ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେଡି

ନବରଙ୍ଗପୁର: ଟେଣ୍ଡେର ଫିକ୍ସିଂରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାକୁ ନେଇ ଘନେଇବାରେ ଲାଗିଛି ରାଜନୀତି। ଘଟଣାର ପରିସରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାଣିଲା ନବରଙ୍ଗପୁର ବିଜେଡି । ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀ ସାମିଲ ଥିବା ଅଭିଯୋଗ କରିବା ସହ ସିବିଆଇ ତାଙ୍କୁ ମଧ୍ୟ ଜେରା କରୁ ବୋଲି ନବରଙ୍ଗପୁରରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି। ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ […]

ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେଡି
12 1

ନବରଙ୍ଗପୁର: ଟେଣ୍ଡେର ଫିକ୍ସିଂରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାକୁ ନେଇ ଘନେଇବାରେ ଲାଗିଛି ରାଜନୀତି। ଘଟଣାର ପରିସରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାଣିଲା ନବରଙ୍ଗପୁର ବିଜେଡି । ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀ ସାମିଲ ଥିବା ଅଭିଯୋଗ କରିବା ସହ ସିବିଆଇ ତାଙ୍କୁ ମଧ୍ୟ ଜେରା କରୁ ବୋଲି ନବରଙ୍ଗପୁରରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି।

ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଟେଣ୍ଡେର ଫିକ୍ସିଂରେ ସିବିଆଇ ସମନ କରିବା ପରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ। ସରକାରୀ ନିୟମ ଅନୁଯାୟୀ ୨୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡେର ପାଇଁ କ୍ୟାବିନେଟରେ ମଞ୍ଜୁରର ଆବଶ୍ୟକ। ୩୮୭ରୁ ଅଧିକ କୋଟି ମୂଲ୍ୟ ଟଙ୍କାର ଟେଣ୍ଡେର ହୋଇଥିବା ବେଳେ ଏହା ନିଶ୍ଚିତ କ୍ୟାବିନେଟର ମଞ୍ଜୁର ଲାଭ କରିଥିବ। ଏହା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜାଣିଥିବେ। ଯଦି ସେ ଜାଣିବା ପରେ ଏହି ଟେଣ୍ଡର ହୋଇଛି ତେବେ ଏଥିରେ ତାଙ୍କର ବି ସମ୍ପୃକ୍ତି ରହିଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି।

ଗତ ମାର୍ଚ୍ଚରେ WAPCSO  କମ୍ପାନୀଙ୍କୁ ବ୍ଲାକ ଲିଷ୍ଟ କରିବା ପାଇଁ ବିଜେଡି ଦାବି କରିଥିଲା। ଅଗଷ୍ଟ ମାସ ଅଧିବେଶନରେ କମ୍ପାନୀଙ୍କୁ ବ୍ଲାକ ଲିଷ୍ଟ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଅକ୍ଟୋବରରେ ୧୭୮ କୋଟି ଟଙ୍କାର କାମ କିଭଳି ଦିଆଯାଇଥିଲା ବୋଲି ପ୍ରଦୀପ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ସହିତ ସିବିଆଇ ସମନ ଜାରି କରି ତଦନ୍ତର ପରିସର ଭୁକ୍ତ କରିବାକୁ ବିଜେଡି ଦାବି କରିଛି।

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଦିବାସୀ ଉନ୍ନୟନ ବିଭାଗର ସ୍କୁଲ ନିର୍ମାଣରେ ଦଳୀୟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଠିକା କାମ ଦିଆଯାଇଥିଲା। ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ଥିଲେ।