ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା
ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନୀ ସାହୁ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ସଭାରେ ଉଦ୍ବୋଧନ ଦେଇ ଟିଟିଲାଗଡ଼ ପରିବର୍ତ୍ତେ ପ୍ରଥମେ ଯଦି ପଦ୍ମପୁର ଜିଲା ଘୋଷଣା ହୋଇଥାନ୍ତା ତେବେ ସେ ଭାବିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଇସ୍ତଫାପତ୍ର ଦେଇଥାନ୍ତେ। ତେବେ ମୁଖ୍ୟମନ୍ତ୍ରୀ ସେପରି ହେବାକୁ ଦେଲେନାହିଁ ବୋଲି […] The post ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା appeared first on Dharitri Odia News.
ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନୀ ସାହୁ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ସଭାରେ ଉଦ୍ବୋଧନ ଦେଇ ଟିଟିଲାଗଡ଼ ପରିବର୍ତ୍ତେ ପ୍ରଥମେ ଯଦି ପଦ୍ମପୁର ଜିଲା ଘୋଷଣା ହୋଇଥାନ୍ତା ତେବେ ସେ ଭାବିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଇସ୍ତଫାପତ୍ର ଦେଇଥାନ୍ତେ। ତେବେ ମୁଖ୍ୟମନ୍ତ୍ରୀ ସେପରି ହେବାକୁ ଦେଲେନାହିଁ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଗକୁ ଯେବେ ବି ଜିଲା ଘୋଷଣା କରିବେ ଟିଟିଲାଗଡ଼କୁ ଆଗଧାଡ଼ିର ଜିଲା ଭାବେ ଘୋଷଣା କରିବେ। ଟୁକୁନୀଙ୍କ ଏଭଳି ମନ୍ତବ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ଏବେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଟୁକୁନୀଙ୍କ ଇସ୍ତଫା ଧମକ କାରଣରୁ କୁଆଡ଼େ ପଦ୍ମପୁର ଜିଲା ଘୋଷଣା ବନ୍ଦ ହୋଇଗଲା କି ବୋଲି ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି।
ଯେ, ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ଶୀଘ୍ର ପଦ୍ମପୁର ଜିଲା ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ରେ ଜିତାଇଥିଲେ। ଚଳିତ ନିର୍ବାଚନ ପୂର୍ବରୁ ପଦ୍ମପୁର ଜିଲା ଘୋଷଣା ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ ଦେଖାଯାଇଥିଲା। କିଛି ପ୍ରଶାସନିକ ଅଧିକାରୀ ପଦ୍ମପୁର ଯାଇ ସର୍ଭେ ଓ ତଦାରଖ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ କିଛି ଦିନ ପରେ ପଦ୍ମପୁର ଜିଲା ଘୋଷଣା ପ୍ରକ୍ରିୟା ଥମି ଯାଇଥିଲା। ଏହି ପ୍ରସଙ୍ଗଟି ଅଦାଲତରେ ପହଞ୍ଚତ୍ ଥିଲା। ଏହାକୁ ନେଇ ପଦ୍ମପୁରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। କେଉଁ କାରଣରୁ ପଦ୍ମପୁର ଜିଲା ଘୋଷଣା ଅଟକିଲା ବୋଲି ପ୍ରଶ୍ନ ବି କରିଥିଲେ। ଦୁଇଦିନ ତଳେ ଟିଟିଲାଗଡ଼ର ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ଟୁକୁନୀଙ୍କ ମନ୍ତବ୍ୟ ଭିଡିଓ ଭାଇରାଲ ହେବା ପରେ ପଦ୍ମପୁର ଜିଲା ଘୋଷଣା ଅଟକିବା ପଛରେ ଟୁକୁନୀଙ୍କ ଇସ୍ତଫା ଧମକ କାରଣ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମନ୍ତ୍ରୀ ଇସ୍ତଫା ଧମକ ଦେବାରୁ କାଳେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଜିଲା ଘୋଷଣା କଲେନାହିଁ କି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ଏବେ ଚଳିତ ନିର୍ବାଚନ ପୂର୍ବରୁ ଟୁକୁନୀଙ୍କ ଭାଇରାଲ ଭିଡିଓ ଓ ମନ୍ତବ୍ୟକୁ ନେଇ ପଦ୍ମପୁର, ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଏବଂ ବଲାଙ୍ଗୀର ଜିଲାରେ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଉପରେ ଟୁକୁନୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
The post ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା appeared first on Dharitri Odia News.