ଟ୍ରକରେ ନିଆଁ, ଅଳ୍ପକେ ରକ୍ଷା ପାଇଲେ ଚାଳକ

ଆଠଗଡ/ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ଅଡାଳ ନିକଟରେ ଏକ ଟ୍ରକରେ ସର୍ଟସର୍କିଟ ହୋଇ ହଠାତ ନିଆଁ ଲାଗି ଯାଇଥିଲା । ସୂଚନା ପାଇ ଆଠଗଡ ଦମକଳ ବାହିନୀ ତୁରନ୍ତ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯିବାରୁ ରକ୍ଷା ପାଇଯାଇଛି । କେନ୍ଦୁଝର ଆଡୁ ଲୁହାପଥର ନେଇ ଦିନ ପ୍ରାୟ ୧.୩୦ ବେଳେ ପାରାଦୀପ ଆଡକୁ ଯାଉଥିବା ଉକ୍ତ ୧୨ ଚକିଆ ଟ୍ରକର କେବିନରେ […]

ଟ୍ରକରେ ନିଆଁ, ଅଳ୍ପକେ ରକ୍ଷା ପାଇଲେ ଚାଳକ

ଆଠଗଡ/ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ଅଡାଳ ନିକଟରେ ଏକ ଟ୍ରକରେ ସର୍ଟସର୍କିଟ ହୋଇ ହଠାତ ନିଆଁ ଲାଗି ଯାଇଥିଲା । ସୂଚନା ପାଇ ଆଠଗଡ ଦମକଳ ବାହିନୀ ତୁରନ୍ତ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯିବାରୁ ରକ୍ଷା ପାଇଯାଇଛି । କେନ୍ଦୁଝର ଆଡୁ ଲୁହାପଥର ନେଇ ଦିନ ପ୍ରାୟ ୧.୩୦ ବେଳେ ପାରାଦୀପ ଆଡକୁ ଯାଉଥିବା ଉକ୍ତ ୧୨ ଚକିଆ ଟ୍ରକର କେବିନରେ ହଠାତ ଧୂଆଁ ବାହାରିବା ଦେଖି ଚାଳକ ଅଡାଳ ନିକଟରେ ଗାଡି ରଖି ଓହ୍ଲାଇ ପଡି ଆଠଗଡ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । ଦମକଳ ବାହିନୀ ଆଠଗଡରୁ ଆସି ପହଞ୍ଚିବା ବେଳକୁ କେବିନ ଜଳୁଥିବାବେଳେ ଭିତରେ ରୋଷେଇ ପାଇଁ ରହିଥିବା ଏକ ୫ ଲିଟର ବିଶିଷ୍ଟ ଗ୍ୟାସ ଟାଙ୍କି ଫାଟି ନିଆଁ ଜଳୁଥିଲା । ଦମକଳ ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଆଁକୁ ଆୟତ୍ତ କରିବା ଫଳରେ ଟ୍ରକ ସମ୍ପୂର୍ଣ୍ଣ ଜଳିଯିବାରୁ ରକ୍ଷା ପାଇଯାଇଥିଲା ।

ସଡକ ଦୁର୍ଘଟଣାରେ ଯୁବକ ମୃତ