ବିଧାନସଭା ଆରମ୍ଭରୁ ହଟ୍ଟଗୋଳ। ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା । ଦିନ ୧୨ଟା ଯାଏଁ ଗୃହ ମୁଲତବୀ

 କନକବ୍ୟୁରୋ: ଯାହା ଅନୁମାନ ଥିଲା, ତାହା ହିଁ ହେଲା । ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ହଲାପଟା କରିଛନ୍ତି ବିରୋଧି ।  ଗୃହରେ  ବିରୋଧୀଙ୍କ ବିରୋଧଭାଷାରେ ପ୍ରଥମ ଦିନରେ ଗୃହ ମୁଲତବୀ ରହିଥିଲା ସେହିପରି ଗୃହର ଦ୍ବିତୀୟ ଦିନରେ ମଧ୍ୟ ସେପରି ଦେଖିବାକୁ ମିଳିଛି , ଗୃହରେ ତୂତୀୟ ଦିନରେ ମଧ୍ୟ ବିରୋଧୀଙ୍କ ବିରୋଧ ଭାଷା ରେ ଗୋଟିଏ ମିନିଟ ମଧ୍ୟ୍ୟ ଗୃହ ଚାଲିପାରିଲା ନାହିଁ , ଫଳରେ ବାଚସ୍ପତି ଗୃହକୁ ଦିନ 12 ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି , ଦିତୀୟ ଦିନରେ  ମଧ୍ୟ ଚାଷୀ,କଟନୀ ଛଟନୀ,  ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ଶାସକ ଦଳକୁ ତୀର ମାରିଥିଲେ  ବିରୋଧୀ । ଅନ୍ୟପଟେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ନକରି ବିରୋଧୀ ପଳାୟନପନ୍ଥୀ ସାଜିଛନ୍ତି ବୋଲି ଗତକାଲି କହିଥିଲେ  ଶାସକ ଦଳ।  ଗତକାଲି ବଜେଟ ଅଧିବେଶନ ପାଇଁ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇନଥିଲେ ବିରୋଧୀ  । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପୁରୁଣା ଅନ୍ଦାଜରେ ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ।  ବାଚସ୍ପତି ବାରମ୍ବାର ବୁଝାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୃହକୁ ମୁଲତବୀ  କରାଯାଇଥିଲା   । 

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ। ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା । ଦିନ ୧୨ଟା ଯାଏଁ ଗୃହ ମୁଲତବୀ

 
କନକବ୍ୟୁରୋ: ଯାହା ଅନୁମାନ ଥିଲା, ତାହା ହିଁ ହେଲା । ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ହଲାପଟା କରିଛନ୍ତି ବିରୋଧି ।  ଗୃହରେ  ବିରୋଧୀଙ୍କ ବିରୋଧଭାଷାରେ ପ୍ରଥମ ଦିନରେ ଗୃହ ମୁଲତବୀ ରହିଥିଲା ସେହିପରି ଗୃହର ଦ୍ବିତୀୟ ଦିନରେ ମଧ୍ୟ ସେପରି ଦେଖିବାକୁ ମିଳିଛି , ଗୃହରେ ତୂତୀୟ ଦିନରେ ମଧ୍ୟ ବିରୋଧୀଙ୍କ ବିରୋଧ ଭାଷା ରେ ଗୋଟିଏ ମିନିଟ ମଧ୍ୟ୍ୟ ଗୃହ ଚାଲିପାରିଲା ନାହିଁ ,

ଫଳରେ ବାଚସ୍ପତି ଗୃହକୁ ଦିନ 12 ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି , ଦିତୀୟ ଦିନରେ  ମଧ୍ୟ ଚାଷୀ,କଟନୀ ଛଟନୀ,  ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ଶାସକ ଦଳକୁ ତୀର ମାରିଥିଲେ  ବିରୋଧୀ । ଅନ୍ୟପଟେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ନକରି ବିରୋଧୀ ପଳାୟନପନ୍ଥୀ ସାଜିଛନ୍ତି ବୋଲି ଗତକାଲି କହିଥିଲେ  ଶାସକ ଦଳ। 

ଗତକାଲି ବଜେଟ ଅଧିବେଶନ ପାଇଁ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇନଥିଲେ ବିରୋଧୀ  । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପୁରୁଣା ଅନ୍ଦାଜରେ ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ।  ବାଚସ୍ପତି ବାରମ୍ବାର ବୁଝାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୃହକୁ ମୁଲତବୀ  କରାଯାଇଥିଲା   ।