୧୪୦ କୋଟି ଲୋକ ଆମ ପଛରେ, ଏଥର ବି ଓ୍ୱାଙ୍ଖେଡ ଷ୍ଟାଡିୟମ୍ ଆସିବ ଟ୍ରଫି- ରୋହିତ ଶର୍ମା

ମୁମ୍ବାଇ ୨୦।୦୧ : ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ । ଫେବୃଆରୀ ୧୯ରୁ ଆରମ୍ଭ ହେବ ଆଇସିସି ଏହି ଇଭେଣ୍ଟ । ଯାହାର ଆୟୋଜକ ରହିଛି ପାକିସ୍ତାନ । ପ୍ରଥମ ମୁକାବିଲା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହାପରେ ଭାରତର ପ୍ରଥମ ମୁକାବିଲା ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ରହିଛି । ଏସବୁ ଭିତରେ ଭାରତୀୟ ସ୍କ୍ୱାର୍ଡ ଘୋଷଣା ସରିଛି । ଯାହାର ଅଧିନାୟକ ରହିଛନ୍ତି ରୋହିତ ଶର୍ମା ।ଓ୍ୱାଙ୍ଖଡେ ଷ୍ଟାଡିୟମର ୫୦ତମ ବାର୍ଷିକ ଉତ୍ସବ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଶ୍ରେୟସ ଆୟର ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ରୋହିତ ଶର୍ମା କହିଛନ୍ତି ଯେ, ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ । ଆଇସିସି ପ୍ରତିଯୋଗିତରେ ନିଜ ଦେଶର ପ୍ରତିନିଧିତ୍ୱ କରିବା ନିହାତି ଏକ ଗୌରବର ବିଷୟ । ୧୪୦ କୋଟି ଲୋକ ଆମ ପଛରେ ଅଛନ୍ତି । ଦେଶବାସୀଙ୍କ ପାଇଁ ଏହି ଆଇସିସି ଟ୍ରଫିକୁ ପୁଣି ଥରେ ଓ୍ୱାଙ୍ଖଡେ ଷ୍ଟାଡିୟମ ଆଣିବା ଲାଗି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବୁ । ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୯ ତାରିଖରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫। ଭାରତର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ ହେବ। ଦୁବାଇରେ ବାଂଲାଦେଶ ସହିତ ଭାରତର ମୁକାବିଲା ରହିଛି। ଏହ

୧୪୦ କୋଟି ଲୋକ ଆମ ପଛରେ, ଏଥର ବି ଓ୍ୱାଙ୍ଖେଡ ଷ୍ଟାଡିୟମ୍ ଆସିବ ଟ୍ରଫି- ରୋହିତ ଶର୍ମା

ମୁମ୍ବାଇ ୨୦।୦୧ : ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ । ଫେବୃଆରୀ ୧୯ରୁ ଆରମ୍ଭ ହେବ ଆଇସିସି ଏହି ଇଭେଣ୍ଟ । ଯାହାର ଆୟୋଜକ ରହିଛି ପାକିସ୍ତାନ । ପ୍ରଥମ ମୁକାବିଲା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହାପରେ ଭାରତର ପ୍ରଥମ ମୁକାବିଲା ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ରହିଛି । ଏସବୁ ଭିତରେ ଭାରତୀୟ ସ୍କ୍ୱାର୍ଡ ଘୋଷଣା ସରିଛି । ଯାହାର ଅଧିନାୟକ ରହିଛନ୍ତି ରୋହିତ ଶର୍ମା ।

ଓ୍ୱାଙ୍ଖଡେ ଷ୍ଟାଡିୟମର ୫୦ତମ ବାର୍ଷିକ ଉତ୍ସବ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଶ୍ରେୟସ ଆୟର ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ରୋହିତ ଶର୍ମା କହିଛନ୍ତି ଯେ, ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ । ଆଇସିସି ପ୍ରତିଯୋଗିତରେ ନିଜ ଦେଶର ପ୍ରତିନିଧିତ୍ୱ କରିବା ନିହାତି ଏକ ଗୌରବର ବିଷୟ । ୧୪୦ କୋଟି ଲୋକ ଆମ ପଛରେ ଅଛନ୍ତି । ଦେଶବାସୀଙ୍କ ପାଇଁ ଏହି ଆଇସିସି ଟ୍ରଫିକୁ ପୁଣି ଥରେ ଓ୍ୱାଙ୍ଖଡେ ଷ୍ଟାଡିୟମ ଆଣିବା ଲାଗି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବୁ । 

ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୯ ତାରିଖରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫। ଭାରତର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ ହେବ। ଦୁବାଇରେ ବାଂଲାଦେଶ ସହିତ ଭାରତର ମୁକାବିଲା ରହିଛି। ଏହାପରେ୨୩ରେ ଭାରତ-ପାକିସ୍ତାନ ଟକ୍କର । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ରହିଛି। ଚଳିତ ଥର ଚମ୍ପିଆନ୍ସ ଟ୍ରଫି ହାଇବ୍ରିଡ୍‌ ମଡେଲରେ ଖେଳା ହେବାକୁ ଯାଉଛି । 

ସେହିପରି  ବର୍ତ୍ତମାନ ଯାଏଁ ୮ ଥର ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି । ୧୯୯୮ରେ ପ୍ରଥମ ଥର ପାଇଁ ବାଂଲାଦେଶରେ ଆୟୋଜନ ହୋଇଥିଲା ପ୍ରଥମ ଚମ୍ପିଆନ୍ସ ଟ୍ରଫି । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଦକ୍ଷିଣ ଆଫ୍ରିକା ଚମ୍ପିଆନ୍‌ ହୋଇଥିଲା । ଏହାପରେ ୨୦୦୦ରେ କେନିଆରେ ହୋଇଥିଲା ଚମ୍ପିଆନ୍ସ ଟ୍ରଫି । ଏଥିରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ହୋଇଥିଲା ଚମ୍ପିଆନ୍‌ । ତୃତୀୟ ସଂସ୍କରଣରେ ଭାରତ ଏବଂ ଶ୍ରୀଲଙ୍କା ଯୌଥ ଭାବେ ବିଜେତା ଘୋଷିତ ହୋଇଥିଲେ । ୪ର୍ଥ ସଂସ୍କରଣରେ ଇଂଲଣ୍ଡରେ ହୋଇଥିଲା ଆୟୋଜନ । ଏଥିରେ ଇଂଲଣ୍ଡକୁ ହରାଇ ଓ୍ୱେଷ୍ଟଇଣ୍ଡିଜ୍‌ ଚମ୍ପିଆନ୍‌ ହୋଇଥିଲା । ୫ମ ସଂସ୍କରଣରେ ଭାରତରେ ଖେଳାଯାଇଥିଲେ । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଟ୍ରଫି ଜିତିଥିଲା ଅଷ୍ଟ୍ରେଲିଆ । ୬ଷ୍ଠ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡକୁ ହରାଇ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ । ୨୦୧୩ରେ ଖେଳାଯାଇଥିବା ସଂସ୍କରଣରେ ଇଂଲଣ୍ଡକୁ ହରାଇ ଭାରତୀୟ ଟିମ୍‌ ଚମ୍ପିଆନ୍‌ ହୋଇଥିଲା । ଶେଷ ଥର ପାଇଁ ୨୦୧୭ରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ହରାଇ ଟ୍ରଫି ଜିତିଥିଲା ପାକିସ୍ତାନ ।

ଆମେରିକାରେ ଆଜିଠୁ ଟ୍ରମ୍ପ ଯୁଗ, ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ