ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନ
କରାଚୀ,୪ା୪: ଆସନ୍ତା ମାସରେ ଇସ୍ଲାମାବାଦରେ ଖେଳାଯିବ ଏସିଆନ ଚ୍ୟାଲେଞ୍ଜ ଭଲିବଲ୍ ଲିଗ୍। ଏନେଇ ଦଳ ପଠାଇବା ଲାଗି ଭାରତକୁ ଅନୁରୋଧ କରିଛି ପାକିସ୍ତାନ ଭଲିବଲ୍ ମହାସଂଘ (ପିଭିଏଫ୍)। ଟୁର୍ନାମେଣ୍ଟରେ ୧୦ରୁ ୧୨ ଦଳ ଭାଗ ନେବେ ବୋଲି ଆଶା କରାଯାଉଛି। ଇଭେଣ୍ଟ ଲାଗି ଭାରତୀୟ ଭଲିବଲ୍ ମହାସଂଘକୁ ଆମନ୍ତ୍ରଣ ପତ୍ର ପଠାଯାଇଥିବା ପିଭିଏଫ୍ ମୁଖ୍ୟ ଚୌଧାରୀ ୟାକୁବ ପ୍ରକାଶ କରିଛନ୍ତି। ସେ କହିଛନ୍ତି. ଏସିଆନ ଚ୍ୟାଲେଞ୍ଜ ଭଲିବଲ୍ ଚାମ୍ପିୟନଶିପ୍ ଆୟୋଜନ ଲାଗି ବିଡ୍ ଜିତିବା ପରେ ମେ’ […] The post ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନ appeared first on Dharitri Odia News.
କରାଚୀ,୪ା୪: ଆସନ୍ତା ମାସରେ ଇସ୍ଲାମାବାଦରେ ଖେଳାଯିବ ଏସିଆନ ଚ୍ୟାଲେଞ୍ଜ ଭଲିବଲ୍ ଲିଗ୍। ଏନେଇ ଦଳ ପଠାଇବା ଲାଗି ଭାରତକୁ ଅନୁରୋଧ କରିଛି ପାକିସ୍ତାନ ଭଲିବଲ୍ ମହାସଂଘ (ପିଭିଏଫ୍)। ଟୁର୍ନାମେଣ୍ଟରେ ୧୦ରୁ ୧୨ ଦଳ ଭାଗ ନେବେ ବୋଲି ଆଶା କରାଯାଉଛି। ଇଭେଣ୍ଟ ଲାଗି ଭାରତୀୟ ଭଲିବଲ୍ ମହାସଂଘକୁ ଆମନ୍ତ୍ରଣ ପତ୍ର ପଠାଯାଇଥିବା ପିଭିଏଫ୍ ମୁଖ୍ୟ ଚୌଧାରୀ ୟାକୁବ ପ୍ରକାଶ କରିଛନ୍ତି।
ସେ କହିଛନ୍ତି. ଏସିଆନ ଚ୍ୟାଲେଞ୍ଜ ଭଲିବଲ୍ ଚାମ୍ପିୟନଶିପ୍ ଆୟୋଜନ ଲାଗି ବିଡ୍ ଜିତିବା ପରେ ମେ’ ୧୧ରୁ ୧୭ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତାରେ ମହାଦେଶର ସମସ୍ତ ଟପ୍ ଟିମ୍ ଅଂଶଗ୍ରହଣ କରନ୍ତୁବୋଲି ଆମେ ଚାହିଁବୁ। ଇରାନ, ଶ୍ରୀଲଙ୍କା, ଭୁଟାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନ, କାଜାଖସ୍ତାନ ଓ କିରଗିଜସ୍ତାନ ଟୁର୍ନାମେଣ୍ଟରେ ଭାଗ ନେବାଲାଗି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ କେତେକ ଦଳଠାରୁ ଉତ୍ତରକୁ ଅପେକ୍ଷା କରାଯାଇଛି। ୟାକୁବ କହିଛନ୍ତି, ପାକିସ୍ତାନ ଖେଳାଳିମାନେ ଇତିମଧ୍ୟରେ ଇସ୍ଲାମାବାଦରେ ସେମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।
The post ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନ appeared first on Dharitri Odia News.