ଟ୍ରକ ପଛପଟେ ବସ ପିଟି ହୋଇ ୩ ଆହତ
ବାଲେଶ୍ୱର : ସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ଆଜି ଭୋର ୪ ଟା ସମୟରେ କାଳିଆନନା ନାମକ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ୬୦ ରୁ ଉର୍ଧ୍ଵ ଯାତ୍ରୀ ନେଇ ପଶ୍ଚିମବଙ୍ଗ ଦୀଘା ଅଭିମୁଖେ ଯାଉଥିଲା । […]

ବାଲେଶ୍ୱର : ସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ,ଆଜି ଭୋର ୪ ଟା ସମୟରେ କାଳିଆନନା ନାମକ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ୬୦ ରୁ ଉର୍ଧ୍ଵ ଯାତ୍ରୀ ନେଇ ପଶ୍ଚିମବଙ୍ଗ ଦୀଘା ଅଭିମୁଖେ ଯାଉଥିଲା । ତେବେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ୧୬ ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ ପଛପଟୁ ଜୋରରେ ଧକ୍କା ଦେଇଥିଲା, ଯାହା ଫଳରେ ବସ୍ର ଆଗ ପଟ ଭାଙ୍ଗି ଚୂରମାର ହୋଇଯାଇଥିଲା, ବସ୍ର ଆଗ ସିଟ୍ ରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଖବରପାଇ ରାଜପଥ ପାଟ୍ରୋଲିଂ ପୋଲିସ ସହିତ ବସ୍ତା ଥାନା ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରିବା ସହିତ ଗାଡି ଦୁଇଟିକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି I