ଟ୍ରକ୍‌କୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ନେଇ ବସ୍ତାରୁ ବାଲେଶ୍ୱର ଯାଉଥିଲା

ଆମ୍ବୁଲାନ୍ସଟି ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ମିରିଗିମୁଣ୍ଡି ଛକରେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହା ପରେ ଆମ୍ବୁଲାନ୍ସଟିରେ ନିଆଁ ଲାଗି ଯାଇଥିଲା।

ଟ୍ରକ୍‌କୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ନେଇ ବସ୍ତାରୁ ବାଲେଶ୍ୱର ଯାଉଥିଲା

ଟ୍ରକ୍‌କୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ମିରିଗିମୁଣ୍ଡି ଛକରେ।

ଆମ୍ବୁଲାନ୍ସଟି ବସ୍ତାରୁ ରୋଗୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଆମ୍ବୁଲାନ୍ସଟି ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ମିରିଗିମୁଣ୍ଡି ଛକରେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହା ପରେ ଆମ୍ବୁଲାନ୍ସଟିରେ ନିଆଁ ଲାଗି ଯାଇଥିଲା। ଆମ୍ବୁଲାନ୍ସଟି ପୂରା ଜଳି ଯାଇଛି।

ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ରୁପସା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ‌