ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଆଇ ଟି ଆଇ ସମ୍ମୁଖରେ ଅପରାହ୍ନରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ ପରିବାରର ପୁଅ ସମେତ ମା,ବାପାଙ୍କ ଗୋଡ଼ ଭାଙ୍ଗିବା ସହ ଗୁରୁତର ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ନର୍ଲା ବ୍ଲକ ଉଲିକୁପା ଗ୍ରାମର ଭାଗିରଥି ଝାଙ୍କର (୩୩) ଓ ତାଙ୍କ ମା’ କରଫୁଲ(୫୫),ବାପା ପରମାନନ୍ଦ (୬୧) ବୋଲି ଜଣାପଡିଛି। ଭାଗିରଥି ତାଙ୍କ ମା’ ଓ […] The post ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼ appeared first on Dharitri Odia News.

ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଆଇ ଟି ଆଇ ସମ୍ମୁଖରେ ଅପରାହ୍ନରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ ପରିବାରର ପୁଅ ସମେତ ମା,ବାପାଙ୍କ ଗୋଡ଼ ଭାଙ୍ଗିବା ସହ ଗୁରୁତର ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସେମାନେ ହେଲେ ନର୍ଲା ବ୍ଲକ ଉଲିକୁପା ଗ୍ରାମର ଭାଗିରଥି ଝାଙ୍କର (୩୩) ଓ ତାଙ୍କ ମା’ କରଫୁଲ(୫୫),ବାପା ପରମାନନ୍ଦ (୬୧) ବୋଲି ଜଣାପଡିଛି। ଭାଗିରଥି ତାଙ୍କ ମା’ ଓ ବାପା ସହିତ ଭଉଣୀ ଘରୁ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ଆଇ ଟି ଆଇ ସମ୍ମୁଖରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ଡ଼ାକ୍ତର ଖାନା ନିଆଯାଇଥିଲା।

The post ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼ appeared first on Dharitri Odia News.