ଟ୍ରକ ଧକ୍କାରେ ୩ ମୃତ, ପୁଲିସର ତଦନ୍ତ ଜାରି
ନୂଆପଡ଼ା: ଟ୍ରକ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲଖନ ଥାନା ଦଲଦଲି ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଭାଇ ଓ ଜଣେ ସମ୍ପର୍କୀୟ ଥିବା ଜଣାପଡ଼ିଛି। କଲରାପଡ଼ା ଗାଁକୁ ଫେରୁଥିବାବେଳେ ଏକ ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେମାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଟ୍ରକଟି ସେମାନଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ଚମ୍ପଟ ମାରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

ନୂଆପଡ଼ା: ଟ୍ରକ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲଖନ ଥାନା ଦଲଦଲି ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଭାଇ ଓ ଜଣେ ସମ୍ପର୍କୀୟ ଥିବା ଜଣାପଡ଼ିଛି। କଲରାପଡ଼ା ଗାଁକୁ ଫେରୁଥିବାବେଳେ ଏକ ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେମାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଟ୍ରକଟି ସେମାନଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ଚମ୍ପଟ ମାରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।