ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର
କୋଲକାତା,୧୬ା୯: ଆର୍.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା ହୋଇଛି। ଡାକ୍ତରମାନଙ୍କ ଅନ୍ୟତମ ମୁଖ୍ୟ ଦାବି ରାଜ୍ୟର ସମସ୍ତ ସରକାରୀ ହସ୍ପଟାଲର ଭିତ୍ତିଭୂମି ବିକାଶକୁ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ୪ ଥର ଡାକ୍ତରମାନଙ୍କୁ ବୈଠକ ପାଇଁ ଡାକିଥିଲେ ମଧ୍ୟ ଆଲୋଚନା […] The post ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର appeared first on Dharitri Odia News.
କୋଲକାତା,୧୬ା୯: ଆର୍.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା ହୋଇଛି। ଡାକ୍ତରମାନଙ୍କ ଅନ୍ୟତମ ମୁଖ୍ୟ ଦାବି ରାଜ୍ୟର ସମସ୍ତ ସରକାରୀ ହସ୍ପଟାଲର ଭିତ୍ତିଭୂମି ବିକାଶକୁ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ୪ ଥର ଡାକ୍ତରମାନଙ୍କୁ ବୈଠକ ପାଇଁ ଡାକିଥିଲେ ମଧ୍ୟ ଆଲୋଚନା ହୋଇପାରି ନ ଥିଲା। ସୋମବାର ପଞ୍ଚମ ଥର ପାଇଁ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ପ୍ରାୟ ୩୦ ଜଣ ଡାକ୍ତର ସନ୍ଧ୍ୟା ୬ଟା ୨୦ରେ ମମତାଙ୍କ କାଳୀଘାଟସ୍ଥିତ ବାସଭବନରେ ପହଞ୍ଚି ଥିଲେ। ଡାକ୍ତରମାନଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେବା ପାଇଁ ମମତା ନିବେଦନ କରିବା ସହ ଆଲୋଚନା ମାଧ୍ୟମରେ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ ହୋଇପାରିବ ବୋଲି କହିଥିଲେ। ପୂର୍ବରୁ ଡାକ୍ତରମାନେ ଆଲୋଚନାର ସିଧା ପ୍ରସାରଣ ଦାବିରେ ଅଟଳ ରହିଥିବାବେଳେ ସୋମବାର ଉକ୍ତ ଦାବିରୁ ଓହରିଯାଇଥିଲେ। ତେବେ ସେମାନେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ କୋଲକାତା ପୋଲିସ କମିଶନରଙ୍କ ବହିଷ୍କାର ଦାବିକୁ ଦୋହରାଇଛନ୍ତି।
The post ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର appeared first on Dharitri Odia News.