ଋଷ-ୟୁକ୍ରେନ୍‌ ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ, ଏଜେଣ୍ଟଙ୍କ ଧୋକ୍କାରେ ଋଷ ସେନାରେ ହୋଇଥିଲେ ଭର୍ତ୍ତି

ମୁମ୍ଵାଇ ୦୭।୦୩: ଋଷ-ୟୁକ୍ରେନ ଯୁଦ୍ଧରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଚାକିରି ନାମରେ ଏଜେଣ୍ଟମାନଙ୍କ ଦ୍ୱାରା ଧୋକ୍କାର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ଋଷକୁ ନିଆଯାଇଥିଲା ଏବଂ ପରେ ସେନା ପାଇଁ କାମ କରିବାକୁ ବାଧ୍ୟ କରାଯାଇଥିଲା। ଯାହା ପରେ ୟୁକ୍ରେନ ସହିତ ଯୁଦ୍ଧରେ ଭାରତୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମସ୍କୋରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ମୃତ୍ୟୁକୁ ନିଶ୍ଚିତ କରିଛି। ମୃତକଙ୍କ ନାମ ମହମ୍ମଦ ଅସଫାନ ବୋଲି ଜଣାପଡିଛି। ଦୂତାବାସ କହିଛନ୍ତି ଯେ ସେମାନେ ଏଠାରେ ତାଙ୍କ ପରିବାର ସହ ଯୋଗାଯୋଗ କରୁଛନ୍ତି। wp:html We have learnt about the tragic death of an Indian national Shri Mohammed Asfan. We are in touch with the family and Russian authorities. Mission will make efforts to send his mortal remains to India.@MEAIndia— India in Russia (@IndEmbMoscow) March 6, 2024 /wp:html ମସ୍କୋରେ ଥିବା ଭାରତୀୟ ଦୂତାବାସ ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ଜଣେ ଭାରତୀୟ ନାଗରିକ ମହମ୍ମଦ ଅସଫାନଙ୍କ ମୃତ୍ୟୁ ବିଷୟରେ ଆମେ ଜାଣିଛୁ। ଆମେ ପରିବାର ଏବଂ ଋଷ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ଦୂତାବାସ ତାଙ୍କ ମୃତଦେହକୁ ଭାରତ ପଠାଇବାକୁ ଚେଷ୍ଟା କରୁଛି। ୩୦ ବର୍ଷୀୟ ମହମ୍ମଦ ଋଷର ସେନାରେ କାମ କରୁଥିବାବେ

ଋଷ-ୟୁକ୍ରେନ୍‌ ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ, ଏଜେଣ୍ଟଙ୍କ ଧୋକ୍କାରେ ଋଷ ସେନାରେ ହୋଇଥିଲେ ଭର୍ତ୍ତି

ମୁମ୍ଵାଇ ୦୭।୦୩: ଋଷ-ୟୁକ୍ରେନ ଯୁଦ୍ଧରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଚାକିରି ନାମରେ ଏଜେଣ୍ଟମାନଙ୍କ ଦ୍ୱାରା ଧୋକ୍କାର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ଋଷକୁ ନିଆଯାଇଥିଲା ଏବଂ ପରେ ସେନା ପାଇଁ କାମ କରିବାକୁ ବାଧ୍ୟ କରାଯାଇଥିଲା। ଯାହା ପରେ ୟୁକ୍ରେନ ସହିତ ଯୁଦ୍ଧରେ ଭାରତୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମସ୍କୋରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ମୃତ୍ୟୁକୁ ନିଶ୍ଚିତ କରିଛି। ମୃତକଙ୍କ ନାମ ମହମ୍ମଦ ଅସଫାନ ବୋଲି ଜଣାପଡିଛି। ଦୂତାବାସ କହିଛନ୍ତି ଯେ ସେମାନେ ଏଠାରେ ତାଙ୍କ ପରିବାର ସହ ଯୋଗାଯୋଗ କରୁଛନ୍ତି।

wp:html /wp:html

ମସ୍କୋରେ ଥିବା ଭାରତୀୟ ଦୂତାବାସ ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ଜଣେ ଭାରତୀୟ ନାଗରିକ ମହମ୍ମଦ ଅସଫାନଙ୍କ ମୃତ୍ୟୁ ବିଷୟରେ ଆମେ ଜାଣିଛୁ। ଆମେ ପରିବାର ଏବଂ ଋଷ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ଦୂତାବାସ ତାଙ୍କ ମୃତଦେହକୁ ଭାରତ ପଠାଇବାକୁ ଚେଷ୍ଟା କରୁଛି। ୩୦ ବର୍ଷୀୟ ମହମ୍ମଦ ଋଷର ସେନାରେ କାମ କରୁଥିବାବେଳେ ପ୍ରାଣ ହରାଇଥିଲେ। ଘରେ ତାଙ୍କର ପତ୍ନୀ ଏବଂ ଦୁଇଟି ସନ୍ତାନ ଅଛି। ଏଜେଣ୍ଟ ତାଙ୍କୁ ଅନ୍ୟମାନଙ୍କ ସହ ଯୁଦ୍ଧକ୍ଷେତ୍ରକୁ ଭର୍ତ୍ତି କରାଇଥିବା ନେଇ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଭାରତୀୟମାନେ ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଅନ୍ୟ ସମସ୍ତଙ୍କ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାଧ୍ୟ ହୋଇଥିଲେ ଏବଂ ସେମାନଙ୍କୁ ରୋଷେଇ ଓ ଡ୍ରାଇଭର ଭାବେ କାମ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

କୁହାଯାଏ ଯେ ଋଷର ସେନା ପାଇଁ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାସକୁ ୧୯୫,୦୦୦ ଟଙ୍କା ଦରମା ଦିଆଯାଉଛି। ଏହା ବ୍ୟତୀତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଦିଆଯାଏ । ଯେଉଁମାନେ ସହାୟକ ଭାବରେ କାମ କରିବାକୁ ଚାହୁଁଛନ୍ତି । ସେମାନଙ୍କୁ ଅତି କମରେ ଏକ ବର୍ଷ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡେ।  ଚୁକ୍ତିନାମା ଅନୁଯାୟୀ, ସେମାନେ ଅଧା ମଝିରୁ ଛାଡି ଯାଇ ପାରିବେ ନାହିଁ । wp:embed {"url":"https://www.prameyanews7.com/super-tuesday-scorecard-donald-trump-biden-move-closer-to-rematch/","type":"wp-embed","providerNameSlug":"prameya-news-7"}

https://www.prameyanews7.com/super-tuesday-scorecard-donald-trump-biden-move-closer-to-rematch/
/wp:embed