ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ଏବଂ ଗୁଗଲ କ୍ଲାଉଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର ମୁଖ୍ୟ ଇନୋଭେଶନ ଅଫିସର ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଘଦୂତ ରାୟଚୌଧୁରୀଙ୍କ ନେତୃତ୍ୱରେ ଏହି ସହଭାଗିତା ବିଶ୍ୱ ମାନକ ତଥା ସମସାମୟିକ ଡିଜିଟାଲ ଅର୍ଥନୀତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ରକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାୟ ଚୌଧୁରୀଙ୍କ ସହ […] The post ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା appeared first on Dharitri Odia News.

ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ଏବଂ ଗୁଗଲ କ୍ଲାଉଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର ମୁଖ୍ୟ ଇନୋଭେଶନ ଅଫିସର ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଘଦୂତ ରାୟଚୌଧୁରୀଙ୍କ ନେତୃତ୍ୱରେ ଏହି ସହଭାଗିତା ବିଶ୍ୱ ମାନକ ତଥା ସମସାମୟିକ ଡିଜିଟାଲ ଅର୍ଥନୀତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ରକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାୟ ଚୌଧୁରୀଙ୍କ ସହ ଗୁଗଲ କ୍ଲାଉଡ୍‌ର ଅର୍ଲି ଷ୍ଟେଜ୍‌ ଏଡ୍‌ଟେକ୍‌ ଆଣ୍ଡ ଗ୍ରୀନ୍‌ଫିଲ୍ଡ କର୍ପୋରେଟ୍‌ ବୈଭବ ଶ୍ରୀବାସ୍ତବ, କ୍ଲାଉଡ୍‌ ରିଜିଅନ ଟେକ୍ନୋଲୋଜିସ୍‌ର ଷ୍ଟ୍ରାଟେଜିକ ଆଲିଆନ୍ସ ଡାଇରେକ୍ଟର ଲକ୍ଷ୍ମୀନାରାୟଣ, ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡ. ଗୌତମ ରାୟ ଚାୈଧୁରୀ ଓ ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର ସହ ଅଧ୍ୟକ୍ଷା ପ୍ରଫେସର ମାନୋସୀ ରାୟଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କ୍ରମରେ ଟେକ୍ନୋ ଇଣ୍ଡିଆରେ ‘ଡିଜିଟାଲ କ୍ୟାମ୍ପସ୍‌ ଅନ୍‌ ଗୁଗଲ୍‌ କ୍ଲାଉଡ୍‌’ ଶୀର୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଗୁଗଲ କ୍ଲାଉଡ୍‌ ସହ ସହଭାଗିତା କରି କୋଲକାତାକୁ ବିକାଶଶୀଳ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ହବ୍‌ରେ ପରିଣତ କରାଯାଇପାରିବ ବୋଲି ମେଘଦୂତ କହିଛନ୍ତି। ଗୁଗଲ୍‌ କ୍ଲାଉଡ୍‌ର କଷ୍ଟୋମର ଇଞ୍ଜିନିୟରିଂ ନିର୍ଦ୍ଦେଶକ ଶୁବ୍ରମ୍‌ ନଟରାଜନ କହିଛନ୍ତି, ଏହି ସହଭାଗିତା ଫଳରେ ଛାତ୍ରମାନେ ଶିକ୍ଷାକ୍ଷେତ୍ରରେ ନୂତନ ସୁଯୋଗର ସନ୍ଧାନ ପାଇପାରିବେ।

The post ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା appeared first on Dharitri Odia News.