ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ : ୧୦ରୁ ଉର୍ଦ୍ଧ୍ବ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର

ନୟାଗଡ ୨୬।୧: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ। ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ୨ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗାଡିରେ ୧୪ ଜଣ ରହିଥିଲେ । ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ହୋଇଛି । ଆହତମାନେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି । ଖୋର୍ଦ୍ଧାରୁ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ କୁହୁଡି ଏବଂ ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଛି । ଭବାନୀପାଟଣା ଅଞ୍ଚଳର ୧୪ ଜଣିଆ ଗୃପ୍ ଶନିବାର ସନ୍ଧ୍ଯାରେ ଖୋର୍ଦ୍ଧା ଅଞ୍ଚଳରେ ବଜାସାଲ୍ ଡ୍ଯାନ୍ସ କରି ଫେରୁଥିଲେ । ରବିବାର ଭୋର୍ ପ୍ରାୟ ୪ଟା ସମୟରେ ଇଟାମାଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ପିଟିଥିଲା ଟ୍ରାକ୍ସ । ପ୍ରବଳ କୁହୁଡି ସହ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି । ସମସ୍ତ ଆହତ ଏବଂ ଗୁରୁତରଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ଦୁଇ ଗୁରୁତର କମଳ ଲୋଚନ ସରାଫ୍ ଏବଂ ତୋଫାନ ମାଝୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । You Can Read:

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ : ୧୦ରୁ ଉର୍ଦ୍ଧ୍ବ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର

ନୟାଗଡ ୨୬।୧: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ। ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ୨ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗାଡିରେ ୧୪ ଜଣ ରହିଥିଲେ । ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ହୋଇଛି । ଆହତମାନେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି । 

ଖୋର୍ଦ୍ଧାରୁ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ କୁହୁଡି ଏବଂ ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଛି । ଭବାନୀପାଟଣା ଅଞ୍ଚଳର ୧୪ ଜଣିଆ ଗୃପ୍ ଶନିବାର ସନ୍ଧ୍ଯାରେ ଖୋର୍ଦ୍ଧା ଅଞ୍ଚଳରେ ବଜାସାଲ୍ ଡ୍ଯାନ୍ସ କରି ଫେରୁଥିଲେ । ରବିବାର ଭୋର୍ ପ୍ରାୟ ୪ଟା ସମୟରେ ଇଟାମାଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ପିଟିଥିଲା ଟ୍ରାକ୍ସ । ପ୍ରବଳ କୁହୁଡି ସହ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି । ସମସ୍ତ ଆହତ ଏବଂ ଗୁରୁତରଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ଦୁଇ ଗୁରୁତର କମଳ ଲୋଚନ ସରାଫ୍ ଏବଂ ତୋଫାନ ମାଝୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । 

You Can Read: