ଟୋଲ୍ ଫ୍ରି ନମ୍ବରରୁ ଆସିଲା କଲ୍ ରାତାରାତି ବାଳାଶ୍ରମ ଗଲେ ଜିଲାପାଳ, ପରେ ଯାହା କଲେ…
ବାଲେଶ୍ୱର,୨୬।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ମାଗୁଣି ଚରଣ ବାଳାଶ୍ରମରେ ଅବ୍ୟବସ୍ଥା ଦେଖାଦେଇଛି। ଏ ସମ୍ପର୍କରେ ଅଭିଯୋଗ ପାଇ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଶନିବାର ରାତିରେ ଅଚାନକ ବାଳାଶ୍ରମ ପରିଦର୍ଶନ କରିଥିଲେ। ଘଟଣାର ତଦନ୍ତ କରିବା ସହ ବାଳାଶ୍ରମର ପରିଚାଳକଙ୍କ ଉପରେ ଖୁବ ବର୍ଷିଥିଲେ। ମୁତାବକ, ଉକ୍ତ ଅବାସିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ବିଭିନ୍ନ ସମସ୍ୟା ଭିତରେ ରହୁଥିବା, ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଟୋଲ୍ ଫ୍ରି ନମ୍ବରରେ ପିଲାମାନେ […] The post ଟୋଲ୍ ଫ୍ରି ନମ୍ବରରୁ ଆସିଲା କଲ୍ ରାତାରାତି ବାଳାଶ୍ରମ ଗଲେ ଜିଲାପାଳ, ପରେ ଯାହା କଲେ… appeared first on Dharitri Odia News.
ବାଲେଶ୍ୱର,୨୬।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ମାଗୁଣି ଚରଣ ବାଳାଶ୍ରମରେ ଅବ୍ୟବସ୍ଥା ଦେଖାଦେଇଛି। ଏ ସମ୍ପର୍କରେ ଅଭିଯୋଗ ପାଇ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଶନିବାର ରାତିରେ ଅଚାନକ ବାଳାଶ୍ରମ ପରିଦର୍ଶନ କରିଥିଲେ। ଘଟଣାର ତଦନ୍ତ କରିବା ସହ ବାଳାଶ୍ରମର ପରିଚାଳକଙ୍କ ଉପରେ ଖୁବ ବର୍ଷିଥିଲେ।
ମୁତାବକ, ଉକ୍ତ ଅବାସିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ବିଭିନ୍ନ ସମସ୍ୟା ଭିତରେ ରହୁଥିବା, ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଟୋଲ୍ ଫ୍ରି ନମ୍ବରରେ ପିଲାମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଜିଲାପାଳଙ୍କ ସମେତ ଆଇପିଏସ୍ ପ୍ରୋବେସନର ଅଭିଷେକ, ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ, ତହସିଲଦାର ରାଧାରଞ୍ଜନ ଦାସ ଓ ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଅଚାନକ ବାଳାଶ୍ରମରେ ପହଞ୍ଚତ୍ ପିଲାମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏଥି ସହ ହଷ୍ଟେଲ, ଶ୍ରେଣୀ କକ୍ଷ, ରୋଷେଇ ଘର, ପାଇଖାନା ଇଦ୍ୟାଦି ବୁଲି ଦେଖିଥିଲେ। ବାଳାଶ୍ରମର ପରିଚାଳକ ହରିହର ମହାପାତ୍ର ପିଲାଙ୍କୁ ନାନାଦି ନିର୍ଯାତନା ଦେଉଥିବା ପିଲାଙ୍କଠାରୁ ଅବଗତ ହେବା ପରେ ଜିଲାପାଳ ତାଙ୍କୁ ତାଗିଦା କରିଥିଲେ l
୧୫ ଦିନ ମଧ୍ୟରେ ବିଦ୍ୟାଳୟର ସମସ୍ତ ସମସ୍ୟାର ସାମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନ ହେଲେ ଛାତ୍ରୀଛାତ୍ରଙ୍କୁ ଅନ୍ୟ ହଷ୍ଟେଲକୁ ସ୍ଥାନାନ୍ତର କରି ବାଳାଶ୍ରମ ବନ୍ଦ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଥିଲେ।
The post ଟୋଲ୍ ଫ୍ରି ନମ୍ବରରୁ ଆସିଲା କଲ୍ ରାତାରାତି ବାଳାଶ୍ରମ ଗଲେ ଜିଲାପାଳ, ପରେ ଯାହା କଲେ… appeared first on Dharitri Odia News.