ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ନୂଆଦିଲ୍ଲୀ,୨୮।୨: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଧର୍ମଶାଳା ଟେଷ୍ଟ ବି ଖେଳି ପାରିବେ ନାହିଁ। କାରଣ ତାଙ୍କ ଡାହାଣ ଜଙ୍ଘରେ କଷ୍ଟ ଅନୁଭବ ହେଉଛି। ଏହାକୁ ନେଇ ସେ ଅଧିକ ଚିକିତ୍ସା ଲାଗି ଲଣ୍ଡନ ଯାଇଛନ୍ତି। ପୂର୍ବରୁ ଦଳ ଏହି ସିରିଜରେ ୩-୧ରେ ଆଗୁଆ ଥିବାରୁ ତାଙ୍କୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ତେବେ ରାହୁଲ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଅଧିନାୟକ ଅଛନ୍ତି। ଏହାଛଡ଼ା […] The post ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ… appeared first on Dharitri Odia News.

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ନୂଆଦିଲ୍ଲୀ,୨୮।୨: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଧର୍ମଶାଳା ଟେଷ୍ଟ ବି ଖେଳି ପାରିବେ ନାହିଁ। କାରଣ ତାଙ୍କ ଡାହାଣ ଜଙ୍ଘରେ କଷ୍ଟ ଅନୁଭବ ହେଉଛି। ଏହାକୁ ନେଇ ସେ ଅଧିକ ଚିକିତ୍ସା ଲାଗି ଲଣ୍ଡନ ଯାଇଛନ୍ତି। ପୂର୍ବରୁ ଦଳ ଏହି ସିରିଜରେ ୩-୧ରେ ଆଗୁଆ ଥିବାରୁ ତାଙ୍କୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ।

ତେବେ ରାହୁଲ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଅଧିନାୟକ ଅଛନ୍ତି। ଏହାଛଡ଼ା ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଜୁନରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଟିମ୍‌ରେ ନିଜର ସ୍ଥାନ ପକ୍କା କରିବା ଲାଗି ସେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ଏଣୁ ତାଙ୍କର ଆଘାତ ସମସ୍ୟା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବ୍ୟାଟିଂ କରିବା ସମୟରେ ତାଙ୍କୁ କଷ୍ଟ ହେଉଥିବାରୁ ତାଙ୍କ ଚିକିତ୍ସା ଜାରି ରହିଛି। ଏହାକୁ ନେଇ ସେ ଗତ ୪ ମାସ ଧରି କ୍ରିକେଟରୁ ଦୂରରେ ରହିଛନ୍ତି।

The post ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ… appeared first on Dharitri Odia News.