ଟେକ୍ସାସ ବନ୍ୟା ମୃତ୍ୟୁ ସଂଖ୍ୟା ୧୦୦ ପାର୍: ଆଗକୁ ବଢିପାରେ ସଂଖ୍ୟା, ଚେତାଇଲେ ରାଜ୍ୟପାଳ
ନୂଆଦିଲ୍ଲୀ ୦୯/୦୭ : ଟେକ୍ସାସରେ ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । କାରଣ ବନ୍ୟାରେ ଏପର୍ଯ୍ୟନ୍ତ ଚାରି ଦିନ ହେବ ୧୬୦ ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ମଙ୍ଗଳବାର (୮ ଜୁଲାଇ) ରାଜ୍ୟପାଳ ଗ୍ରେଗ୍ ଆବୋଟ୍ କହିଛନ୍ତି । ରେସ୍କ୍ୟୁ ଟିମ୍ ଜୋରଦାର ଅପରେସନ ଜାରି ରଖିଛନ୍ତି । କିନ୍ତୁ ଖରାପ ପାଗ ହେତୁ ନିଖୋଜଙ୍କୁ ଖୋଜିବା ସହ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଥିଲା । ଆବୋଟ୍ ଚେତାବନୀ ଦେଇ କହିଛନ୍ତି ଯେ ନିଖୋଜ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । କେବଳ କେର୍ କାଉଣ୍ଟି ଅଞ୍ଚଳରେ, ୧୬୧ ଜଣ ନିଖୋଜ ଅଛନ୍ତି ବୋଲି ଆବୋଟ୍ ସ୍ପଷ୍ଟ କରିଛନ୍ତି । ଗତ ସପ୍ତାହରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶୁକ୍ରବାର ସକାଳୁ ଟେକ୍ସାସରେ ଘରେ ଘରେ ଆଣ୍ଠୁଏ ଉଚ୍ଚର ପାଣି ପଶିଥିଲା । ଏମିତିକି ହସ୍ପିଟାଲ ପରିସରରେ ବି ପାଣି ପଶିଯାଇଥିଲା । କେର କାଉଣ୍ଟି, ଯାହା ପ୍ରାୟତଃ "ଫ୍ଲାସ୍ ଫ୍ଲଡ୍ ଆଲି" ନାମରେ ପରିଚିତ ସେହି ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରେ ଅତି କମରେ ୨୭ ଜଣ ଯୁବତୀ ଅଛନ୍ତି । ଆଉ କିଛି ଗୁଆଡାଲୁପ୍ ନଦୀ କୂଳରେ ଥିବା ଖ୍ରୀଷ୍ଟିଆନ୍ ଗ୍ରୀଷ୍ମକାଳୀନ ଶିବିର କ୍ୟାମ୍ପ ମିଷ୍ଟିକ୍ ରେ ରହୁଥିଲେ । ସେତିକିବେଳେ ବନ୍ୟା ପାଣି ମାଡ଼ିଆସିଥିଲା । ନଦୀ କୂଳ ଭାଙ୍ଗିବା ସମୟରେ ସେମାନେ ସେମାନ କ୍ୟାବିନର
ନୂଆଦିଲ୍ଲୀ ୦୯/୦୭ : ଟେକ୍ସାସରେ ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । କାରଣ ବନ୍ୟାରେ ଏପର୍ଯ୍ୟନ୍ତ ଚାରି ଦିନ ହେବ ୧୬୦ ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ମଙ୍ଗଳବାର (୮ ଜୁଲାଇ) ରାଜ୍ୟପାଳ ଗ୍ରେଗ୍ ଆବୋଟ୍ କହିଛନ୍ତି । ରେସ୍କ୍ୟୁ ଟିମ୍ ଜୋରଦାର ଅପରେସନ ଜାରି ରଖିଛନ୍ତି ।
କିନ୍ତୁ ଖରାପ ପାଗ ହେତୁ ନିଖୋଜଙ୍କୁ ଖୋଜିବା ସହ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଥିଲା । ଆବୋଟ୍ ଚେତାବନୀ ଦେଇ କହିଛନ୍ତି ଯେ ନିଖୋଜ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । କେବଳ କେର୍ କାଉଣ୍ଟି ଅଞ୍ଚଳରେ, ୧୬୧ ଜଣ ନିଖୋଜ ଅଛନ୍ତି ବୋଲି ଆବୋଟ୍ ସ୍ପଷ୍ଟ କରିଛନ୍ତି ।

ଗତ ସପ୍ତାହରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶୁକ୍ରବାର ସକାଳୁ ଟେକ୍ସାସରେ ଘରେ ଘରେ ଆଣ୍ଠୁଏ ଉଚ୍ଚର ପାଣି ପଶିଥିଲା । ଏମିତିକି ହସ୍ପିଟାଲ ପରିସରରେ ବି ପାଣି ପଶିଯାଇଥିଲା । କେର କାଉଣ୍ଟି, ଯାହା ପ୍ରାୟତଃ "ଫ୍ଲାସ୍ ଫ୍ଲଡ୍ ଆଲି" ନାମରେ ପରିଚିତ ସେହି ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରେ ଅତି କମରେ ୨୭ ଜଣ ଯୁବତୀ ଅଛନ୍ତି । ଆଉ କିଛି ଗୁଆଡାଲୁପ୍ ନଦୀ କୂଳରେ ଥିବା ଖ୍ରୀଷ୍ଟିଆନ୍ ଗ୍ରୀଷ୍ମକାଳୀନ ଶିବିର କ୍ୟାମ୍ପ ମିଷ୍ଟିକ୍ ରେ ରହୁଥିଲେ । ସେତିକିବେଳେ ବନ୍ୟା ପାଣି ମାଡ଼ିଆସିଥିଲା । ନଦୀ କୂଳ ଭାଙ୍ଗିବା ସମୟରେ ସେମାନେ ସେମାନ କ୍ୟାବିନରେ ଶୋଇଥିଲେ ।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା, ପାଞ୍ଚ ଜଣ କ୍ୟାମ୍ପର, ଜଣେ ପରାମର୍ଶଦାତା ଓ ଶିବିର ସହିତ ଜଡିତ ନଥିବା ପିଲା ବି ନିଖୋଜ ଅଛନ୍ତି । ସେପଟେ ଆଗକୁ ଆହୁରି ବର୍ଷା ହେବାର ପୂର୍ବାନୁମାନ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଳବନ୍ଦୀ ଏରିଆରେ ହେଲିକପ୍ଟର, ଡ୍ରୋନ୍, ସନ୍ଧାନୀ କୁକୁର ଓ ଡଙ୍ଗା ବ୍ୟବହାର କରି ଫସିହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ।