ରୋଷେଇ ଉପରେ ମୌସୁମୀ ମାଡ଼, ଦିଲ୍ଲୀରେ ଟମାଟର କେଜି ହେଲା ୧୦୦ ଟଙ୍କା
ନୂଆଦିଲ୍ଲୀ ୨୧।୭: ଦିଲ୍ଲୀ ଏନସିଆରରେ ଟମାଟର ଓ ସବୁଜ ପନିପରିବା ଦର ଏବେ ଆକାଶ ଛୁଆଁ। ଟମାଟର କେଜି ପୁଣି ଥରେ ୧୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ଅନ୍ୟ ପନିପରିବା ମଧ୍ୟ ମହଙ୍ଗା ହୋଇଯାଇଛି। ଦେଶର ବିଭିନ୍ନ ଭାଗରେ ପ୍ରତିକୂଳ ପାଣିପାଗକୁ ଏଥି ପାଇଁ ଏବେ ଦାୟି କରାଯାଉଛି। ଯାହାର ପ୍ରଭାବ ଏବେ ଜାତୀୟ ରାଜଧାନୀ ଅଞ୍ଚଳର ରୋଷେଇଶାଳ ଉପରେ ପଡିଛି। ପରିବା ଯୋଗାଣ ବାଧିତ ହେଉଥିବାରୁ ଦିଲ୍ଲୀ ଖୁଚୁରା ବଜାରରେ ଶନିବାର ଟମାଟୋ କେଜି ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିଲା। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଅନୁସାରେ ୨୦ ଜୁଲାଇ ଶନିବାର ଦିଲ୍ଲୀରେ ଟମାଟରର ଖୁଚୁରା ଦର କେଜି ପିଛା ୯୩ ଟଙ୍କା ଥିଲା। ସରକାରୀ ତଥ୍ୟ ଅନୁସାରେ ଶନିବାର ସାରା ଦେଶରେ ଟମାଟର କେଜି ପିଛା ଦର ୭୩ଟଙ୍କା ୭୬ ପଇସା ଥିଲା। ଏପରି ମୂଲ୍ୟବୃଦ୍ଧି ନେଇ ଯାହା କୁହାଯାଉଛି ତାହା ହେଉଛି ଅତ୍ୟାଧିକ ଗରମ ଓ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହେବା। ଦିଲ୍ଲୀ ସମେତ ଅନ୍ୟ ସହରରେ ଟମାଟର, ଆଳୁ ଓ ପିଆଜ ଦର ଢେର ଅଧିକ ହୋଇଯାଇଛି। ପଶ୍ଚିମ ଦିଲ୍ଲୀ ମଦର ଡାୟେରୀ ଷ୍ଟୋରରେ ଶନିବାର ପିଆଜ କେଜି ପିଛା ୪୬ ଟଙ୍କା ୯୦ ପଇସାରେ କାରବାର ହୋଇଥିବା ବେଳେ ଆଳୁ ୪୧ଟଙ୍କା ୯୦ ପଇସା ଦରରେ ବିକ୍ରି ହୋଇଛି। ତେବେ ସରକାରୀ ତଥ୍ୟ ଅନୁସାରେ ରାଜଧାନୀ ଦିଲ୍ଲୀରେ ପିଆଜ କେଜି ପିଛା ଦର ୫୦ ଟଙ୍କା ଥିବା ବେଳେ ଆଳୁ କେଜି ୪୦ ଟଙ୍କା ରହିଛି। କେବଳ ଟମାଟୋ, ଆଳୁ ଅଥବା ପିଆଜ ନୁହେଁ ଅନ୍ୟ ସବୁଜ
ନୂଆଦିଲ୍ଲୀ ୨୧।୭: ଦିଲ୍ଲୀ ଏନସିଆରରେ ଟମାଟର ଓ ସବୁଜ ପନିପରିବା ଦର ଏବେ ଆକାଶ ଛୁଆଁ। ଟମାଟର କେଜି ପୁଣି ଥରେ ୧୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ଅନ୍ୟ ପନିପରିବା ମଧ୍ୟ ମହଙ୍ଗା ହୋଇଯାଇଛି। ଦେଶର ବିଭିନ୍ନ ଭାଗରେ ପ୍ରତିକୂଳ ପାଣିପାଗକୁ ଏଥି ପାଇଁ ଏବେ ଦାୟି କରାଯାଉଛି। ଯାହାର ପ୍ରଭାବ ଏବେ ଜାତୀୟ ରାଜଧାନୀ ଅଞ୍ଚଳର ରୋଷେଇଶାଳ ଉପରେ ପଡିଛି। ପରିବା ଯୋଗାଣ ବାଧିତ ହେଉଥିବାରୁ ଦିଲ୍ଲୀ ଖୁଚୁରା ବଜାରରେ ଶନିବାର ଟମାଟୋ କେଜି ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିଲା।

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଅନୁସାରେ ୨୦ ଜୁଲାଇ ଶନିବାର ଦିଲ୍ଲୀରେ ଟମାଟରର ଖୁଚୁରା ଦର କେଜି ପିଛା ୯୩ ଟଙ୍କା ଥିଲା। ସରକାରୀ ତଥ୍ୟ ଅନୁସାରେ ଶନିବାର ସାରା ଦେଶରେ ଟମାଟର କେଜି ପିଛା ଦର ୭୩ଟଙ୍କା ୭୬ ପଇସା ଥିଲା। ଏପରି ମୂଲ୍ୟବୃଦ୍ଧି ନେଇ ଯାହା କୁହାଯାଉଛି ତାହା ହେଉଛି ଅତ୍ୟାଧିକ ଗରମ ଓ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହେବା। ଦିଲ୍ଲୀ ସମେତ ଅନ୍ୟ ସହରରେ ଟମାଟର, ଆଳୁ ଓ ପିଆଜ ଦର ଢେର ଅଧିକ ହୋଇଯାଇଛି।

ପଶ୍ଚିମ ଦିଲ୍ଲୀ ମଦର ଡାୟେରୀ ଷ୍ଟୋରରେ ଶନିବାର ପିଆଜ କେଜି ପିଛା ୪୬ ଟଙ୍କା ୯୦ ପଇସାରେ କାରବାର ହୋଇଥିବା ବେଳେ ଆଳୁ ୪୧ଟଙ୍କା ୯୦ ପଇସା ଦରରେ ବିକ୍ରି ହୋଇଛି। ତେବେ ସରକାରୀ ତଥ୍ୟ ଅନୁସାରେ ରାଜଧାନୀ ଦିଲ୍ଲୀରେ ପିଆଜ କେଜି ପିଛା ଦର ୫୦ ଟଙ୍କା ଥିବା ବେଳେ ଆଳୁ କେଜି ୪୦ ଟଙ୍କା ରହିଛି। କେବଳ ଟମାଟୋ, ଆଳୁ ଅଥବା ପିଆଜ ନୁହେଁ ଅନ୍ୟ ସବୁଜ ପନିପରିବା ଦର ମଧ୍ୟ ଅଚାନକ ବଢି ଯାଇଛି।