ଟୋଙ୍ଗାରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଲର୍ଟ
ନୂଆଦିଲ୍ଲୀ,୩୦ା୩: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ଟୋଙ୍ଗା ନିକଟରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁଯାୟୀ ସୋମବାର (ସ୍ଥାନୀୟ ସମୟ) ପ୍ରତ୍ୟୁଷରେ ଟୋଙ୍ଗାର ମୁଖ୍ୟ ଦ୍ୱୀପରୁ ପ୍ରାୟ ୧୦୦ କିଲୋମିଟର (୬୨ ମାଇଲ) ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଘଟିଥିଲା। ଏହାପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ଏକ ସତର୍କତା ଜାରି ହୋଇଛି। […] The post ଟୋଙ୍ଗାରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଲର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୩: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ଟୋଙ୍ଗା ନିକଟରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ପାଇଁ ସୁନାମି ସତର୍କତା ଜାରି କରାଯାଇଛି।
ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁଯାୟୀ ସୋମବାର (ସ୍ଥାନୀୟ ସମୟ) ପ୍ରତ୍ୟୁଷରେ ଟୋଙ୍ଗାର ମୁଖ୍ୟ ଦ୍ୱୀପରୁ ପ୍ରାୟ ୧୦୦ କିଲୋମିଟର (୬୨ ମାଇଲ) ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଘଟିଥିଲା। ଏହାପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ଏକ ସତର୍କତା ଜାରି ହୋଇଛି। ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ସୁନାମି ଭୂମିକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର (୧୮୫ ମାଇଲ) ମଧ୍ୟରେ ଉପକୂଳକୁ ପ୍ରଭାବିତ କରିପାରେ। ତେବେ ବର୍ତମାନ ପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ।
ଟୋଙ୍ଗା ହେଉଛି ୧୭୧ଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏକ ପଲିନେସିଆନ୍ ରାଷ୍ଟ୍ର ଏବଂ ଏହାର ଜନସଂଖ୍ୟା ପ୍ରାୟ ୧୦୦,୦୦୦ ରୁ ଅଧିକ, ମୁଖ୍ୟ ଦ୍ୱୀପ ଟୋଙ୍ଗାଟାପୁରେ ଅଧିକାଂଶ ବାସ କରନ୍ତି। ଏହା ଅଷ୍ଟ୍ରେଲିଆର ଉପକୂଳରୁ ୩,୫୦୦ କିଲୋମିଟର (୨,୦୦୦ ମାଇଲ) ରୁ ଅଧିକ ପୂର୍ବରେ ଅବସ୍ଥିତ।
The post ଟୋଙ୍ଗାରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଲର୍ଟ appeared first on Dharitri Odia News.