ଟିଟିଲାଗଡ଼ ସବ୍ ଜେଲ୍ରୁ କଏଦୀ ଫେରାର ଘଟଣାରେ ନୂଆ ଟୁଇଷ୍ଟ, ଫେରାର ପୂର୍ବରୁ ଭୋଜିଭାତର ଫଟୋ ଭାଇରାଲ୍
ଟିଟିଲାଗଡ ୧୬।୩: ଟିଟିଲାଗଡ଼ ସବ୍ ଜେଲ୍ରୁ ଦୁଇ ହତ୍ୟା ଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ ଫେରାର ହେବା ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲିପଡିଛି । ତେବେ ଶନିବାର ୨ଟି ଫଟୋ ଭାଇରାଲ ହେବାରେ ଲାଗିଥିବା ବେଳେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲ । ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଓ ସ୍ତମ୍ବିଭୂତ ମଧ୍ୟ ଯେ ଦୁଇ ଜଣ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ବିଚାରଧୀନ ବନ୍ଦୀ ଭାବେ ରହିଥିବା ବେଳେ ଜେଲ୍ ପରିସରରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଭୋଜିଭାତ ଆସରରେ ଜେଲ୍ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଖାଦ୍ୟ ପରସୁଛନ୍ତି ଓ ଅନ୍ୟ ଏକ ଫଟୋରେ ବୋଧହୁଏ ଜେଲରଙ୍କ ଚାମ୍ବର ଭିତରେ ଫଟୋ ଉଠାଇଛନ୍ତି । ତେବେ ଫଟୋଟି କେବେ ଉଠାଯାଇଥିଲା, ଫଟୋଟି ନୂଆ ପୁରୁଣା ତାହା ଜଣାପଡିନାହିଁ । କିନ୍ତୁ ସବ୍ ଜେଲ୍ର ଚୈତନ୍ୟ ପ୍ରଧାନ ଓ ଜେଲ୍ର ଅନ୍ୟ କର୍ମଚାରୀ ତଥା ପରବାର ସଦସ୍ୟ ସମସ୍ତେ ଫଟୋରେ ରହିଥିବା ଦେଖାଯାଉଛି । ତେବେ ଏହି ଫଟୋ ହିଁ ଜେଲ୍ କର୍ମଚାରୀଙ୍କ ଅସଲ ମୁଖା ଖୋଲିଦେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଜେଲ ଭିତରେ ଭୋଜି ଭାତର ଆସର କିଏ ଜମେଇଥିଲା ? ଜେଲ୍ ଭିତରକୁ ମୋବାଇଲ ଫୋନ କିମ୍ବା କ୍ୟାମେରା ନେବା ନିଷେଧଥିବା ବେଳେ ଫଟୋ କିଏ କରିଥିଲା ? ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଜେଲ୍ କର୍ମଚାରୀ ମାନଙ୍କ ସହିତ ଏହି ଦୁଇ ଜଣ ହତ୍ୟା ଅଭିଯୁକ୍ତ ତଥା ଅପରାଧୀଙ୍କ କିଭଳି ସମ୍ପ
ଟିଟିଲାଗଡ ୧୬।୩: ଟିଟିଲାଗଡ଼ ସବ୍ ଜେଲ୍ରୁ ଦୁଇ ହତ୍ୟା ଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ ଫେରାର ହେବା ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲିପଡିଛି । ତେବେ ଶନିବାର ୨ଟି ଫଟୋ ଭାଇରାଲ ହେବାରେ ଲାଗିଥିବା ବେଳେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲ । ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଓ ସ୍ତମ୍ବିଭୂତ ମଧ୍ୟ ଯେ ଦୁଇ ଜଣ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ବିଚାରଧୀନ ବନ୍ଦୀ ଭାବେ ରହିଥିବା ବେଳେ ଜେଲ୍ ପରିସରରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଭୋଜିଭାତ ଆସରରେ ଜେଲ୍ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଖାଦ୍ୟ ପରସୁଛନ୍ତି ଓ ଅନ୍ୟ ଏକ ଫଟୋରେ ବୋଧହୁଏ ଜେଲରଙ୍କ ଚାମ୍ବର ଭିତରେ ଫଟୋ ଉଠାଇଛନ୍ତି । ତେବେ ଫଟୋଟି କେବେ ଉଠାଯାଇଥିଲା, ଫଟୋଟି ନୂଆ ପୁରୁଣା ତାହା ଜଣାପଡିନାହିଁ । କିନ୍ତୁ ସବ୍ ଜେଲ୍ର ଚୈତନ୍ୟ ପ୍ରଧାନ ଓ ଜେଲ୍ର ଅନ୍ୟ କର୍ମଚାରୀ ତଥା ପରବାର ସଦସ୍ୟ ସମସ୍ତେ ଫଟୋରେ ରହିଥିବା ଦେଖାଯାଉଛି ।

ତେବେ ଏହି ଫଟୋ ହିଁ ଜେଲ୍ କର୍ମଚାରୀଙ୍କ ଅସଲ ମୁଖା ଖୋଲିଦେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଜେଲ ଭିତରେ ଭୋଜି ଭାତର ଆସର କିଏ ଜମେଇଥିଲା ? ଜେଲ୍ ଭିତରକୁ ମୋବାଇଲ ଫୋନ କିମ୍ବା କ୍ୟାମେରା ନେବା ନିଷେଧଥିବା ବେଳେ ଫଟୋ କିଏ କରିଥିଲା ? ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଜେଲ୍ କର୍ମଚାରୀ ମାନଙ୍କ ସହିତ ଏହି ଦୁଇ ଜଣ ହତ୍ୟା ଅଭିଯୁକ୍ତ ତଥା ଅପରାଧୀଙ୍କ କିଭଳି ସମ୍ପର୍କ ରହିଛି ଯେ ଭୋଜି ଭାତର ଆସର ଏହି ଅପରାଧୀ ମାନଙ୍କ ସହିତ ଜମେଇଛନ୍ତି ତାହା ପୁଣି ନିଜ ପରିବାର ଲୋକଙ୍କ ସହିତ । ଏମିତି ସେବା ଯଦି ଜେଲ୍ ଭିତରେ ଅପରାଧୀ ପାଇବେ ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବା ତାହା କହିବା ମୁସ୍କିଲ । ଏହାର ସୁଯୋଗ ନେଇ ଦୁଇ ଅପରାଧୀ ଜେଲ୍ରୁ ଫେରାର ହୋଇଯାଇ ଥାଇପାରନ୍ତି । ତେବେ ଏହି ଫେରାର ଅପରାଧ ମାନେ ଭବିଷ୍ୟତରେ ପୀଡିତ ପରିବାର ଉପରେ ପୁଣି ଥରେ କିଛି ବି କରିଦେଇ ପାରନ୍ତି ଏଥିପାଇଁ ଦାୟୀ କିଏ ରହିବେ ?
You Can Read :
ବଲାଙ୍ଗୀରରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର