ଟିକେଟ୍ ନମିଳିଲେ ବି ପ୍ରାର୍ଥୀ ହେବି, କିନ୍ତୁ ବିଜେଡି କି କଂଗ୍ରେସକୁ ଯିବି ନାହିଁ : ଖାରବେଳ ସ୍ବାଇଁ
ବାଲେଶ୍ବର ୨୫।୩: ଟିକେଟ୍ ନମିଳିଲେ ବି ପ୍ରାର୍ଥୀ ହେବି ବୋଲି କହିଛନ୍ତି ଗତ ନିର୍ବାଚନରେ କନ୍ଧମାଳରୁ ପ୍ରାର୍ଥୀ ହୋଇଥିବା ଐର ଖାରବେଳ ସ୍ବାଇଁ । ଏ ନେଇ ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ସ୍ବାଇଁ ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜେପିରୁ ଟିକେଟ୍ ନମିଳିଲେ ବି ପ୍ରାର୍ଥୀ ହେବି । ବାଲେଶ୍ବର ଲୋକସଭା ସିଟ୍ରୁ ହିଁ ପ୍ରାର୍ଥୀ ହେବି । ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବି । କିନ୍ତୁ କଂଗ୍ରେସ କି ବିଜେଡିକୁ ଯିବିନାହିଁ ବୋଲି ଖାରବେଳ କହିଛନ୍ତି ।ସୂଚନାଯୋଗ୍ୟ ଯେ, ରବିବାର ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଓଡିଶାର ୨୧ଟି ଲୋକସଭା ଆସନରୁ ୧୮ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି । କନ୍ଧମାଳରୁ ଗତ ଥର ସାଂସଦ ପ୍ରାର୍ଥା ହେଇଥିବା ଖାରବେଳ ସ୍ବାଇଁ ଏଥର ବାଲେଶ୍ବର ଟିକେଟ୍ ପାଇଁ ଆଶାୟୀ ଥିଲେ । ବାଲେଶ୍ବରରେ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡିଛି । ଗତଥର କନ୍ଧମାଳରୁ ସାଂସଦ ଭାବେ ନିର୍ବାଚନ ଲଢିଥିବା ଖାରବେଳ କନ୍ଧମାଳରୁ ନିର୍ବାଚନ ଲଢିବେନି ବୋଲି ପୂର୍ବରୁ କହିସାରିଥିଲେ । ବିଜେପି ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଫଳରେ ଖାରବେଳ ସ୍ବାଇଁଙ୍କୁ ନିରାଶ ହେବାକୁ ପଡିଛି । ଗତ ନିର୍ବାଚନରେ କନ୍ଧମାଳରୁ ଐର ଖାରବେଳ ସ୍ବାଇଁ ପ୍ରାର୍ଥୀ ହୋଇଥିଲେ । ଏଥର ସେ ବାଲେ
ବାଲେଶ୍ବର ୨୫।୩: ଟିକେଟ୍ ନମିଳିଲେ ବି ପ୍ରାର୍ଥୀ ହେବି ବୋଲି କହିଛନ୍ତି ଗତ ନିର୍ବାଚନରେ କନ୍ଧମାଳରୁ ପ୍ରାର୍ଥୀ ହୋଇଥିବା ଐର ଖାରବେଳ ସ୍ବାଇଁ । ଏ ନେଇ ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ସ୍ବାଇଁ ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜେପିରୁ ଟିକେଟ୍ ନମିଳିଲେ ବି ପ୍ରାର୍ଥୀ ହେବି । ବାଲେଶ୍ବର ଲୋକସଭା ସିଟ୍ରୁ ହିଁ ପ୍ରାର୍ଥୀ ହେବି । ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବି । କିନ୍ତୁ କଂଗ୍ରେସ କି ବିଜେଡିକୁ ଯିବିନାହିଁ ବୋଲି ଖାରବେଳ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରବିବାର ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଓଡିଶାର ୨୧ଟି ଲୋକସଭା ଆସନରୁ ୧୮ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି । କନ୍ଧମାଳରୁ ଗତ ଥର ସାଂସଦ ପ୍ରାର୍ଥା ହେଇଥିବା ଖାରବେଳ ସ୍ବାଇଁ ଏଥର ବାଲେଶ୍ବର ଟିକେଟ୍ ପାଇଁ ଆଶାୟୀ ଥିଲେ । ବାଲେଶ୍ବରରେ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡିଛି । ଗତଥର କନ୍ଧମାଳରୁ ସାଂସଦ ଭାବେ ନିର୍ବାଚନ ଲଢିଥିବା ଖାରବେଳ କନ୍ଧମାଳରୁ ନିର୍ବାଚନ ଲଢିବେନି ବୋଲି ପୂର୍ବରୁ କହିସାରିଥିଲେ । ବିଜେପି ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଫଳରେ ଖାରବେଳ ସ୍ବାଇଁଙ୍କୁ ନିରାଶ ହେବାକୁ ପଡିଛି ।
ଗତ ନିର୍ବାଚନରେ କନ୍ଧମାଳରୁ ଐର ଖାରବେଳ ସ୍ବାଇଁ ପ୍ରାର୍ଥୀ ହୋଇଥିଲେ । ଏଥର ସେ ବାଲେଶ୍ଵର ପାଇଁ ଆଶାୟୀ ଥିଲେ । ବିଜେପି ଓଡିଶାରେ ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ବିଜେପି ଦଳରୁ ତାଙ୍କ ଟିକେଟ୍ କଟିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ତେଣୁ ସେ ସ୍ବାଧୀନ ଭାବେ ଏଥର ନିର୍ବାଚନ ଲଢିପାରନ୍ତି ବୋଲି ପ୍ରକାଶ କରିଛନ୍ତି ।
You Can Read :
ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ପତ୍ନୀଙ୍କ ସହ ନେଲେ ଦେବଦେବଙ୍କ ଆଶିଷ