ଟ୍ରକ୍କୁ ପିଟିଲା କାର୍, ୧୦ ମୃତ
ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ୍ସପ୍ରେସ୍ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ଏକ ଦୃତଗାମୀ କାର୍ ଟ୍ରକ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା।
ଏକ୍ସପ୍ରେସ୍ ୱେରେ ଟ୍ରକ୍କୁ ପଛ ପାର୍ଶ୍ୱରୁ ପିଟିଦେଲା ଦ୍ରୁତଗାମୀ କାର୍। ଆଜି ଅପରାହ୍ନରେ ଏପରି ଭୟଙ୍କର ଦୁର୍ଘଟଣା ଗୁଜରାଟର ଅହମଦାବାଦ-ଭଦଦୋରା ଏକ୍ସପ୍ରେସ୍ ୱେ’ରେ ଘଟିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଦୁଇ ଜଣ ଛୋଟ ପିଲା ଅଛନ୍ତି।
ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ୍ସପ୍ରେସ୍ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ଏକ ଦୃତଗାମୀ କାର୍ ଟ୍ରକ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭିତରେ ୨ ଜଣ ପିଲା ଥିବା ଖେଦା ଏସ୍ପି ରାଜେଶ ଗଦିୟା କହିଛନ୍ତି।