ଭକ୍ତଙ୍କ ପାଇଁ ଖୁସିଖବର, ଅମରନାଥ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ: ବାବା ବର୍ଫାନୀଙ୍କ ଭକ୍ତଙ୍କ ପାଇଁ ଖୁସିଖବର । ଅମରନାଥ ଯାତ୍ରା ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି । ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ୱରେ ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ (SABSB)ର ବୈଠକ ରାଜଭବନରେ ହୋଇଛି । ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ଜୁଲାଇ ୩ରୁ ଆରମ୍ଭ ହୋଇ ୨୦୨୫ ଅଗଷ୍ଟ ୯ ଯାଏ ଚାଲିବ । ଚଳିତଥର ବି ଅମରନାଥ ଯାତ୍ରା ଉଭୟ ପହଲଗାମ ଓ ବାଲଟାଲ୍ ମାର୍ଗ ଦେଇ ହେବ ।ଅମରନାଥ ଯାତ୍ରା ପାଇଁ ଭକ୍ତଙ୍କୁ ଅଫିସିଆଲ୍ ୱେବସାଇଟ୍ ଜରିଆରେ ପଞ୍ଜିକରଣ କରିବାକୁ ପଡ଼ିବ । ଶ୍ରାଇନ୍ ବୋର୍ଡ ପକ୍ଷରୁ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଡାକ୍ତରଙ୍କ ଏକ ଲିଷ୍ଟ ମଧ୍ୟ ଜାରି କରାଯାଏ, ଏମାନଙ୍କ ଜରିଆରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥାଏ । ଗତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଯାଏ ଚାଲିଥିଲା । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ଅମରନାଥଙ୍କୁ ଦର୍ଶନ କରିବା ପାଇଁ ଯାତ୍ରାରେ ସାମିଲ ହୁଅନ୍ତି ।SABSB ବୈଠକରେ ସ୍ୱାମୀ ଅବଧେଶାନନ୍ଦ ଗିରି ମାହାରାଜ ଜୀ, ଡି.ସି ରୈନା, କୈଳାସ ମେହରା ସାଧୁ, କେ.ଏନ୍.ରାୟ, ପୀତାମ୍ୱର ଲାଲ ଗୁପ୍ତା, ଡା.ସୈଳେଶ ରୈନା ଓ ଶ୍ରାଇନ ବୋର୍ଡର ସଦସ୍ୟ ପ୍ରଫେସର ବିଶ୍ୱମୂର୍ତ୍ତି ଶାସ୍ତ୍ରୀ ସାମିଲ ହୋଇଥିଲେ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସେବାକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ବି ବୋର୍ଡ ଦ୍ୱାରା ରଖାଯାଇଛି ।ଅମରନାଥ ଯାତ୍ର
ନୂଆଦିଲ୍ଲୀ: ବାବା ବର୍ଫାନୀଙ୍କ ଭକ୍ତଙ୍କ ପାଇଁ ଖୁସିଖବର । ଅମରନାଥ ଯାତ୍ରା ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି । ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ୱରେ ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ (SABSB)ର ବୈଠକ ରାଜଭବନରେ ହୋଇଛି । ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ଜୁଲାଇ ୩ରୁ ଆରମ୍ଭ ହୋଇ ୨୦୨୫ ଅଗଷ୍ଟ ୯ ଯାଏ ଚାଲିବ । ଚଳିତଥର ବି ଅମରନାଥ ଯାତ୍ରା ଉଭୟ ପହଲଗାମ ଓ ବାଲଟାଲ୍ ମାର୍ଗ ଦେଇ ହେବ ।
ଅମରନାଥ ଯାତ୍ରା ପାଇଁ ଭକ୍ତଙ୍କୁ ଅଫିସିଆଲ୍ ୱେବସାଇଟ୍ ଜରିଆରେ ପଞ୍ଜିକରଣ କରିବାକୁ ପଡ଼ିବ । ଶ୍ରାଇନ୍ ବୋର୍ଡ ପକ୍ଷରୁ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଡାକ୍ତରଙ୍କ ଏକ ଲିଷ୍ଟ ମଧ୍ୟ ଜାରି କରାଯାଏ, ଏମାନଙ୍କ ଜରିଆରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥାଏ । ଗତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଯାଏ ଚାଲିଥିଲା । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ଅମରନାଥଙ୍କୁ ଦର୍ଶନ କରିବା ପାଇଁ ଯାତ୍ରାରେ ସାମିଲ ହୁଅନ୍ତି ।
SABSB ବୈଠକରେ ସ୍ୱାମୀ ଅବଧେଶାନନ୍ଦ ଗିରି ମାହାରାଜ ଜୀ, ଡି.ସି ରୈନା, କୈଳାସ ମେହରା ସାଧୁ, କେ.ଏନ୍.ରାୟ, ପୀତାମ୍ୱର ଲାଲ ଗୁପ୍ତା, ଡା.ସୈଳେଶ ରୈନା ଓ ଶ୍ରାଇନ ବୋର୍ଡର ସଦସ୍ୟ ପ୍ରଫେସର ବିଶ୍ୱମୂର୍ତ୍ତି ଶାସ୍ତ୍ରୀ ସାମିଲ ହୋଇଥିଲେ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସେବାକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ବି ବୋର୍ଡ ଦ୍ୱାରା ରଖାଯାଇଛି ।
ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କ ସମ୍ଭାବିତ ଭିଡ଼କୁ ଦେଖି ବୈଠକରେ ଜାମ୍ମୁ, ଶ୍ରୀନଗର ଓ ଅନ୍ୟ ସ୍ଥାନରେ ଆଶ୍ରୟ କ୍ଷମତାକୁ ବଢାଇବା, ଇ-କେୱାଇସି ପାଇଁ ଯାତ୍ରୀ ସୁବିଧା କେନ୍ଦ୍ର ପରିଚାଳନା, ଆରଏଫଆଇଡି କାର୍ଡ ଜାରି କରିବା, ନୋଗାମ ଓ କଟରା ରେଲୱେ ଷ୍ଟେସନ ସମେତ ଅନେକ ସ୍ଥାନରେ ତୀର୍ଥଯାତ୍ରୀଙ୍କ ଘଟଣାସ୍ଥଳରେ ପଞ୍ଜୀକରଣ ପାଇଁ ଚର୍ଚ୍ଚା କରାଯାଇଛି ।
ଅଫିସିଆଲ୍ ୱେବସାଇଟ୍ ଅନୁସାରେ, ପଞ୍ଜୀକରଣ ପାଇଁ ନିଜ ରାଜ୍ୟରେ ଅଧିକୃତ ଡାକ୍ତର କିମ୍ୱା ହସ୍ପିଟାଲ୍ ଦ୍ୱାରା ଜାରି ମେଡିକାଲ ସାର୍ଟିଫିକେଟ୍ । ଫଟୋ ଫାଇଲ୍ କେବଳ JPEG, JPG ଫର୍ମାଟରେ ଓ ଏହାର ସାଇଜ୍ ୧ ଏମ୍ବିରୁ ଅଧିକ ହୋଇନଥିବ । ମେଡିକାଲ୍ ସାର୍ଟିଫିକେଟ୍କୁ ସ୍କାନ୍ କରି ପିଡିଏଫ୍ ଫର୍ମାଟ୍ରେ ଅପଲୋଡ୍ କରିବାକୁ ପଡ଼ିବ । ଏହାର ସାଇଜ୍ ୧ ଏମ୍ବିରୁ ଅଧିକ ହେବ ନାହିଁ । ୧୩ ବର୍ଷକୁ ସାନ ଓ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅନୁମତି ନାହିଁ । ୬ ସପ୍ତାହରୁ ଅଧିକ ଗର୍ଭବତୀଙ୍କୁ ମଧ୍ୟ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ।