ଟିକେଟ ଘୋଷଣା ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ

ରାୟଗଡ଼ା: ଚଳିତ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଆଇସିସି ପର୍ଯ୍ୟବେକ୍ଷକ... The post ଟିକେଟ ଘୋଷଣା ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ appeared first on .

ଟିକେଟ ଘୋଷଣା ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ

ରାୟଗଡ଼ା: ଚଳିତ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଆଇସିସି ପର୍ଯ୍ୟବେକ୍ଷକ କୋରାପୁଟ ଲୋକସଭା ରବୀନ୍ଦ୍ର ଡାଲ୍‌ଭି ରାୟଗଡ଼ାରେ ପହଞ୍ଚି ଦଳକୁ ମଜବୁତ କରିବାକୁ ଚଳାଇଥିବା  ଚେଷ୍ଠା ଫସର ଫାଟିଛି। ପ୍ରଥମେ ଏକ ହୋଟେଲ ଏବଂ ପରେ ଜିଲ୍ଲା କଂଗ୍ରେସ ଭବନରେ ଟିକଟ ନପାଇ ଅସନ୍ତୁଷ୍ଟ ଥିବା ବିଷମକଟକ ନିର୍ବାଚନ ମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ନିଳମାଧବ ଉଲ୍ଲାକା ଓ ଗୁଣୁପୁର ନିର୍ବାଚନ ମଣ୍ଡଳିର ଆଶାୟୀ ପ୍ରାର୍ଥୀ  ଥିବା ଭାସ୍କର ଜାଗରାଙ୍ଗାଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଥିଲା । ସମସ୍ତ ନିର୍ବାଚନରେ ମିଳିମିଶି କଗ୍ରେଂସ ସହିତ କାମ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀ ଓ ତାଙ୍କ କର୍ମୀ ମାନେ ପ୍ରାର୍ଥୀ ବଦଳାଇବା ପାଇଁ ଜିଦ୍ ଧରିଥିଲେ ।  ଶେଷରେ କୌଣସି ନିସ୍କର୍ଷ ନବାହାରିବାରୁ ରବୀନ୍ଦ୍ର ଡାଲ୍‌ଭି  ଏଆଇସିସିକୁ ଜଣାଇଦେବେ ବୋଲି କହିଥିଲେ । ରବୀନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଟକରେ ବିଜେଡି ସଂତୃପ୍ତ ମିଶ୍ର, ବିଜେପି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଭୁବନେଶ୍ବରରେ ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଲଢେଇ ହେବ । ପୁରୀରେ ବିଜେଡିର ଅରୂପ ପଟ୍ଟନାୟକ, ବିଜେପିର ସମ୍ବିତ ପାତ୍ର ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଟକ୍କର ହେବ। ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ରନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ହେବ । ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର, ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ।

 

The post ଟିକେଟ ଘୋଷଣା ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ appeared first on .