ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ବିରାଟ କୋହଲିଙ୍କ ୧୦ମ ମାର୍କସିଟ୍ ଭାଇରଲ, ଗଣିତରେ ରଖିଥିଲେ ଏତିକି ନମ୍ବର

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଆଉ କିଛି ନୁହେଁ ବରଂ କିଙ୍ଗ କୋହଲିଙ୍କ ୧୦ମ ପରୀକ୍ଷା ମାର୍କସିଟ୍ ରହିଛି । ନିକଟରେ ସିବିଏସଇ ପକ୍ଷରୁ […] The post ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ବିରାଟ କୋହଲିଙ୍କ ୧୦ମ ମାର୍କସିଟ୍ ଭାଇରଲ, ଗଣିତରେ ରଖିଥିଲେ ଏତିକି ନମ୍ବର appeared first on KNews Odisha.

ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ବିରାଟ କୋହଲିଙ୍କ ୧୦ମ ମାର୍କସିଟ୍ ଭାଇରଲ, ଗଣିତରେ ରଖିଥିଲେ ଏତିକି ନମ୍ବର
virat 10th mark sheet

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଆଉ କିଛି ନୁହେଁ ବରଂ କିଙ୍ଗ କୋହଲିଙ୍କ ୧୦ମ ପରୀକ୍ଷା ମାର୍କସିଟ୍ ରହିଛି । ନିକଟରେ ସିବିଏସଇ ପକ୍ଷରୁ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।

ବିରାଟ କୋହଲିଙ୍କ ୧୦ମ ସିବିଏସଇ ମାର୍କସିଟ୍ ୨୦୦୪ର । ଏହାକୁ ପୂର୍ବରୁ ଆଇଏଏସ ଅଧିକାରୀ ଜିତିନ ଯାଦବ ୨୦୨୩ରେ ଶେୟାର କରିଥିଲେ । କିନ୍ତୁ ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପୁଣି ଭାଇରଲ ହେବାରେ ଲାଗିଛି ।

ମାର୍କସିଟରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ୬୦୦ ମାର୍କରୁ ୪୧୯ ମାର୍କ ରଖିଛନ୍ତି । ଇଂଲିଶରେ ୮୩, ସାମାଜିକ ବିଜ୍ଞାନରେ ୮୧, ହିନ୍ଦୀରେ ୭୫, ଗଣିତରେ ୫୧, ସାଇନ୍ସ ଏବଂ ଟେକ୍ନୋଲୋଜିରେ ୫୫ ଏବଂ ଆଇଟିରେ ୭୪ ମାର୍କ ରଖିଥିଲେ । ଏହି ମାର୍କସିଟକୁ @Jitin_IAS ଆକାଉଣ୍ଟରେ ସେୟାର କରାଯାଇଛି । ବିରାଟ କୋହଲିଙ୍କ ମାର୍କସିଟ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।


ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ବିଦାୟ ନେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିରାଟ ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା ନେଇଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନ ସାରା ମୋ ସହିତ ରଖି ଆଗକୁ ବଢ଼ିବି ।”

ପୂର୍ବରୁ ବିରାଟ କୋହଲି ଟି୨୦ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏହାପରେ ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳିବେ । କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ଅଧିନାୟକ ଭାବେ ସେ ୬୮ଟି ମ୍ୟାଚରେ ଭାରତର ନେତୃତ୍ବ ନେଇଛନ୍ତି । ସେଥିମଧ୍ୟରୁ ୪୦ଟିରେ ବିଜୟୀ ହୋଇଛି ଭାରତୀୟ ଦଳ । ଏହି ୬୮ଟି ମ୍ୟାଚରେ ସେ ୫୪.୮୦ ହାରରେ ୫ ହଜାର ୮୬୪ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ କୋହଲି ୨୦ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

Also Read :ଟିମ୍ ଇଣ୍ଡିଆ ଏସିଆ କପ୍ ନ ଖେଳିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ : ବିସିସିଆଇ ସଚିବ

 

The post ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ବିରାଟ କୋହଲିଙ୍କ ୧୦ମ ମାର୍କସିଟ୍ ଭାଇରଲ, ଗଣିତରେ ରଖିଥିଲେ ଏତିକି ନମ୍ବର appeared first on KNews Odisha.