ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା, ୨ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ହାଇସ୍କୁଲ ନିକଟରେ ସୋମବାର ଏକ ଟ୍ରକ ସହ  ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।  ଫଳରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତିମାନଙ୍କ ମଧ୍ୟ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ନାହଣା ଗାଁର ରାଜୀବ ଦିଗାଲ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ତେମେଙ୍ଗି ଗାଁର ଚନ୍ଦ୍ରଶେଖର ମଲିକ ବୋଲି ଜଣାପଡିଛି। ସୂଚନା ଅନୁସାରେ ଫିରିଙ୍ଗିଆରୁ ବାଲିଗୁଡା ଯାଉଥିବା ଏକ ଟ୍ରକ  ବାଲିଗୁଡାରୁ […]

ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା, ୨ ଗୁରୁତର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ହାଇସ୍କୁଲ ନିକଟରେ ସୋମବାର ଏକ ଟ୍ରକ ସହ  ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।  ଫଳରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତିମାନଙ୍କ ମଧ୍ୟ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ନାହଣା ଗାଁର ରାଜୀବ ଦିଗାଲ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ତେମେଙ୍ଗି ଗାଁର ଚନ୍ଦ୍ରଶେଖର ମଲିକ ବୋଲି ଜଣାପଡିଛି।
ସୂଚନା ଅନୁସାରେ ଫିରିଙ୍ଗିଆରୁ ବାଲିଗୁଡା ଯାଉଥିବା ଏକ ଟ୍ରକ  ବାଲିଗୁଡାରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ରାସ୍ତା  ପଡିଯାଇଥିଲେ। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଗୁରୁତର ଦୁଇ ବାଇକ ଆରୋହୀଙ୍କୁ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫିରିଙ୍ଗିଆରୁ ଫୁଲବାଣୀ ଜିଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ଟ୍ରକ ଡ୍ରାଇଭର ଟ୍ରକ ସହ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।