କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ କାର୍ତ୍ତିକ ନଜରକୁ ଆସିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଏହି ଫିଲ୍ମର ଟାଇଟଲ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନ ଥିଲେ ହେଁ ଏଥିରେ କାର୍ତ୍ତିକଙ୍କ ବିପକ୍ଷରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ନଜରକୁ ଆସିବେ। […] The post କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା appeared first on Dharitri Odia News.
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ କାର୍ତ୍ତିକ ନଜରକୁ ଆସିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଏହି ଫିଲ୍ମର ଟାଇଟଲ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନ ଥିଲେ ହେଁ ଏଥିରେ କାର୍ତ୍ତିକଙ୍କ ବିପକ୍ଷରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ନଜରକୁ ଆସିବେ। ରବିବାର ଏହି ଅନ୍ଟାଇଟଲ୍ଡ଼ ଫିଲ୍ମର ଟିଜରକୁ ଜାରି କରାଯାଇଛି। କାର୍ତ୍ତିକ ଏହି ଟିଜରରେ ଏକ ଭିନ୍ନ ଶୈଳୀରେ ନଜରକୁ ଆସିଛନ୍ତି। ତାଙ୍କର ଗେଟ୍ଅପ୍ ଏବଂ ରୋମାଣ୍ଟିକ ଅନ୍ଦାଜକୁ ଦେଖିଲେ ଏହି ଚଳଚ୍ଚିତ୍ରଟି ଏକ ବଡ଼ ଫ୍ରାଞ୍ଚାଇଜ୍ର ପରବର୍ତ୍ତୀ ସ୍ବିକେଲ ହୋଇପାରେ ବୋଲି ସିନେପ୍ରେମୀମାନେ ଅନୁମାନ କରୁଛନ୍ତି। ଟିଜରରେ କାର୍ତ୍ତିକଙ୍କ ବଡ଼ କେଶ ଏବଂ ଦାଢ଼ି ଥିବା ସହ ତାଙ୍କୁ ଏକ ମଞ୍ଚରେ ରକ୍ଷ୍ଟାର ପରି ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଏହି ଟିଜରରେ ଶ୍ରୀଲୀଲାଙ୍କ ସହ କାର୍ତ୍ତିକ ରୋମାନ୍ସ ମଧ୍ୟ କରୁଛନ୍ତି। ଟିଜରର ଝଲକ୍ରୁ ଏହା ଚଳଚ୍ଚିତ୍ର ‘ଆଶିକୀ ୩’ ହୋଇଥିବା ନେଇ ଅନେକ ପ୍ରଶଂସକ ଅନୁମାନ କରିଛନ୍ତି।
The post କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା appeared first on Dharitri Odia News.