ଭାରତରେ କମୁଛି ପ୍ରଜନନ ହାର; ଚିନ୍ତା ବଢାଇଲା ଜାତିସଂଘ ରିପୋର୍ଟ
କନକ ବ୍ୟୁରୋ : ଦୃତ ଜନସଂଖ୍ୟା ବୃଦ୍ଧି ଯୋଗୁ ପରିଚିତ ଭାରତରେ ବର୍ଷକୁ ବର୍ଷ ପ୍ରଜନନ ହାର କମିବାରେ ଲାଗିଛି । ନିକଟରେ ପ୍ରକାଶିତ ଜାତିସଂଘର ରପୋର୍ଟ ୨୦୨୪ ଅନୁସାରେ ଆମ ଦେଶରେ ପ୍ରଜନନ ହାର ମହିଳାଙ୍କ ପିଛା ଦୁଇ ପିଲାକୁ କମିଯାଇଛି । ଯାହା ୧୯୫୦ରେ ୬.୨ ଅର୍ଥାତ୍ ମହିଳାଙ୍କ ପିଛା ୬ରୁ ଅଧିକ ସନ୍ତାନ ଥିଲା । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଏବେ ଫର୍ଟିଲିଟି ହାର କମୁଥିବା ଦେଖିବାକୁ ମିଳୁଛି । ଯାହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କାହିଁକି କମୁଛି ପ୍ରଜନନ ହାର ? ଦୃତ ସହରୀକରଣ ଏବଂ ଆଧୁନିକ ଜୀବନଶୈଳୀ ଶିକ୍ଷା, ବୃତ୍ତି, ସ୍ବାସ୍ଥ୍ୟସେବାରେ ବିକାଶ ଛୋଟ ପରିବାର ପସନ୍ଦ କରୁଛନ୍ତି ସହରୀ ମହିଳା ବିବାହରେ ବିଳମ୍ବ, ଦୈନଦିନ ଖର୍ଚ୍ଚ ବୃଦ୍ଧି ଚାକିରି ପାଇବା ଉପରେ ଅଧିକ ଗୁରୁତ୍ବ ଅଧିକ ପିଲା ଆର୍ଥିକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ପରିବାର ପ୍ଲାନିଂ ଏବଂ ସଚେତନତା ଆମେରିକା, ଋଷ, ଦକ୍ଷିଣ କୋରିଆ ଭଳି ବିକଶିତ ଦେଶମାନେ ଏବେ ପ୍ରଜନନ ହାର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଭାରତ ମଧ୍ୟରେ ଏଥିରେ ସାମିଲ ହୋଇଛି । ଆରଏସଏସ ମୁଖ୍ୟ ମୋହନ ଭଗୱନ୍ତ ମହିଳାଙ୍କୁ ଅତି କମରେ ତିନିଟି ପିଲା ଜନ୍ମ କରିବାକୁ ଆହ୍ୱାନ କରିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ବିରୋଧୀ ବିରୋଧ କରିଛନ୍ତି । ମୁସଲିମ ନେତା ତଥା ଏଆଇଏମଆଏମ ମୁଖ୍ୟ ଅସଦଉଦ୍ଦୀନ ଓୱେସୀ ମୋହନଙ୍କୁ ଟାର୍

କନକ ବ୍ୟୁରୋ : ଦୃତ ଜନସଂଖ୍ୟା ବୃଦ୍ଧି ଯୋଗୁ ପରିଚିତ ଭାରତରେ ବର୍ଷକୁ ବର୍ଷ ପ୍ରଜନନ ହାର କମିବାରେ ଲାଗିଛି । ନିକଟରେ ପ୍ରକାଶିତ ଜାତିସଂଘର ରପୋର୍ଟ ୨୦୨୪ ଅନୁସାରେ ଆମ ଦେଶରେ ପ୍ରଜନନ ହାର ମହିଳାଙ୍କ ପିଛା ଦୁଇ ପିଲାକୁ କମିଯାଇଛି । ଯାହା ୧୯୫୦ରେ ୬.୨ ଅର୍ଥାତ୍ ମହିଳାଙ୍କ ପିଛା ୬ରୁ ଅଧିକ ସନ୍ତାନ ଥିଲା । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଏବେ ଫର୍ଟିଲିଟି ହାର କମୁଥିବା ଦେଖିବାକୁ ମିଳୁଛି । ଯାହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ।
କାହିଁକି କମୁଛି ପ୍ରଜନନ ହାର ?
- ଦୃତ ସହରୀକରଣ ଏବଂ ଆଧୁନିକ ଜୀବନଶୈଳୀ
- ଶିକ୍ଷା, ବୃତ୍ତି, ସ୍ବାସ୍ଥ୍ୟସେବାରେ ବିକାଶ
- ଛୋଟ ପରିବାର ପସନ୍ଦ କରୁଛନ୍ତି ସହରୀ ମହିଳା
- ବିବାହରେ ବିଳମ୍ବ, ଦୈନଦିନ ଖର୍ଚ୍ଚ ବୃଦ୍ଧି
- ଚାକିରି ପାଇବା ଉପରେ ଅଧିକ ଗୁରୁତ୍ବ
- ଅଧିକ ପିଲା ଆର୍ଥିକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି
- ପରିବାର ପ୍ଲାନିଂ ଏବଂ ସଚେତନତା
ଆମେରିକା, ଋଷ, ଦକ୍ଷିଣ କୋରିଆ ଭଳି ବିକଶିତ ଦେଶମାନେ ଏବେ ପ୍ରଜନନ ହାର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଭାରତ ମଧ୍ୟରେ ଏଥିରେ ସାମିଲ ହୋଇଛି । ଆରଏସଏସ ମୁଖ୍ୟ ମୋହନ ଭଗୱନ୍ତ ମହିଳାଙ୍କୁ ଅତି କମରେ ତିନିଟି ପିଲା ଜନ୍ମ କରିବାକୁ ଆହ୍ୱାନ କରିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ବିରୋଧୀ ବିରୋଧ କରିଛନ୍ତି । ମୁସଲିମ ନେତା ତଥା ଏଆଇଏମଆଏମ ମୁଖ୍ୟ ଅସଦଉଦ୍ଦୀନ ଓୱେସୀ ମୋହନଙ୍କୁ ଟାର୍ଗେଟ କରିଛନ୍ତି । ଓୱେସୀ କହିଛନ୍ତି ଗୋଟିଏ ପଟେ ତୁମେ କହୁଛ ମୁସଲିମଙ୍କର ଅଧିକ ପିଲା ଅଛନ୍ତି ଏବଂ ଅନ୍ୟପଟେ ଅଧିକ ପିଲାଜନ୍ମ କରିବାକୁ କହୁଛ । ଯାହର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଏଡୁ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରେ ମୋହନ ଭାଗବତ ଅଧିକ ପିଲା ଜନ୍ମ କରିବାକୁ ଅପିଲ କରିଛନ୍ତି । କାରଣ ଯଦି ପ୍ରଜନନ ହାର ବୃଦ୍ଧି ନହୁଏ ୨୦୫୦ ବେଳକୁ ଭାରତରେ ବୟସ୍କ ନାଗରିକଙ୍କ ସଂଖ୍ୟା ଅଧିକ ହୋଇଯିବ । ଯାହା ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ପ୍ରଭାବ ପକାଇବ । ଏହାଦ୍ୱାରା ବିଶେଷକରି ଗ୍ରାମାଞ୍ଚଳର ଲୋକେ ଅଧିକ ପ୍ରଭାବିତ ହେବେ ।