ଆନ୍ଧ୍ରପ୍ରଦେଶ ରାସ୍ତାରେ ତେଲେଙ୍ଗାନା । ରମଜାନର ୧ ଘଣ୍ଟା ପୂର୍ବରୁ ଅଫିସ ଛାଡିପାରିବେ ମୁସଲିମ୍ କର୍ମଚାରୀ
କନକ ବ୍ୟୁରୋ : ରମଜାନ ମାସ ପୂର୍ବରୁ ମୁସଲିମ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ମାର୍ଚ୍ଚ ୨ରୁ ୩୧ ପଯ୍ୟନ୍ତ ସମସ୍ତ ସରକାରୀ ମୁସଲିମ କର୍ମଚାରୀ ଏକଘଣ୍ଟା ପୂର୍ବରୁ ଘରକୁ ଯାଇପାରିବେ ନିଷ୍ପତି ନିଆଯାଇଛି । ତେବେ କାହିଁକି ଏହି କୋହଳ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।ଏହା ଏକ ଭୋଟ ବ୍ୟାଙ୍କ ରଣନୀତି ନା ପ୍ରକୃତରେ ମୁସଲିମ ଭାଇ-ଭଉଣୀଙ୍କ ପ୍ରତି ସଦଭାବନା ବୋଲି ବିଜେପି ପଚାରିଛି । ଏହାକୁ ତୃଷ୍ଟିକରଣ ରାଜନୀତିର ନାଁ ଦେଇଛି ବିଜେପି । ଯଦି ମୁସଲିମ କର୍ମଚାରୀଙ୍କୁ ଏଭଳି ସୁବିଧା ମିଳୁଛି ତେବେ ହିନ୍ଦୁଙ୍କ ଶିବରାତ୍ରୀ ଉପାସ ବା ଅନ୍ୟାନ୍ୟ ଉତ୍ସବରେ ସରକାର କାହିଁକି ଦେଉନାହାଁନ୍ତି ବୋଲି ପ୍ରଶ୍ନ ପଚାରିଛି ।କର୍ମକ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ କୋହଳ ମନୋଭାବ ଆପଣାନ୍ତୁ ବୋଲି ରେଭନ୍ତ ରେଡ୍ଡୀ ସରକାରଙ୍କ ଦାବି ଜଣାଇଛି ପ୍ରଦେଶ ବିଜେପି ତେବେ ଘଟଣାରେ ନୂଆ ଟୁଇଷ୍ଟ ଆସିଛି । ଗୋଟେପଟେ ତେଲେଙ୍ଗାନା କଂଗ୍ରେସ ସରକାରକୁ ବିଜେପି ଟାର୍ଗେଟ କରୁଥିବବେଳେ ଅନ୍ୟପଟେ ଆନ୍ଧ୍ରର ମେଣ୍ଟ ସରକାର ସମାନ ରାସ୍ତାରେ ଚାଲିବାକୁ ଆରମ୍ଭ କରିଛନ୍ତି ।ସମସ୍ତ ରାଜ୍ୟ ସରକାର କର୍ମଚାରୀଙ୍କୁ ଏକଘଣ୍ଟା କମ କାମ କରିବା ନେଇ ଘୋଷଣା କରାଯାଇଛି ।
କନକ ବ୍ୟୁରୋ : ରମଜାନ ମାସ ପୂର୍ବରୁ ମୁସଲିମ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ମାର୍ଚ୍ଚ ୨ରୁ ୩୧ ପଯ୍ୟନ୍ତ ସମସ୍ତ ସରକାରୀ ମୁସଲିମ କର୍ମଚାରୀ ଏକଘଣ୍ଟା ପୂର୍ବରୁ ଘରକୁ ଯାଇପାରିବେ ନିଷ୍ପତି ନିଆଯାଇଛି । ତେବେ କାହିଁକି ଏହି କୋହଳ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।ଏହା ଏକ ଭୋଟ ବ୍ୟାଙ୍କ ରଣନୀତି ନା ପ୍ରକୃତରେ ମୁସଲିମ ଭାଇ-ଭଉଣୀଙ୍କ ପ୍ରତି ସଦଭାବନା ବୋଲି ବିଜେପି ପଚାରିଛି ।
ଏହାକୁ ତୃଷ୍ଟିକରଣ ରାଜନୀତିର ନାଁ ଦେଇଛି ବିଜେପି । ଯଦି ମୁସଲିମ କର୍ମଚାରୀଙ୍କୁ ଏଭଳି ସୁବିଧା ମିଳୁଛି ତେବେ ହିନ୍ଦୁଙ୍କ ଶିବରାତ୍ରୀ ଉପାସ ବା ଅନ୍ୟାନ୍ୟ ଉତ୍ସବରେ ସରକାର କାହିଁକି ଦେଉନାହାଁନ୍ତି ବୋଲି ପ୍ରଶ୍ନ ପଚାରିଛି ।କର୍ମକ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ କୋହଳ ମନୋଭାବ ଆପଣାନ୍ତୁ ବୋଲି ରେଭନ୍ତ ରେଡ୍ଡୀ ସରକାରଙ୍କ ଦାବି ଜଣାଇଛି ପ୍ରଦେଶ ବିଜେପି
ତେବେ ଘଟଣାରେ ନୂଆ ଟୁଇଷ୍ଟ ଆସିଛି । ଗୋଟେପଟେ ତେଲେଙ୍ଗାନା କଂଗ୍ରେସ ସରକାରକୁ ବିଜେପି ଟାର୍ଗେଟ କରୁଥିବବେଳେ ଅନ୍ୟପଟେ ଆନ୍ଧ୍ରର ମେଣ୍ଟ ସରକାର ସମାନ ରାସ୍ତାରେ ଚାଲିବାକୁ ଆରମ୍ଭ କରିଛନ୍ତି ।ସମସ୍ତ ରାଜ୍ୟ ସରକାର କର୍ମଚାରୀଙ୍କୁ ଏକଘଣ୍ଟା କମ କାମ କରିବା ନେଇ ଘୋଷଣା କରାଯାଇଛି ।