'ଟିକେଟ ଦାମ୍ ୧୦୦ ହେଲେ ରେଳବାଇ ନେଉଛି ୫୪, ଯାତ୍ରୀଙ୍କୁ ପ୍ରତିବର୍ଷ ଦେଉଛି ୫୬,୯୯୩ କୋଟିର ସବ୍‌ସିଡି'

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତୀୟ ରେଳବାଇ ଏହାର ଯାତ୍ରୀଙ୍କୁ ଟିକେଟ ପ୍ରତି ୪୬ ଟଙ୍କା ରିବେଟ୍‌ ଆକାରରେ ମୋଟ ୫୬,୯୯୩ କୋଟି ଟଙ୍କାର ସବ୍‌ସିଡି ଦେଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। ଟ୍ରେନ୍‌ର ବିଭିନ୍ନ ବର୍ଗର ଯାତ୍ରୀଙ୍କୁ ଦିଆଯାଉଥିବା ଡିସ୍‌କାଉଣ୍ଟ ସୁବିଧାକୁ ପୁନଃ ସ୍ଥାପନ କରିବା ଦାବି ନେଇ ଏକାଧିକ ପ୍ରଶ୍ନ କରାଯାଇଥିଲା। ଏନେଇ ରେଳମନ୍ତ୍ରୀ କହିଥିଲେ ଯେ ଯଦି ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହୁଛି ତେବେ ରେଳାବାଇ ଏଥିରୁ ମାତ୍ର ୫୪ ଟଙ୍କା ନେଉଛି। ୪୬ ପ୍ରତିଶତ ଡିସ୍‌କାଉଣ୍ଟ ଦେଉଛି। ସମସ୍ତ ପ୍ରକାରର ଯାତ୍ରୀଙ୍କ ପାଇଁ ରେଳବାଇ ବର୍ଷକୁ ମୋଟ ୫୬ ହଜାର ୯୯୩ କୋଟି ଟଙ୍କାର ସବ୍‌ସିଡି ଦେଉଛି ବୋଲି ପ୍ରଶ୍ନକାଳରେ ଉତ୍ତର ଦେଇଥିଲେ ମନ୍ତ୍ରୀ।ସେହିପରି ରାପିଡ୍ ଟ୍ରେନ୍ ସର୍ଭିସ୍‌ ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ରେଳବାଇ ଏଭଳି ସେବା ଆରମ୍ଭ କରି ସାରିଛି। ଯଥା ନମୋ ଭାରତ ରାପିଡ ରେଲ୍। ଯାହା ଭୁଜରୁ ଅହମଦାବାଦ ପର୍ଯ୍ୟନ୍ତ ଚାଲୁଛି। ଏଥିରେ ଉନ୍ନତମାନର ସେବା ଯୋଗୁ ଯାତ୍ରୀମାନେ ମଧ୍ୟ ଖୁବ୍ ଖୁସି ଅଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।  ବିଭାଗୀୟ ସୂଚନା ଅନୁସାରେ ନାମୋ ଭରତ ରାପିଡ୍ ରେଳ ଭୁଜ୍ ଏବଂ ଅହମ୍ମଦାବାଦ ମଧ୍ୟରେ ୩୫୯ କିଲୋମିଟର ଦୂରତାକୁ ୫ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରି ଆନ୍ତ

'ଟିକେଟ ଦାମ୍ ୧୦୦ ହେଲେ ରେଳବାଇ ନେଉଛି ୫୪, ଯାତ୍ରୀଙ୍କୁ ପ୍ରତିବର୍ଷ ଦେଉଛି ୫୬,୯୯୩ କୋଟିର ସବ୍‌ସିଡି'

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତୀୟ ରେଳବାଇ ଏହାର ଯାତ୍ରୀଙ୍କୁ ଟିକେଟ ପ୍ରତି ୪୬ ଟଙ୍କା ରିବେଟ୍‌ ଆକାରରେ ମୋଟ ୫୬,୯୯୩ କୋଟି ଟଙ୍କାର ସବ୍‌ସିଡି ଦେଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। 

ଟ୍ରେନ୍‌ର ବିଭିନ୍ନ ବର୍ଗର ଯାତ୍ରୀଙ୍କୁ ଦିଆଯାଉଥିବା ଡିସ୍‌କାଉଣ୍ଟ ସୁବିଧାକୁ ପୁନଃ ସ୍ଥାପନ କରିବା ଦାବି ନେଇ ଏକାଧିକ ପ୍ରଶ୍ନ କରାଯାଇଥିଲା। ଏନେଇ ରେଳମନ୍ତ୍ରୀ କହିଥିଲେ ଯେ ଯଦି ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହୁଛି ତେବେ ରେଳାବାଇ ଏଥିରୁ ମାତ୍ର ୫୪ ଟଙ୍କା ନେଉଛି। ୪୬ ପ୍ରତିଶତ ଡିସ୍‌କାଉଣ୍ଟ ଦେଉଛି। ସମସ୍ତ ପ୍ରକାରର ଯାତ୍ରୀଙ୍କ ପାଇଁ ରେଳବାଇ ବର୍ଷକୁ ମୋଟ ୫୬ ହଜାର ୯୯୩ କୋଟି ଟଙ୍କାର ସବ୍‌ସିଡି ଦେଉଛି ବୋଲି ପ୍ରଶ୍ନକାଳରେ ଉତ୍ତର ଦେଇଥିଲେ ମନ୍ତ୍ରୀ।

ସେହିପରି ରାପିଡ୍ ଟ୍ରେନ୍ ସର୍ଭିସ୍‌ ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ରେଳବାଇ ଏଭଳି ସେବା ଆରମ୍ଭ କରି ସାରିଛି। ଯଥା ନମୋ ଭାରତ ରାପିଡ ରେଲ୍। ଯାହା ଭୁଜରୁ ଅହମଦାବାଦ ପର୍ଯ୍ୟନ୍ତ ଚାଲୁଛି। ଏଥିରେ ଉନ୍ନତମାନର ସେବା ଯୋଗୁ ଯାତ୍ରୀମାନେ ମଧ୍ୟ ଖୁବ୍ ଖୁସି ଅଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।  

ବିଭାଗୀୟ ସୂଚନା ଅନୁସାରେ ନାମୋ ଭରତ ରାପିଡ୍ ରେଳ ଭୁଜ୍ ଏବଂ ଅହମ୍ମଦାବାଦ ମଧ୍ୟରେ ୩୫୯ କିଲୋମିଟର ଦୂରତାକୁ ୫ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରି ଆନ୍ତଃ ରାଜ୍ୟ ସଂଯୋଗରେ ଉନ୍ନତି ଆଣିଛି। ଏହି ଟ୍ରେନ୍ ମଝିରେ ଅନେକ ଷ୍ଟେସନରେ ଅଟକୁଛି।