ରେଲୱେ ଷ୍ଟେଶନରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ : ରତିରେ ନେଇଥିଲେ ଆଶ୍ରୟ ସକାଳେ…
ନୂଆପଡା,୧୮ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଜୋଙ୍କ୍ ଥାନା ଖଡ଼ିଆଳ ରୋଡ୍ ରେଲୱେ ଷ୍ଟେଶନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ କଣ୍ଟାବାଞ୍ଜି ରେଲୱେ ପୋଲିସ ଶନିବାର ଜବତ କରିଛି। ଖବର ଲେଖା ହେବା ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଖଡ଼ିଆଳ ରୋଡ୍ ରେଲୱେ ଷ୍ଟେଶନ ନିକଟରେ ଜଣେ ଅଜଣା ବ୍ୟକ୍ତି ଆଶ୍ରୟ ନେଇଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ଷ୍ଟେଶନର ସାମଗ୍ରୀ ପରିବହନ ହେଉଥିବା ସ୍ଥାନରେ ପଡ଼ିଥିଲା। ଏନେଇ ସ୍ଥାନୀୟ […] The post ରେଲୱେ ଷ୍ଟେଶନରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ : ରତିରେ ନେଇଥିଲେ ଆଶ୍ରୟ ସକାଳେ… appeared first on Dharitri Odia News.
ନୂଆପଡା,୧୮ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଜୋଙ୍କ୍ ଥାନା ଖଡ଼ିଆଳ ରୋଡ୍ ରେଲୱେ ଷ୍ଟେଶନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ କଣ୍ଟାବାଞ୍ଜି ରେଲୱେ ପୋଲିସ ଶନିବାର ଜବତ କରିଛି। ଖବର ଲେଖା ହେବା ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଖଡ଼ିଆଳ ରୋଡ୍ ରେଲୱେ ଷ୍ଟେଶନ ନିକଟରେ ଜଣେ ଅଜଣା ବ୍ୟକ୍ତି ଆଶ୍ରୟ ନେଇଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ଷ୍ଟେଶନର ସାମଗ୍ରୀ ପରିବହନ ହେଉଥିବା ସ୍ଥାନରେ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ରେଲୱେ ପୋଲିସକୁ ଖବର ଦେଇଥିଲେ। ଶନିବାର କଣ୍ଟାବାଞ୍ଜି ରେଲୱେ ପୋଲିସ (ଜିଆର୍ପି) ଏଏସ୍ଆଇ ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ସେ ଛତିଶଗଡ଼ ବିଳାସପୁର ଅଞ୍ଚଳର ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ମୃତଦେହ ମର୍ଗ ହାଉସରେ ରହିଛି। ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ପରିବାର ଲୋକ ଆସିଲେ ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜିଆର୍ପି ପୋଲିସ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ଖଡ଼ିଆଳ ରୋଡ୍ ସହରରେ ସେଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ।
The post ରେଲୱେ ଷ୍ଟେଶନରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ : ରତିରେ ନେଇଥିଲେ ଆଶ୍ରୟ ସକାଳେ… appeared first on Dharitri Odia News.