ମାରିଲା ଦନ୍ତା ,ମାଡ ଖାଇଲେ ବନକର୍ମଚାରୀ : ବଣାଇରେ ଉତ୍ତେଜନା କ୍ଷତିପୂରଣ ଦାବି
କନକବ୍ୟୁରୋ : ସୁନ୍ଦରଗଡ଼ ବଣାଇରେ ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା । ବନ ବିଭାଗ ପାରା କର୍ମଚାରୀ ତପନ କୁମାର ନାୟକଙ୍କୁ ମାଡ଼ ମାରିଛନ୍ତି ଉତ୍ତ୍ୟକ୍ତ ଲୋକେ । ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ସମ୍ପୂଣ୍ଣ ବିଫଳ ହେବାରୁ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ସକାଳୁ ଘର ଝାଡୁ ମାରୁଥିବା ବେଳେ ଧରଣୀ ପାତ୍ରଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ଦନ୍ତା । ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଅଞ୍ଚଳବାସୀ । ତେବେ ସେଠାରେ ଡାକ୍ତର ଧରଣୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । କିଛି ଦିନ ହେବ ବଣାଇ ଅଞ୍ଚଳରେ ଆତଙ୍କ ଖେଳାଛି ଦନ୍ତା ହାତୀ । ହାତୀ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି । ମାଇ ହାତୀର ମୃତଦେହ ଉଦ୍ଧାର, ମୟୂରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ଗୋଲାମୁଣ୍ଡାକଟା ନିକଟରୁ ହାତୀର ମୃତ ଦେହ ଉଦ୍ଧାର। କେଉଁ ପରିସ୍ଥିତିରେ ମାଇ ହାତୀଟିର ମୃତ୍ୟୁ ଘଟିଛି । କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀର ବୟସ ପ୍ରାୟ ୫ବର୍ଷ ହେବ । ଘଟଣା ସ୍ଥଳରେ ପହଁଚି ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗର ଟିମ୍ ।

କନକବ୍ୟୁରୋ : ସୁନ୍ଦରଗଡ଼ ବଣାଇରେ ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା । ବନ ବିଭାଗ ପାରା କର୍ମଚାରୀ ତପନ କୁମାର ନାୟକଙ୍କୁ ମାଡ଼ ମାରିଛନ୍ତି ଉତ୍ତ୍ୟକ୍ତ ଲୋକେ । ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ସମ୍ପୂଣ୍ଣ ବିଫଳ ହେବାରୁ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ସକାଳୁ ଘର ଝାଡୁ ମାରୁଥିବା ବେଳେ ଧରଣୀ ପାତ୍ରଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ଦନ୍ତା ।
ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଅଞ୍ଚଳବାସୀ । ତେବେ ସେଠାରେ ଡାକ୍ତର ଧରଣୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । କିଛି ଦିନ ହେବ ବଣାଇ ଅଞ୍ଚଳରେ ଆତଙ୍କ ଖେଳାଛି ଦନ୍ତା ହାତୀ । ହାତୀ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି । ମାଇ ହାତୀର ମୃତଦେହ ଉଦ୍ଧାର, ମୟୂରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ଗୋଲାମୁଣ୍ଡାକଟା ନିକଟରୁ ହାତୀର ମୃତ ଦେହ ଉଦ୍ଧାର। କେଉଁ ପରିସ୍ଥିତିରେ ମାଇ ହାତୀଟିର ମୃତ୍ୟୁ ଘଟିଛି । କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀର ବୟସ ପ୍ରାୟ ୫ବର୍ଷ ହେବ । ଘଟଣା ସ୍ଥଳରେ ପହଁଚି ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗର ଟିମ୍ ।