ଟିମ୍‌ ଇଣ୍ଡିଆକୁ ୱିକେଟ୍‌ କିପର ଚିନ୍ତା, କେବେ ସୁଧୁରିବ ସମସ୍ୟା ଜଣା ନାହିଁ

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳ ଆଜି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ଇଂଲଣ୍ଡ ସହିତ ସିରିଜରେ ୧-୧ ସ୍ଥିତିକୁ ଆସିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଏହି ମ୍ୟାଚ୍‌ ଜିତିଛି । ତେବେ କହିବାକୁ ଗଲେ ଘରୋଇ ପିଚ୍‌ରେ ଖେଳି ମଧ୍ୟ ଭାରତୀୟ ବ୍ୟାଟରମାନେ ସେମାନଙ୍କ ପୂର୍ଣ୍ଣ ଦକ୍ଷତା ଦେଖାଇ ପାରି ନାହାନ୍ତି । ଏମିତିକି ସିନିୟର ବ୍ୟାଟର ମଧ୍ୟ ଫେଲ୍‌ ମାରୁଛନ୍ତି ଇଂଲିଶ ବୋଲରଙ୍କ ଆଗରେ । ବେନ୍‌ […] The post ଟିମ୍‌ ଇଣ୍ଡିଆକୁ ୱିକେଟ୍‌ କିପର ଚିନ୍ତା, କେବେ ସୁଧୁରିବ ସମସ୍ୟା ଜଣା ନାହିଁ appeared first on KNews Odisha.

ଟିମ୍‌ ଇଣ୍ଡିଆକୁ ୱିକେଟ୍‌ କିପର ଚିନ୍ତା, କେବେ ସୁଧୁରିବ ସମସ୍ୟା ଜଣା ନାହିଁ
keeper

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳ ଆଜି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ଇଂଲଣ୍ଡ ସହିତ ସିରିଜରେ ୧-୧ ସ୍ଥିତିକୁ ଆସିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଏହି ମ୍ୟାଚ୍‌ ଜିତିଛି । ତେବେ କହିବାକୁ ଗଲେ ଘରୋଇ ପିଚ୍‌ରେ ଖେଳି ମଧ୍ୟ ଭାରତୀୟ ବ୍ୟାଟରମାନେ ସେମାନଙ୍କ ପୂର୍ଣ୍ଣ ଦକ୍ଷତା ଦେଖାଇ ପାରି ନାହାନ୍ତି । ଏମିତିକି ସିନିୟର ବ୍ୟାଟର ମଧ୍ୟ ଫେଲ୍‌ ମାରୁଛନ୍ତି ଇଂଲିଶ ବୋଲରଙ୍କ ଆଗରେ । ବେନ୍‌ ଷ୍ଟୋକ୍ସଙ୍କ ଦଳର ନୂଆ ସ୍ପିନର ହାର୍ଟଲୀ ନଚେଇ ଦେଉଛନ୍ତି ଭାରତୀୟ ଖେଳାଳିଙ୍କୁ । ତେବେ ଆଶା କରାଯାଉଛି ତୃତୀୟ ଟେଷ୍ଟରେ ବିରାଟ କୋହଲି ଫେରିଲେ ଭାରତର ବ୍ୟାଟିଂ ଦୁର୍ଗ ଆଉ ଟିକେ ଶକ୍ତିଶାଳୀ ହେବ ।

ଅବଶ୍ୟ ଏସବୁ ଭିତରେ ଆଉ ଗୋଟିଏ ଚିନ୍ତା ଏବେ ଭାରତୀୟ ଦଳକୁ ଘାରିଛି । ତାହା ହେଉଛି ଭଲ ୱିକେଟ୍‌ କିପର ମିଳୁ ନାହାନ୍ତି । ଏବେ ଆନ୍ଧ୍ର ପ୍ରଦେଶର ୩୦ ବର୍ଷ ବୟସ୍କ ଶ୍ରୀକର ଭରତ ୱିକେଟ କିପର ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ବ୍ୟାଟରେ ତାଙ୍କ ପ୍ରଦର୍ଶନ ଭଲ ହେଉ ନାହିଁ । ଶ୍ରୀକର ଏଯାଏ ୬ଟି ଟେଷ୍ଟରେ ୧୦ଟି ଇନିଂସ ଖେଳି ମୋଟ ୧୯୮ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୪୪ ରନ୍‌ ।
ଅତୀତରେ ୱିକେଟ୍‌ କିପରମାନେ ମଧ୍ୟଭାଗକୁ ସମ୍ଭାଳିବା କାର୍ଯ୍ୟ କରି ଆସିଛନ୍ତି । ସେ ଧୋନି ହୁଅନ୍ତୁ ଅବା ଋଷଭ ପନ୍ତ କିମ୍ବା ଇଶାନ କିଷନ । ତେବେ ଏମାନଙ୍କ ପରେ ଘରୋଇ କ୍ରିକେଟ୍‌ରେ ସେଭଳି କେହି ଉଲ୍ଲେଖନୀୟ ପ୍ରଦର୍ଶନକାରୀ ନାହାନ୍ତି । କିମ୍ବା ବିସିସିଆଇ ଆଉ କାହାକୁ ଭରସା କରି ପାରୁନାହିଁ । ପନ୍ତ କାର ଦୁର୍ଘଟଣା ପରେ ଏବେବି ପୂରା ସୁସ୍ଥ ହୋଇ ନାହାନ୍ତି । ଗତ ଦକ୍ଷିଣ ଆଫ୍ରିକା ସିରିଜ୍‌ ବେଳେ ଇଶାନ କିଷାନ ଅଚାନକ କ୍ରିକେଟ୍‌୍‌ରୁ ଦୂରେଇ ଗଲେ । ବ୍ୟକ୍ତିଗତ କାରଣରୁ ସେ ବିଶ୍ରାମ ନେଉଥିବା କହିଥିଲେ । ଏବେ ଯାଏ ତାଙ୍କର କିଛି ଖୋଜ ଖବର ନାହିଁ । ଏ ନେଇ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ କହିଛନ୍ତି କି ଆମେ ଇଶାନଙ୍କୁ ସମୟ ଦେଇଛୁ । ସେ ଯେବେ ଚାହିଁବେ ଯେକୌଣସି କ୍ରିକେଟ୍‌ ଫର୍ମାଟକୁ ଫେରି ପାରିବେ । ତେବେ ରହସ୍ୟମୟ ଭାବେ ଇଶାନ କିଷାନ କାହିଁକି କ୍ରିକେଟ୍‌ରୁ ଦୂରେଇ ଯାଇଛନ୍ତି ତାହା ଏବେବି ଜଣାପଡ଼ି ନାହିଁ ।

ତେଣୁ ଏଭଳି ସ୍ଥିତିରେ ଟେଷ୍ଟ ଟିମ୍‌ ପାଇଁ ଅଡୁଆ ହୋଇଛି । ଦିନିକିଆରେ କେଏଲ୍‌ ରାହୁଲ କାମ ଚଳାଇ ଦେବେ । ହେଲେ ଅନ୍ୟ ଫର୍ମାଟରେ ଦୀର୍ଘକାଳୀନ ଭିତ୍ତିରେ କିପର ଦରକାର ହେଉଥିବାରୁ ସମସ୍ୟା ଉପୁଜୁଛି । ଯଦିଓ ଫ୍ଲପ୍‌ ସୋ ସତ୍ତ୍ୱେ ଦ୍ରାବିଡ଼ ନୂଆ ୱିକେଟ କିପର ଭରତଙ୍କ ଉପରେ ଭରସା ରଖିଛନ୍ତି । ତାଙ୍କୁ କିଛି ସମୟ ଦରକାର ବୋଲି କହିଛନ୍ତି । କିପିଂ ଭଲ କରୁଛନ୍ତି ହେଲେ ବ୍ୟାଟିଂରେ ବିଫଳ ହେଉଛନ୍ତି ଭରତ । ଏମିତି କି ନିଜେ ଭରତ କହିଛନ୍ତି କି ସେ ଆଗକୁ ଭଲ ବ୍ୟାଟିଂ କରିବେ । ତେବେ ସମୟକୁ ଅପେକ୍ଷା କରି ଯେମିତି ଟିମ୍‌ ଇଣ୍ଡିଆର ବିଜୟ ହାତଛଡ଼ା ନହେଉ । ତେଣୁ ବିସିସିଆଇ ଥିଙ୍କଟ୍ୟାଙ୍କଙ୍କୁ ଏ ସମ୍ପର୍କରେ ବିକଳ୍ପ ଚିନ୍ତା କରିବାକୁ ହେବ ।

The post ଟିମ୍‌ ଇଣ୍ଡିଆକୁ ୱିକେଟ୍‌ କିପର ଚିନ୍ତା, କେବେ ସୁଧୁରିବ ସମସ୍ୟା ଜଣା ନାହିଁ appeared first on KNews Odisha.