ର ୭୦ ହଜାର ଟଙ୍କା ପାଇଁ ହୋଇଛି ଡବଲ ମର୍ଡର

ଶାହଦରା ୧।୧୧: ପୋଲିସ ଶାହଦରା ଡବଲ ମର୍ଡର କେସ୍‌ର ତଦନ୍ତ ଯେତିକି ଆଗକୁ ବଢାଉଛି ମାମଲାରୁ ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏବେ ପୋଲିସ ଜାଣିବାକୁ ପାଇଛି ଅଭିଯୁକ୍ତ ମୃତକଙ୍କଠାରୁ ୭୦ ହଜାର ଟଙ୍କା ପାଇବାକୁ ଥିଲା। ମୃତକ ଅଭିଯୁକ୍ତଙ୍କୁ କିଛି କାମ କରାଇଥିଲେ। ଯେଉଁଥି ପାଇଁ ମୃତକ ତାଙ୍କୁ ଏହି ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପୋଲିସ ସୂତ୍ର ଅନୁସାରେ ଅଭିଯୁକ୍ତ ଏହି ପଇସା ପାଇଁ ବାରମ୍ବାର ମାଗିବାକୁ ଆସୁଥିଲା। ହେଲେ ଦୀପାବଳିରେ ବି ମୃତକ ତାଙ୍କୁ ପଇସା ଦେଇ ନଥିଲେ। ଏହି କାରଣରୁ ଅଭିଯୁକ୍ତ ରାଗରେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଏ ସବୁ କରିବା ପାଇଁ ଅଭିଯୁକ୍ତ ମନରେ ଗତ ୧୭ ଦିନ ହେଲା ପାଞ୍ଚ କରୁଥିଲା। ଶେଷରେ ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତ ନିଜ ସହିତ ଜଣେ ସୁପାରି କିଲରଙ୍କୁ ନେଇଥିଲା ଓ ହତ୍ୟାକାଣ୍ଡକୁ ସଫଳ କରିଥିଲା। ଏହି ମାମଲାରେ ଡିସିପି ଶାହଦରା ପ୍ରଶାନ୍ତ ଗୌତମ କହିଛନ୍ତି ଯେ ମୃତକ ଆକାଶ ଅଭିଯୁକ୍ତ ନା ବାଳକ ଦ୍ୱାରା କିଛି ସମୟ ପୂର୍ବରୁ କାମ କରାଇଥିଲା। ଯେଉଁଥି ପାଇଁ ତାକୁ ୭୦ ହଜାର ଟଙ୍କା ଦେବ ବୋଲି କହିଥିଲା। Shahdara Double Murder: शाहदरा के फर्श बाजार थाना क्षेत्र की बिहारी कॉलोनी में फायरिंग का मामला सामने आया है. हमलावरों ने घर के अंदर घुसकर तीन लोगों पर ताबड़तोड़ गोलियां चलाईं. हमले में तीन लोगों को गोलिया

ଶାହଦରା କେସ୍‌ର ପର୍ଦ୍ଦାଫାସ୍ କଲା ପୋଲିସ, ମାତ୍ର ୭୦ ହଜାର ଟଙ୍କା ପାଇଁ ହୋଇଛି ଡବଲ ମର୍ଡର

ଶାହଦରା ୧।୧୧: ପୋଲିସ ଶାହଦରା ଡବଲ ମର୍ଡର କେସ୍‌ର ତଦନ୍ତ ଯେତିକି ଆଗକୁ ବଢାଉଛି ମାମଲାରୁ ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏବେ ପୋଲିସ ଜାଣିବାକୁ ପାଇଛି ଅଭିଯୁକ୍ତ ମୃତକଙ୍କଠାରୁ ୭୦ ହଜାର ଟଙ୍କା ପାଇବାକୁ ଥିଲା। ମୃତକ ଅଭିଯୁକ୍ତଙ୍କୁ କିଛି କାମ କରାଇଥିଲେ। ଯେଉଁଥି ପାଇଁ ମୃତକ ତାଙ୍କୁ ଏହି ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପୋଲିସ ସୂତ୍ର ଅନୁସାରେ ଅଭିଯୁକ୍ତ ଏହି ପଇସା ପାଇଁ ବାରମ୍ବାର ମାଗିବାକୁ ଆସୁଥିଲା। ହେଲେ ଦୀପାବଳିରେ ବି ମୃତକ ତାଙ୍କୁ ପଇସା ଦେଇ ନଥିଲେ। 

ଏହି କାରଣରୁ ଅଭିଯୁକ୍ତ ରାଗରେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଏ ସବୁ କରିବା ପାଇଁ ଅଭିଯୁକ୍ତ ମନରେ ଗତ ୧୭ ଦିନ ହେଲା ପାଞ୍ଚ କରୁଥିଲା। ଶେଷରେ ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତ ନିଜ ସହିତ ଜଣେ ସୁପାରି କିଲରଙ୍କୁ ନେଇଥିଲା ଓ ହତ୍ୟାକାଣ୍ଡକୁ ସଫଳ କରିଥିଲା। ଏହି ମାମଲାରେ ଡିସିପି ଶାହଦରା ପ୍ରଶାନ୍ତ ଗୌତମ କହିଛନ୍ତି ଯେ ମୃତକ ଆକାଶ ଅଭିଯୁକ୍ତ ନା ବାଳକ ଦ୍ୱାରା କିଛି ସମୟ ପୂର୍ବରୁ କାମ କରାଇଥିଲା। ଯେଉଁଥି ପାଇଁ ତାକୁ ୭୦ ହଜାର ଟଙ୍କା ଦେବ ବୋଲି କହିଥିଲା। 


ଅଭିଯୁକ୍ତ ପଚରା ଉଚରାରେ ମାନିଛି ଯେ ଅନେକ ଥର ମାଗିବା ପରେ ବି ଆକାଶ ପଇସା ଦେଉ ନଥିଲା। ପୋଲିସ ଏବେ ଆକାଶର କଲ ଡିଟେଲ ଯାଞ୍ଚ କରୁଛି। ଉଲ୍ଲେଖଯୋଗ୍ୟ ଯେ ଏହି ହତ୍ୟାକାଣ୍ଡରେ ଆକାଶ ଓ ଋଷଭଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ବର୍ଷର କୃଷ ଆହତ ହୋଇଛି। ପୋଲିସ ଅନୁସାରେ ହତ୍ୟାକାରୀ କେବଳ ଆକାଶକୁ ମାରିବାକୁ ଆସିଥିଲେ। ତେବେ ଆକାଶ ଉପରକୁ ଗୁଳି ଚଳାଇ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ମଝିକୁ ଋଷଭ ଆସି ଯାଇଥିଲା। ଏଣୁ ହତ୍ୟାକାରୀ ତା ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ମାମଲାରେ ପୋଲିସ ଏବେ ସୁଟରର ସନ୍ଧାନ କରୁଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକ ଏବେ ପୋଲିସ ହାଜତରେ।