ପାଣିପାଗ ବିଭାଗ ସତର୍କତା, ୩ ମାସ କଲବଲ କରିବ ତାତି
ଭୁବନେଶ୍ୱର ୦୨।୦୪ : ପ୍ରଚଣ୍ଡ ଗ୍ରୀଷ୍ଣ ଲହରୀରେ ଏବର୍ଷ ଛଟପଟ ହେବ ଓଡ଼ିଶା । ଲମ୍ବିବ ହିଟ୍ ୱେଭ୍ର ଅବଧି । ଚଳିତ ମାସଠାରୁ ଆରମ୍ଭ ହେବ ଜ୍ବାଳା । ୮ଦିନ ନିଆଁ ବର୍ଷା ହୋଇପାରେ ଏପ୍ରିଲ୍ ରେ । ଯାହା ସ୍ବାଭାବିକ ଭାବରେ ଦିନକୁ ୩ ଦିନ ହୋଇଥାଏ । ପାଣିପାଗ ବିଭାଗର ସତର୍କ ଘଣ୍ଟି, ଏବର୍ଷ ସାଂଘାତିକ ତାତି । କେବଳ ଏପ୍ରିଲ ନୁହେଁ, ଆସନ୍ତା ୩ମାସ ସାଂଘାତିତ ତାତି ଅନୁଭୂତ ହେବ ସାରା ରାଜ୍ୟରେ। ପୂର୍ବ ବର୍ଷ ତୁଳନାରେ ଅଧିକ ରହିବ । ୧୪ ଦିନ ଯାଏ ଲାଗି ରହିବ ଗ୍ରୀଷ୍ମ ଲହରୀ ସ୍ଥିତି । ଅର୍ଥାତ ଅଧିକାଂଶ ଅଞ୍ଚଳ ୪୨ରୁ ୪୪ ଡିଗ୍ରୀ ତାତିରେ ଜଳିବ । ଅସ୍ବାଭାବିକ ପାଣିପାଗ ଯୋଗୁଁ ଓଡ଼ିଶା ସମେତ ୮ଟି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ରହିବ। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକ, କେନ୍ଦ୍ରୀୟ ମହାରାଷ୍ଟ୍ରରେ ଏପ୍ରିଲ୍ , ମେ ଓ ଜୁନ୍ ରେ ଗ୍ରୀଷ୍ମପ୍ରବାହ ୧୦ରୁ ୨୦ ଦିନ ମଧ୍ୟରେ ରହିବ। ଏହାଦ୍ବାରା ଅଂଶୁଘାତର ସମ୍ଭାବନା ଅଧିକ ରହିଛି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସତର୍କ କରାଇ ଦେଇଛନ୍ତି।ତେବେ ସୋମବାର ରାଜ୍ୟର ୮ ସହରରେ ତାତି ୪୦ ଡିଗ୍ରୀ ଟପିଯାଇଛି । ଆସନ୍ତା ୪ତାରିଖରୁ ୬ ତାରିଖ ଭାଷଣ ଖରା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଅଂଶୁଘାତ ନେଇ ଆଲର୍ଟ କରାଯାଇଛି ।
ଭୁବନେଶ୍ୱର ୦୨।୦୪ : ପ୍ରଚଣ୍ଡ ଗ୍ରୀଷ୍ଣ ଲହରୀରେ ଏବର୍ଷ ଛଟପଟ ହେବ ଓଡ଼ିଶା । ଲମ୍ବିବ ହିଟ୍ ୱେଭ୍ର ଅବଧି । ଚଳିତ ମାସଠାରୁ ଆରମ୍ଭ ହେବ ଜ୍ବାଳା । ୮ଦିନ ନିଆଁ ବର୍ଷା ହୋଇପାରେ ଏପ୍ରିଲ୍ ରେ । ଯାହା ସ୍ବାଭାବିକ ଭାବରେ ଦିନକୁ ୩ ଦିନ ହୋଇଥାଏ ।
ପାଣିପାଗ ବିଭାଗର ସତର୍କ ଘଣ୍ଟି, ଏବର୍ଷ ସାଂଘାତିକ ତାତି । କେବଳ ଏପ୍ରିଲ ନୁହେଁ, ଆସନ୍ତା ୩ମାସ ସାଂଘାତିତ ତାତି ଅନୁଭୂତ ହେବ ସାରା ରାଜ୍ୟରେ। ପୂର୍ବ ବର୍ଷ ତୁଳନାରେ ଅଧିକ ରହିବ । ୧୪ ଦିନ ଯାଏ ଲାଗି ରହିବ ଗ୍ରୀଷ୍ମ ଲହରୀ ସ୍ଥିତି । ଅର୍ଥାତ ଅଧିକାଂଶ ଅଞ୍ଚଳ ୪୨ରୁ ୪୪ ଡିଗ୍ରୀ ତାତିରେ ଜଳିବ ।
ଅସ୍ବାଭାବିକ ପାଣିପାଗ ଯୋଗୁଁ ଓଡ଼ିଶା ସମେତ ୮ଟି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ରହିବ। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକ, କେନ୍ଦ୍ରୀୟ ମହାରାଷ୍ଟ୍ରରେ ଏପ୍ରିଲ୍ , ମେ ଓ ଜୁନ୍ ରେ ଗ୍ରୀଷ୍ମପ୍ରବାହ ୧୦ରୁ ୨୦ ଦିନ ମଧ୍ୟରେ ରହିବ। ଏହାଦ୍ବାରା ଅଂଶୁଘାତର ସମ୍ଭାବନା ଅଧିକ ରହିଛି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସତର୍କ କରାଇ ଦେଇଛନ୍ତି।
ତେବେ ସୋମବାର ରାଜ୍ୟର ୮ ସହରରେ ତାତି ୪୦ ଡିଗ୍ରୀ ଟପିଯାଇଛି । ଆସନ୍ତା ୪ତାରିଖରୁ ୬ ତାରିଖ ଭାଷଣ ଖରା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଅଂଶୁଘାତ ନେଇ ଆଲର୍ଟ କରାଯାଇଛି ।