ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ

ବାଲେଶ୍ୱର : ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ I ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ । ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ବାଇକ୍ ଧକ୍କା ଦେବାରୁ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟଜଣେ ଗୁରତର ଅଛନ୍ତି । ମୃତକ ଦୁଇ ଜଣ ବସ୍ତା ଅଞ୍ଚଳରର ବୋଲି ଜଣାପଡ଼ିଛି। ସୂଚନାନୁସାରେ,ଗତକାଲି ବସ୍ତା ଥାନା […]

ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ
ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ

ବାଲେଶ୍ୱର : ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ I ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ । ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ବାଇକ୍ ଧକ୍କା ଦେବାରୁ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟଜଣେ ଗୁରତର ଅଛନ୍ତି । ମୃତକ ଦୁଇ ଜଣ ବସ୍ତା ଅଞ୍ଚଳରର ବୋଲି ଜଣାପଡ଼ିଛି।

ସୂଚନାନୁସାରେ,ଗତକାଲି ବସ୍ତା ଥାନା ଅଧୀନସ୍ଥ ବୃନ୍ଦାବନପୁର ଗ୍ରାମର ଦୁଇ ଜଣ ଏବଂ ବାହାର୍ଦ୍ଦା ଗ୍ରାମର ଜଣେ ଯୁବକଙ୍କୁ ମିଶାଇ ମୋଟ ୩ ଜଣ ଗୋଟିଏ ବାଇକରେ ତାଳସାରି ବେଳାଭୂମିକୁ ବୁଲିବାକୁ ଯାଇ ରାତିରେ ଫେରୁଥିଲେ। ଏହି ସମୟରେ ଉଲୁଡ଼ା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ବାଇକଟି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇଜଣଙ୍କ ଘର ବସ୍ତାରେ ହୋଇଥିବାବେଳେ ଉଭୟେ କମର୍ଦା ବିଦ୍ୟୁତ ବିଭାଗର କର୍ମଚାରୀ I ଘନକୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି I ଦୁର୍ଘଟଣା ସମ୍ପର୍କରେ ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।