ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି। ଏକ ଟ୍ରକ ଧକ୍କାରେ ବାଇକରେ ଥିବା ଶଳା ଓ ଭିଣୋଇଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାମନ୍ତରାୟପୁର ଗ୍ରାମର ଗଦାଧର ପ୍ରଧାନ( ୪୫) ଓ ତାଙ୍କ ଭିଣୋଇ କରୁଣାକର ବିଶ୍ୱାଳ (୫୦) ବ୍ରହ୍ମପୁର ବଡ ମେଡିକାଲରୁ ନିଜ ଘରକୁ ଯାଉଥିବା ବେଳେ ନିକଟ ଟାଟା ପ୍ଲାଣ୍ଟ […] The post ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ appeared first on Dharitri Odia News.

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି। ଏକ ଟ୍ରକ ଧକ୍କାରେ ବାଇକରେ ଥିବା ଶଳା ଓ ଭିଣୋଇଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାମନ୍ତରାୟପୁର ଗ୍ରାମର ଗଦାଧର ପ୍ରଧାନ( ୪୫) ଓ ତାଙ୍କ ଭିଣୋଇ କରୁଣାକର ବିଶ୍ୱାଳ (୫୦) ବ୍ରହ୍ମପୁର ବଡ ମେଡିକାଲରୁ ନିଜ ଘରକୁ ଯାଉଥିବା ବେଳେ ନିକଟ ଟାଟା ପ୍ଲାଣ୍ଟ ଗେଟ ସମ୍ମୁଖ ଜାତୀୟ ରାଜପଥରେ ପଛପଟୁ ଆସୁଥିବା ଏକ ଟ୍ରକ (ନଂ ଏପି ୦୫ ଟିଡି ୭୪୩୯) ଭାରସାମ୍ୟ ହରାଇ ପଛରୁ ବାଇକକୁ ଧକ୍କା ଦେଇଥିଲା। ଯାହାଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହାର ସୂଚନା ପାଇ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ମୃତଦେହଞ୍‌କୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହିତ ଘଟଣାକୁ ଗୁରୁତ୍ୱ ନେଇ ତଦନ୍ତ କରୁଛନ୍ତି।

The post ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ appeared first on Dharitri Odia News.