ସିବିଆଇ ପରେ, ଘାଣ୍ଟିବ ଇଡି । ଅଭିଯୁକ୍ତ ଖୋଲୁଛନ୍ତି ପାପର ପେଡ଼ି ।

କନକ ବ୍ଯୁରୋ: ଭୁବନେଶ୍ୱର ଝାରପଡ଼ା SBI ଶାଖାରେ ଚାଲିଛି ସିବିଆଇ ଟିମର ଛାନଭିନ୍ । ଭୁବନେଶ୍ୱରରେ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ହେଉଛି ଖୋଳତାଡ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ଗ୍ରୁର ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କୁ ବ୍ୟାଙ୍କ ଭିତରେ ରଖି ୩ ଘଣ୍ଟାରୁ ଅଧିକ ସମୟ ଧରି ଯାଞ୍ଚ୍‌ କରିଥିଲା ସିବିଆଇ ।  ଚଞ୍ଚଲ କରିଥିବା ଚଞ୍ଚକତା ବାବଦରେ ଗୁଡାଇ ତୁଡାଇ ପ୍ରଶ୍ନ ପଚାରି ସାରି ସିବିଆଇ ପୁଣି ଆଣିଥିଲା ବ୍ୟାଙ୍କ । ବ୍ୟାଙ୍କରେ ଖାତା ଖୋଲିବା ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଟ୍ରାନଜାକସନକୁ ନେଇ ତଦନ୍ତ ଆରମ୍ଭ ହୋଇଛି । କେବେ, କାହାସହ, କେଉଁ ବାବଦକୁ କେତେ ଟଙ୍କାର କାରବାର କରାଯାଇଛି ସେ ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇଛି ଦିଲ୍ଲୀର ସ୍ୱତନ୍ତ୍ର ଟିମ୍‌ ।  ସବୁଠୁ ବଡ଼ କଥା ହେଉଛି, ଚଞ୍ଚଲଙ୍କ ଲକରକୁ ଖୋଲି ଏହାର ଛାନଭିନ କରାଯାଇଛି। ଚଞ୍ଚଲଙ୍କ ଉପସ୍ଥିତିରେ ବ୍ୟାଙ୍କ ଲକର ଖୋଲାଯାଇଥିଲା। ଲକରରେ ଥିବା ସମସ୍ତ ଜିନିଷ ସିବିଆଇ ଦେଖିବା ପରେ ଏହାକୁ ପୁଣିଥରେ ସିଲ କରାଯାଇଛି । ସେପଟେ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତଙ୍କୁ ପ୍ରଥମ ଦିନରେ ଝାଳବୁହା ଜେରା କରିଛି ସିବିଆଇ। ଏମାନଙ୍କ ପ୍ରଛଦ ପଟରେ ରହି, ବ୍ୟୁରୋକ୍ରାଟ ଓ ରାଜନେତାମାନେ ଅନୁକମ୍ପା ଦେଖାଉଥିବା ସନ୍ଦେହରେ ଘନ ଘନ ଜେରା କରୁଛି । ରାଜନୈତିକ ଗନ୍ଧ ବାରିବା ପରେ, ସିବିଆଇ ପ୍ରମାଣ ପାଇବାକୁ ଚେଷ୍ଟା ଚଳାଇଛି । ତେବେ ଅଭିଯୁକ୍ତ

ସିବିଆଇ ପରେ, ଘାଣ୍ଟିବ ଇଡି । ଅଭିଯୁକ୍ତ ଖୋଲୁଛନ୍ତି ପାପର ପେଡ଼ି ।

କନକ ବ୍ଯୁରୋ: ଭୁବନେଶ୍ୱର ଝାରପଡ଼ା SBI ଶାଖାରେ ଚାଲିଛି ସିବିଆଇ ଟିମର ଛାନଭିନ୍ । ଭୁବନେଶ୍ୱରରେ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ହେଉଛି ଖୋଳତାଡ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ଗ୍ରୁର ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କୁ ବ୍ୟାଙ୍କ ଭିତରେ ରଖି ୩ ଘଣ୍ଟାରୁ ଅଧିକ ସମୟ ଧରି ଯାଞ୍ଚ୍‌ କରିଥିଲା ସିବିଆଇ ।  ଚଞ୍ଚଲ କରିଥିବା ଚଞ୍ଚକତା ବାବଦରେ ଗୁଡାଇ ତୁଡାଇ ପ୍ରଶ୍ନ ପଚାରି ସାରି ସିବିଆଇ ପୁଣି ଆଣିଥିଲା ବ୍ୟାଙ୍କ । ବ୍ୟାଙ୍କରେ ଖାତା ଖୋଲିବା ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଟ୍ରାନଜାକସନକୁ ନେଇ ତଦନ୍ତ ଆରମ୍ଭ ହୋଇଛି । କେବେ, କାହାସହ, କେଉଁ ବାବଦକୁ କେତେ ଟଙ୍କାର କାରବାର କରାଯାଇଛି ସେ ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇଛି ଦିଲ୍ଲୀର ସ୍ୱତନ୍ତ୍ର ଟିମ୍‌ । 

ସବୁଠୁ ବଡ଼ କଥା ହେଉଛି, ଚଞ୍ଚଲଙ୍କ ଲକରକୁ ଖୋଲି ଏହାର ଛାନଭିନ କରାଯାଇଛି। ଚଞ୍ଚଲଙ୍କ ଉପସ୍ଥିତିରେ ବ୍ୟାଙ୍କ ଲକର ଖୋଲାଯାଇଥିଲା। ଲକରରେ ଥିବା ସମସ୍ତ ଜିନିଷ ସିବିଆଇ ଦେଖିବା ପରେ ଏହାକୁ ପୁଣିଥରେ ସିଲ କରାଯାଇଛି । ସେପଟେ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତଙ୍କୁ ପ୍ରଥମ ଦିନରେ ଝାଳବୁହା ଜେରା କରିଛି ସିବିଆଇ। ଏମାନଙ୍କ ପ୍ରଛଦ ପଟରେ ରହି, ବ୍ୟୁରୋକ୍ରାଟ ଓ ରାଜନେତାମାନେ ଅନୁକମ୍ପା ଦେଖାଉଥିବା ସନ୍ଦେହରେ ଘନ ଘନ ଜେରା କରୁଛି । ରାଜନୈତିକ ଗନ୍ଧ ବାରିବା ପରେ, ସିବିଆଇ ପ୍ରମାଣ ପାଇବାକୁ ଚେଷ୍ଟା ଚଳାଇଛି । ତେବେ ଅଭିଯୁକ୍ତ ମାନେ ଟେଣ୍ଡର ଫିସ୍କିଂ କରି ମାଲମାଲ ହେବା ସହ କାହା କାହାକୁ ସିଂହ ଭାଗ ଦେଇଛନ୍ତି ତାର ହିସାବ ନିକାସ କରୁଛି ସିବିଆଇ । 

ସିବିଆଇ ଖୋଜୁଛି ଅଭିଯୁକ୍ତଙ୍କ ସହ ନେତା-ବାବୁଙ୍କ ଲିଙ୍କ୍‌ 
-    ସିବିଆଇ ପରେ, ଏବେ ଘାଇଲା କରିବା ଇଡି
-    ଖୋଜିବ ଅର୍ଥିକ ନେଣଦେଣର ସୂତ୍ର 
-    ଟେଣ୍ଡର ଫିକ୍ସିଂରୁ କିଏ ନେଉଥିଲେ ସିଂହ ଭାଗ ? 
-    ଅଭିଯୁକ୍ତଙ୍କ ମୁହଁରୁ ନେତା-ବାବୁଙ୍କ ନାଁ ଉଗାରି ପାରିବ କି ସିବିଆଇ ?