ଟିକେଟ ବିକ୍ରି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର

କଟକ: କଟକ ବାରବାଟୀରେ ଟିକେଟ ବିକ୍ରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର ସୁବାସ ସିଂ। ପ୍ରସ୍ତୁତି ବୈଠକରେ... The post ଟିକେଟ ବିକ୍ରି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର appeared first on .

ଟିକେଟ ବିକ୍ରି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର

କଟକ: କଟକ ବାରବାଟୀରେ ଟିକେଟ ବିକ୍ରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର ସୁବାସ ସିଂ। ପ୍ରସ୍ତୁତି ବୈଠକରେ ହୋଇଥିଲା ସମସ୍ତ ଆଲୋଚନା। କିନ୍ତୁ ଶେଷରେ ଫଳପ୍ରଦ ହେଲାନି। ଟିକେଟ ବିକ୍ରିକୁ ନେଇ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ଆଗରୁ ସତର୍କ କରାଇଥିଲେ ବୋଲି ସେ କହିଛନ୍ତି। ପୂର୍ବରୁ ଅନେକ ମ୍ୟାଚ୍ କଟକରେ ହୋଇଛି କିନ୍ତୁ ଏଭଳି ଅବ୍ୟବସ୍ଥା କେବେ ଦେଖିବାକୁ ମିଳିନଥିଲା। ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ରୀଡା ମନ୍ତ୍ରୀ ସମୀକ୍ଷା କରିଥିଲେ। ହେଲେ ଶେଷରେ କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ମେୟର।

ଆହୁରୀ ମଧ୍ୟ କହିଛନ୍ତି, ଯେଉଁ କ୍ରିକେଟ ପ୍ରେମୀ ମ୍ୟାଚ୍ ଦେଖିବାକୁ ଟିକେଟ ପାଇଁ ଆସିଥିଲେ। ତାଙ୍କ ପାଇଁ ପ୍ରଶାସନ କିମ୍ବା OCA କର୍ତ୍ତୃପକ୍ଷ କିଛି ବ୍ୟବସ୍ଥା କରିନଥିଲେ। ଆଗକୁ ୪୦ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିବାକୁ ଆସିବେ। ସେଥିପାଇଁ ଆଗୁଆ ସବୁକିଛି ବ୍ୟବସ୍ଥା କରିବାକୁ OCA ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି କଟକ ମେୟର ସୁବାସ ସିଂ ।

The post ଟିକେଟ ବିକ୍ରି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର appeared first on .