ବିଧାନସଭା ଘେରାଉ ବେଳେ ପୋଲିସ ଉପରକୁ ଆକ୍ରମଣ : ଜଣେ କଂଗ୍ରେସ କର୍ମୀ ଗିରଫ

ଭୁବନେଶ୍ବର ୨୯।୩: କଂଗ୍ରେସର ବିଧାନସଭା ଘେରାଉ ବେଳେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଗିରଫ କଂଗ୍ରେସ କର୍ମୀ ଜଣକ ହେଲେ ମୀର ଉସମାନ ବେଗ୍‌ । ପୋଲିସ ଉପରକୁ ଆକ୍ରମଣ ଅଭିଯୋଗରେ ପୋଲିସ ଗିରଫ କରିଛି ।କଂଗ୍ରେସର ବିଧାନସଭା ଘେରାଉ ବେଳେ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଟଲିବା ଘଟଣାରେ ଶୁକ୍ରବାର ୩ଟି ମାମଲା ରୁଜୁ ହୋଇଥିଲା । କ୍ୟାପିଟାଲ ଥାନାରେ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ପୋଲିସ ଗାଡି ପୋଡି ଏବଂ ଅନ୍ୟଟି ପୋଲିସକୁ ଆକ୍ରମଣ ଘଟଣାରେ ମାମଲା ରୁଜୁ ହୋଇଥିଲା । ଏହା ପୂର୍ବରୁ ବିଧାନସଭା ଗେଟ୍ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ନେଇ ଏକ ମାମଲା ରୁଜୁ ହୋଇଥିଲା । ସେପଟେ ଲାଠି ଚାର୍ଜ ଘଟଣାରେ ପୋଲିସ ବିରୁଦ୍ଧରେ ହ୍ୟୁମାନ ରାଇଟ୍ସ କମିଶନରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ କରିଥିଲେ ଆଇନଜୀବୀ ଲଲାଟେନ୍ଦୁ ଦାସ । ପୋଲିସ ଡିଜି, ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ଥିଲା ଅଭିଯୋଗ । ବିନା କାରଣରେ କଂଗ୍ରେସ କର୍ମୀଙ୍କ ଉପରେ ପ୍ରଥମେ ପୋଲିସ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଥିଲା । କଂଗ୍ରେସର ୧୦୦ରୁ ଅଧିକ କର୍ମୀ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ସୂଚନାଯୋଗ୍ୟ ଯେ, ଗୁରୁବାର କଂଗ୍ରେସର ବିଧାନସଭା ଘେରାଉ ବେଳେ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି ।  ପୋଲିସ

ବିଧାନସଭା ଘେରାଉ ବେଳେ ପୋଲିସ ଉପରକୁ ଆକ୍ରମଣ : ଜଣେ କଂଗ୍ରେସ କର୍ମୀ ଗିରଫ

ଭୁବନେଶ୍ବର : କଂଗ୍ରେସର ବିଧାନସଭା ଘେରାଉ ବେଳେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଗିରଫ କଂଗ୍ରେସ କର୍ମୀ ଜଣକ ହେଲେ ମୀର ଉସମାନ ବେଗ୍‌ । ପୋଲିସ ଉପରକୁ ଆକ୍ରମଣ ଅଭିଯୋଗରେ ପୋଲିସ ଗିରଫ କରିଛି ।

କଂଗ୍ରେସର ବିଧାନସଭା ଘେରାଉ ବେଳେ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଟଲିବା ଘଟଣାରେ ଶୁକ୍ରବାର ୩ଟି ମାମଲା ରୁଜୁ ହୋଇଥିଲା । କ୍ୟାପିଟାଲ ଥାନାରେ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ପୋଲିସ ଗାଡି ପୋଡି ଏବଂ ଅନ୍ୟଟି ପୋଲିସକୁ ଆକ୍ରମଣ ଘଟଣାରେ ମାମଲା ରୁଜୁ ହୋଇଥିଲା । ଏହା ପୂର୍ବରୁ ବିଧାନସଭା ଗେଟ୍ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ନେଇ ଏକ ମାମଲା ରୁଜୁ ହୋଇଥିଲା । 

ସେପଟେ ଲାଠି ଚାର୍ଜ ଘଟଣାରେ ପୋଲିସ ବିରୁଦ୍ଧରେ ହ୍ୟୁମାନ ରାଇଟ୍ସ କମିଶନରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ କରିଥିଲେ ଆଇନଜୀବୀ ଲଲାଟେନ୍ଦୁ ଦାସ । ପୋଲିସ ଡିଜି, ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ଥିଲା ଅଭିଯୋଗ । ବିନା କାରଣରେ କଂଗ୍ରେସ କର୍ମୀଙ୍କ ଉପରେ ପ୍ରଥମେ ପୋଲିସ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଥିଲା । କଂଗ୍ରେସର ୧୦୦ରୁ ଅଧିକ କର୍ମୀ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । 

ସୂଚନାଯୋଗ୍ୟ ଯେ, ଗୁରୁବାର କଂଗ୍ରେସର ବିଧାନସଭା ଘେରାଉ ବେଳେ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି ।  ପୋଲିସ ଉପରକୁ ଅଣ୍ଡା, ଟମାଟୋ, ଢ଼େଲା ପଥର,  ଚେୟାର ମାଡ଼ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ ସହ ପାଣି ଓ ଟିୟର ଗ୍ୟାସ୍ ମାଡ଼ କରାଯାଇଥିଲା ।  

You Can Read:

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍, ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ