ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା
ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବେ ଉଭା ହେବାର ଅଛି,ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ। ଏପରିକି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ସହ ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶ ଗ୍ରହଣକୁ ବୃଦ୍ଧି କରିବାକୁ ପଡ଼ିବ ବୋଲି ଦୂରସଞ୍ଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍ ଆଇସିଟି ଇଣ୍ଡିଆ-୨୦୨୪’ ଶୀର୍ଷକ ଆଲୋଚନା ଚକ୍ରରେ ଝିଅମାନଙ୍କୁ ସମ୍ବୋଧନକରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦ୍ଦେଶିକା […] The post ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା appeared first on Dharitri Odia News.
ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବେ ଉଭା ହେବାର ଅଛି,ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ। ଏପରିକି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ସହ ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶ ଗ୍ରହଣକୁ ବୃଦ୍ଧି କରିବାକୁ ପଡ଼ିବ ବୋଲି ଦୂରସଞ୍ଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍ ଆଇସିଟି ଇଣ୍ଡିଆ-୨୦୨୪’ ଶୀର୍ଷକ ଆଲୋଚନା ଚକ୍ରରେ ଝିଅମାନଙ୍କୁ ସମ୍ବୋଧନକରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦ୍ଦେଶିକା ଈଶା ଅମ୍ବାନୀ ଏହା କହିବା ସହ ସେମାନଙ୍କୁ ଟେକ୍ନୋଲୋଜିକୁ କ୍ୟାରିୟର ଭାବେ ବାଛିବା ପାଇଁ ଉତ୍ସାହିତ କରିଥିଲେ। ଟେକ୍ନୋଲୋଜି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅନୁପାତ ସମାନ ହେବା ଉଚିତ ଏବଂ ଏଥିପାଇଁ ଆମକୁ ଆହୁରି ଅନେକ ବାଟ ଅତିକ୍ରମ କରିବାକୁ ବାକି ଅଛି ବୋଲି ଈଶା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ, ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ (ଦକ୍ଷିଣ ଏସିଆ), ଇନୋଭେସନ୍ ସେଣ୍ଟର-ଦିଲ୍ଲୀ ଏବଂ ଜାତିସଂଘର ଅନ୍ୟ ଏଜେନ୍ସିମାନଙ୍କ ଦ୍ୱାରା ମିଳିତ ଭାବେ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ ଭାରତ-୨୦୨୪’ ଆୟୋଜିତ ହୋଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସାକରି ଈଶା କହିଥିଲେ,ସରକାର ଆବଶ୍ୟକ ସୁଧାର କରୁଛନ୍ତି ଏବଂ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି। ବିଗତ ଦଶନ୍ଧିରେ ଟେକ୍ନୋଲୋଜି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ୬% ବୃଦ୍ଧି ପାଇଛି।
The post ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା appeared first on Dharitri Odia News.