ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ

ଜୟପାଟଣା,୧୯ା୨(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ରେ ବୁଧବାର ଏକ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ସ୍ଥାନୀୟ ଅବକାରୀ ବିଭାଗ। ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ଓ ଧର୍ମଗଡ଼ ଅବକାରୀ ବିଭାଗର ମିଲିତ ଚଢ଼ାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ମୁଖିଗୁଡ଼ା ମାଝୀ ପଡ଼ାଠାରେ ଖୁସିରାମ ସାହୁ ଓରଫ କ୍ଷମା ସାହୁ ନିଜ ଘରେ ମେସିନ ବସାଇ ନକଲି […] The post ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ appeared first on Dharitri Odia News.

ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ

ଜୟପାଟଣା,୧୯ା୨(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ରେ ବୁଧବାର ଏକ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ସ୍ଥାନୀୟ ଅବକାରୀ ବିଭାଗ। ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ଓ ଧର୍ମଗଡ଼ ଅବକାରୀ ବିଭାଗର ମିଲିତ ଚଢ଼ାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ମୁଖିଗୁଡ଼ା ମାଝୀ ପଡ଼ାଠାରେ ଖୁସିରାମ ସାହୁ ଓରଫ କ୍ଷମା ସାହୁ ନିଜ ଘରେ ମେସିନ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବା ସୁରାଗ ପାଇ ମାଡ଼ି ବସିଥିଲା ଅବକାରି ବିଭାଗ। ସେଠାରେ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ମଦ, ଲେବଲ, ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଦୀର୍ଘଦିନ ହେଲା ଏଠି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଏହାର ଟେର୍‌ ପାଉନଥିଲା ଅବକାରୀ ବିଭାଗ। ନକଲି ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏହି ମଦ ପିଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା କ’ଣ ହେଉଥିବ ତାହା ସହଜେ ବାରି ହେଉଛି। ଏ ନେଇ ଅଭିଯୁକ୍ତ ଖୁସିରାମ ସାହୁ ଓରଫ କ୍ଷମା ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ଚଢ଼ାଉରେ ଧର୍ମଗଡ ରେଞ୍ଜ ଇନ୍ସପେକ୍ଟର ସୁଧାଂଶୁ ମୁଣ୍ଡା, ଓ. ଆଇ.ସି. ପ୍ରତିମା ବେହେରା ଏବଂ ଜୟପାଟଣା ଅବକାରୀ ଓ.ଆଇ.ସି. ନରେନ୍ଦ୍ର ମିଞ୍ଜ ଙ୍କ ସହିତ ଷ୍ଟାପ ସାମିଲ ଥିଲେ କିନ୍ତୁ ଦୀର୍ଘ ବର୍ଷ ଧରି ଏଠାରେ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ବେଳେ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ପାଖରେ କୌଣସି ସୂଚନା ନ ଥିଲା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଆଲୋଚନା ଚାଲିଛି।

The post ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ appeared first on Dharitri Odia News.