ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା

ମୁମ୍ବାଇ, ୧୮।୧୧: ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନ୍‌ସିପି(ଏସ୍‌ପି) ନେତା ଅନୀଲ ଦେଶମୁଖଙ୍କ କାର୍‌କୁ ସୋମବାର କାଟୋଲରେ ଟେକା ମାଡ଼ ହୋଇଛି। ଏଥିରେ ଅନୀଲ ଆହତ ହୋଇଛନ୍ତି। ଆଘାତ ଯୋଗୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତାଙ୍କୁ କାଟୋଲସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ତାଙ୍କ ପୁଅ ସଲୀଲ ଦେଶମୁଖଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଫେରୁଥିବାବେଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି। ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି। The post ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା appeared first on Dharitri Odia News.

ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା

ମୁମ୍ବାଇ, ୧୮।୧୧: ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନ୍‌ସିପି(ଏସ୍‌ପି) ନେତା ଅନୀଲ ଦେଶମୁଖଙ୍କ କାର୍‌କୁ ସୋମବାର କାଟୋଲରେ ଟେକା ମାଡ଼ ହୋଇଛି। ଏଥିରେ ଅନୀଲ ଆହତ ହୋଇଛନ୍ତି। ଆଘାତ ଯୋଗୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତାଙ୍କୁ କାଟୋଲସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ତାଙ୍କ ପୁଅ ସଲୀଲ ଦେଶମୁଖଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଫେରୁଥିବାବେଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି। ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି।

The post ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା appeared first on Dharitri Odia News.