ଟେଷ୍ଟ ଅଧିନାୟକ ନାଁ ଘୋଷଣା କଲା ବିସିସିଆଇ: ରୋହିତଙ୍କ ସ୍ଥାନ ନେଲେ ଗିଲ୍
ନୂଆଦିଲ୍ଲୀ,୨୪।୫: ବିସିସିଆଇ ଟିମ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକଙ୍କ ନାମ ଘୋଷଣା କରିଛି। ମେ ୨୪ ତାରିଖରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ଘୋଷଣା କରିଥିଲେ। ଯୁବ ତାରକା ଶୁଭମନ ଗିଲ ଏବେ ଟେଷ୍ଟ ଦଳର ଦାୟିତ୍ୱ ନେବେ। ଏହାର ଅର୍ଥ ହେଉଛି ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଗିଲ ଏବେ ତାଙ୍କ ସ୍ଥାନ ନେଇଛନ୍ତି। ଜୁନ ମାସରେ, ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ […] The post ଟେଷ୍ଟ ଅଧିନାୟକ ନାଁ ଘୋଷଣା କଲା ବିସିସିଆଇ: ରୋହିତଙ୍କ ସ୍ଥାନ ନେଲେ ଗିଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୫: ବିସିସିଆଇ ଟିମ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକଙ୍କ ନାମ ଘୋଷଣା କରିଛି। ମେ ୨୪ ତାରିଖରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ଘୋଷଣା କରିଥିଲେ। ଯୁବ ତାରକା ଶୁଭମନ ଗିଲ ଏବେ ଟେଷ୍ଟ ଦଳର ଦାୟିତ୍ୱ ନେବେ। ଏହାର ଅର୍ଥ ହେଉଛି ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଗିଲ ଏବେ ତାଙ୍କ ସ୍ଥାନ ନେଇଛନ୍ତି। ଜୁନ ମାସରେ, ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି। ଏହି ସମୟ ମଧ୍ୟରେ, ଗିଲ ଭାରତର ନୂତନ ଅଧିନାୟକ ଭାବରେ ଦାୟିତ୍ୱ ନେବେ। ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।
ଗିଲଙ୍କୁ ଅଧିନାୟକ ନିଯୁକ୍ତ କରିବା ବିଷୟରେ ଅଗରକର କହିଛନ୍ତି, ଆମେ ଅନେକ ନାମ ଆଲୋଚନା କରିଥିଲୁ ଏବଂ ଦଳର ସଦସ୍ୟଙ୍କଠାରୁ ମତାମତ ମଧ୍ୟ ନେଇଥିଲୁ। ସ୍ପଷ୍ଟ ଭାବରେ ଏହା ଏକ ବହୁତ ଚାପପୂର୍ଣ୍ଣ କାମ, ଆଶା କରୁଛି ଗିଲ ଏହାକୁ ଆଗକୁ ନେବେ।
୨୫ ବର୍ଷ ୨୫୮ ଦିନ ବୟସରେ, ଗିଲ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱ କରିବାରେ ଚତୁର୍ଥ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୩ ବର୍ଷ ୧୬୯ ଦିନ ବୟସରେ ଟେଷ୍ଟ ଅଧିନାୟକ ହୋଇଥିଲେ। କପିଳ ଦେବ ୨୪ ବର୍ଷ ୪୮ ଦିନ ବୟସରେ ଏବଂ ରବି ଶାସ୍ତ୍ରୀ ୨୫ ବର୍ଷ ୨୨୯ ଦିନ ବୟସରେ ଭାରତର ଅଧିନାୟକତ୍ୱ କରିଛନ୍ତି।
ଯଦିଓ ଗିଲଙ୍କ ପାଖରେ ଏହି ଫର୍ମାଟରେ ଅଧିନାୟକତ୍ୱ ଅଭିଜ୍ଞତା ନାହିଁ, ସେ ୨୦୨୪ ମସିହାରେ ଜିମ୍ବାୱେରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତକୁ ନେତୃତ୍ୱ ଦେଇଥିଲେ। ଗିଲ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ଉପ-ଅଧିନାୟକ ମଧ୍ୟ ରହିସାରିଛନ୍ତି। ସେ ଫେବୃଆରୀ 2025ରେ ଚାମ୍ପିଅନ୍ସ ଟ୍ରଫିରେ ଉପ-ଅଧିନାୟକ ଥିଲେ। ସେ IPLରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ମଧ୍ୟ ହୋଇଛନ୍ତି। ତାଙ୍କ ଅଧିନାୟକତ୍ୱରେ, ଗୁଜରାଟ ଦଳ ପ୍ଲେଅଫରେ ପହଞ୍ଚିଛି।
ଗିଲ ଟେଷ୍ଟ କ୍ରିକେଟରେ ୩୨ଟି ମ୍ୟାଚ ଖେଳି ୩୫ ହାରରେ ୧୮୯୩ ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୫ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଗିଲ ସେନା ଦେଶ ଏବଂ ୱେଷ୍ଟଇଣ୍ଡିଜ୍ରେ ୧୩ଟି ମ୍ୟାଚ ଖେଳି ୫୫୯ ରନ କରିଛନ୍ତି। ୨୦୨୧ ମସିହାରେ ବ୍ରିସବେନ ଟେଷ୍ଟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୯୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେବେଠାରୁ, ଗିଲ ସେନା ଦେଶଗୁଡ଼ିକରେ କୌଣସି ଅର୍ଦ୍ଧଶତକ ହାସଲ କରିପାରି ନାହାଁନ୍ତି।
The post ଟେଷ୍ଟ ଅଧିନାୟକ ନାଁ ଘୋଷଣା କଲା ବିସିସିଆଇ: ରୋହିତଙ୍କ ସ୍ଥାନ ନେଲେ ଗିଲ୍ appeared first on Dharitri Odia News.