ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି। ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଛନ୍ତି। ପାଟଣା ବିଧାୟକ ନିଜେ ଉତ୍ସାହିତ ହୋଇ ଝାଞ୍ଜ ବଜାଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ମହିଳା […] The post ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ appeared first on Dharitri Odia News.

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି। ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଛନ୍ତି। ପାଟଣା ବିଧାୟକ ନିଜେ ଉତ୍ସାହିତ ହୋଇ ଝାଞ୍ଜ ବଜାଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ମହିଳା କାର୍ଯ୍ୟକର୍ତ୍ତାମାନେ ଦଳୀୟ ପତାକା ଧରି ନାଚି ନାଚି ଲୋକଙ୍କୁ ବିଜୟ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ପୂର୍ବତନ ଜିଲା ସଭାପତି ଏବଂ କେନ୍ଦୁଝରଗଡ଼ ନଗର ସଭାପତି ଉପସ୍ଥିତ ଥିଲେ।

The post ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ appeared first on Dharitri Odia News.