ଟେଷ୍ଟ ମ୍ୟାଚ୍‌ରେ ଚାଲୁନି ରୋହିତ ଶର୍ମାଙ୍କ ବ୍ୟାଟ୍, ଶେଷ ୧୪ ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ

ମୁମ୍ବାଇ ୨୭।୧୨ : ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ବାହାରୁନି ରନ୍‌ । ଆଉଟ୍‌ ଅଫ ଫର୍ମରେ ରୋହିତ ଶର୍ମା । ଶେଷ ୧୪ଟି ପାରିରେ ହାସଲ କରିଛନ୍ତି ଗୋଟିଏ ଅର୍ଦ୍ଧଶତକ । ବାକି ଅନ୍ୟ ସବୁ ଇନିଂସରେ ଆଖିଦୃଶିଆ ସ୍କୋର କରିନାହାନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ। ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ସିରିଜର ୪ର୍ଥ ମ୍ୟାଚ୍‌ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ପ୍ରାରମ୍ଭିକ ଝଟ୍‌କା ଲାଗିଛି । ରୋହିତ ଶର୍ମା ୩ ରନ୍‌ ଏବଂ କେଏଲ୍‌ ରାହୁଲ ୨୪ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି । ରୋହିତ ଶର୍ମାଙ୍କ ଲଗାତର ଭାବେ ଖରାପ ଫର୍ମର ଖେଲ ପ୍ରଦର୍ଶନ କରୁଛନ୍ତି । ପ୍ରଥମେ ଆଡିଲେଡ୍‌, ପରେ ବ୍ରିସ୍‌ବେନ୍‌ ଆଉ ଏବେ ମେଲବର୍ଣ୍ଣରେ ବି ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ବାହାରି ରନ୍‌ । ତିନୋଟି ମ୍ୟାଚ୍‌ର ଚାରୋଟି ପାରିକୁ ମିଶାଇ ରୋହିତ ଶର୍ମା ମୋଟ ୨୨ ରନ୍‌ କରିଛନ୍ତି । ଆଡିଲେଡ୍‌ର ପ୍ରଥମ ପାରିରେ ୩ ରନ୍‌ ଏବଂ ୨ୟ ପାରିରେ ୬ ରନ୍‌ କରିଥିବା ବେଳେ ବ୍ରିସବେନ୍‌ ଟେଷ୍ଟର ପ୍ରଥମ ପାରିରେ ୧୦ ରନ୍‌ କରି ଆଉଟ୍ ହୋଇଥିବା ବେଳେ ୨ୟ ଇନିଂସ ବର୍ଷା ଲାଗି ଧୋଇଯାଇଥିଲା । ଆଉ ଏବେ ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ୩ ରନ୍‌ କରି ଅଷ୍ଟ୍ରେଲିଆ କ୍ୟାପଟେନ୍‌ କମିନ୍ସଙ୍କ ଶିକାର ହୋଇଛନ୍ତି । ଆସନ୍ତୁ ଜାଣିବା ଶେଷ ୧୪ଟି ପାରିରେ କେଉଁ

ଟେଷ୍ଟ ମ୍ୟାଚ୍‌ରେ ଚାଲୁନି ରୋହିତ ଶର୍ମାଙ୍କ ବ୍ୟାଟ୍, ଶେଷ ୧୪ ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ

ମୁମ୍ବାଇ ୨୭।୧୨ : ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ବାହାରୁନି ରନ୍‌ । ଆଉଟ୍‌ ଅଫ ଫର୍ମରେ ରୋହିତ ଶର୍ମା । ଶେଷ ୧୪ଟି ପାରିରେ ହାସଲ କରିଛନ୍ତି ଗୋଟିଏ ଅର୍ଦ୍ଧଶତକ । ବାକି ଅନ୍ୟ ସବୁ ଇନିଂସରେ ଆଖିଦୃଶିଆ ସ୍କୋର କରିନାହାନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ। 

ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ସିରିଜର ୪ର୍ଥ ମ୍ୟାଚ୍‌ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ପ୍ରାରମ୍ଭିକ ଝଟ୍‌କା ଲାଗିଛି । ରୋହିତ ଶର୍ମା ୩ ରନ୍‌ ଏବଂ କେଏଲ୍‌ ରାହୁଲ ୨୪ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି । ରୋହିତ ଶର୍ମାଙ୍କ ଲଗାତର ଭାବେ ଖରାପ ଫର୍ମର ଖେଲ ପ୍ରଦର୍ଶନ କରୁଛନ୍ତି । ପ୍ରଥମେ ଆଡିଲେଡ୍‌, ପରେ ବ୍ରିସ୍‌ବେନ୍‌ ଆଉ ଏବେ ମେଲବର୍ଣ୍ଣରେ ବି ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ବାହାରି ରନ୍‌ । ତିନୋଟି ମ୍ୟାଚ୍‌ର ଚାରୋଟି ପାରିକୁ ମିଶାଇ ରୋହିତ ଶର୍ମା ମୋଟ ୨୨ ରନ୍‌ କରିଛନ୍ତି । ଆଡିଲେଡ୍‌ର ପ୍ରଥମ ପାରିରେ ୩ ରନ୍‌ ଏବଂ ୨ୟ ପାରିରେ ୬ ରନ୍‌ କରିଥିବା ବେଳେ ବ୍ରିସବେନ୍‌ ଟେଷ୍ଟର ପ୍ରଥମ ପାରିରେ ୧୦ ରନ୍‌ କରି ଆଉଟ୍ ହୋଇଥିବା ବେଳେ ୨ୟ ଇନିଂସ ବର୍ଷା ଲାଗି ଧୋଇଯାଇଥିଲା । ଆଉ ଏବେ ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ୩ ରନ୍‌ କରି ଅଷ୍ଟ୍ରେଲିଆ କ୍ୟାପଟେନ୍‌ କମିନ୍ସଙ୍କ ଶିକାର ହୋଇଛନ୍ତି । 

ଆସନ୍ତୁ ଜାଣିବା ଶେଷ ୧୪ଟି ପାରିରେ କେଉଁ ଟିମ୍‌ ବିରୋଧରେ କେତେ ରନ୍‌ କରିଛନ୍ତି ରୋହିତ ଶର୍ମା-

ଭାରତ ବନାମ ବାଂଲାଦେଶ ପ୍ରଥମ ଟେଷ୍ଟ- ୬, ୫

ଭାରତ ବନାମ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ- ୨୩, ୮

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ- ୨, ୫୨

ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ- ୦, ୮

ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ-୧୮, ୧୧

ଭାରତ ବନାମ ଅଷ୍ଟ୍ରେଲିଆ ୨ୟ ଟେଷ୍ଟ- ୩, ୬

ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ- ୧୦

ଭାରତ ବନାମ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ- ୩

ମେଲବର୍ଣ୍ଣ ଟେଷ୍ଟ, ହାତରେ କଳାପଟି ପିନ୍ଧି ମ୍ୟାଚ ଖେଳୁଛି ଭାରତୀୟ ଟିମ୍‌