ଟ୍ରମ୍ପ ଟାରିଫ୍କୁ ଚେକ୍ ଦେବାକୁ ମୋଦୀ ସରକାରଙ୍କ ପଦକ୍ଷେପ ! ୟୁରୋପ ସହ ବାଣିଜ୍ୟ ପାଇଁ ଆଲୋଚନା
ନୂଆଦିଲ୍ଲୀ: ଆମେରିକାର ପାଲଟା ଶୁଳ୍କ କାରଣରୁ ବିଶ୍ବ ବଜାରରେ ଦେଖାଦେଇଛି ବାଣିଜ୍ୟିକ ଅନିଶ୍ଚିତତା। ଅନେକ ଦେଶ ଏହାକୁ ନେଇ ଏବେ ଚିନ୍ତାରେ। କାରଣ ଟ୍ରମ୍ପ ଲଗାଇଥିବା ଏହି ଉଚ୍ଚ ଶୁଳ୍କ ସେମାନଙ୍କୁ କ୍ଷତିରେ ପକାଇପାରେ। ଏହାରି ମଧ୍ୟରେ ଭାରତ ଟ୍ରମ୍ପଙ୍କ ଏହ ଶୁଳ୍କ ପ୍ରଭାବରୁ ବର୍ତ୍ତିବା ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ଯୋଜନା କରୁଛି। ଏହି କ୍ରମରେ ଭାରତ ଏବେ ୟୁରୋପୀୟ ୟୁନିୟନ (ଇୟୁ) ସହ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପାଇଁ ଯୋଜନା କରୁଛି।ଜାତୀୟ ଗଣମାଧ୍ୟମରେ ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ‘ୟୁରୋପୀୟ ୟୁନିୟନ ସହ ପ୍ରସ୍ତାବିତ ଏଫଟିଏ ଉପରେ ଦୁଇଟି ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇସାରିଛି।’ ଉଭୟ ପକ୍ଷ ପୂର୍ବରୁ ମାର୍ଚ୍ଚ ମାସରେ ବ୍ରସେଲ୍ସରେ ପ୍ରଥମ ପର୍ଯ୍ୟାୟ ବୁଝାମଣା ପାଇଁ ୧୦ମ ଥର ପାଇଁ ଆଲୋଚନା କରିଥିଲେ। ଆଗାମୀ ଆଲୋଚନା ମେ ମାସରେ ନୂଆଦିଲ୍ଲୀରେ ହୋଇପାରେ। ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ସହ ମଧ୍ୟ ଦୁଇଟି ପର୍ଯ୍ୟାୟ ବାଣିଜ୍ୟିକ ଆଲୋଚନା କରିଥିଲା।ସୂଚନାଥାଉକି, ଦୁଇ ପର୍ଯ୍ୟାୟ ଆଲୋଚନାରେ ଉଭୟ ପକ୍ଷ ଏଭଳି କ୍ଷେତ୍ର ଉପରେ ଆଲୋଚନା କରିଥାନ୍ତି, ଯାହା ଉପରେ ସହଜରେ ସହମତି ହୋଇପାରିବ। ଜଟିଳ ବାଣିଜ୍ୟିକ ପ୍ରସଙ୍ଗକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ରଖିଦିଆଯାଏ।ଅଧିକାରୀ କହିଛନ୍ତି ଗତ ମାସରେ ବରିଷ୍ଠ ରାଜନୈତିକ ନେତାଙ୍କ ସହ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷ ଉର୍ସୁ
ନୂଆଦିଲ୍ଲୀ: ଆମେରିକାର ପାଲଟା ଶୁଳ୍କ କାରଣରୁ ବିଶ୍ବ ବଜାରରେ ଦେଖାଦେଇଛି ବାଣିଜ୍ୟିକ ଅନିଶ୍ଚିତତା। ଅନେକ ଦେଶ ଏହାକୁ ନେଇ ଏବେ ଚିନ୍ତାରେ। କାରଣ ଟ୍ରମ୍ପ ଲଗାଇଥିବା ଏହି ଉଚ୍ଚ ଶୁଳ୍କ ସେମାନଙ୍କୁ କ୍ଷତିରେ ପକାଇପାରେ। ଏହାରି ମଧ୍ୟରେ ଭାରତ ଟ୍ରମ୍ପଙ୍କ ଏହ ଶୁଳ୍କ ପ୍ରଭାବରୁ ବର୍ତ୍ତିବା ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ଯୋଜନା କରୁଛି। ଏହି କ୍ରମରେ ଭାରତ ଏବେ ୟୁରୋପୀୟ ୟୁନିୟନ (ଇୟୁ) ସହ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପାଇଁ ଯୋଜନା କରୁଛି।
ଜାତୀୟ ଗଣମାଧ୍ୟମରେ ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ‘ୟୁରୋପୀୟ ୟୁନିୟନ ସହ ପ୍ରସ୍ତାବିତ ଏଫଟିଏ ଉପରେ ଦୁଇଟି ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇସାରିଛି।’ ଉଭୟ ପକ୍ଷ ପୂର୍ବରୁ ମାର୍ଚ୍ଚ ମାସରେ ବ୍ରସେଲ୍ସରେ ପ୍ରଥମ ପର୍ଯ୍ୟାୟ ବୁଝାମଣା ପାଇଁ ୧୦ମ ଥର ପାଇଁ ଆଲୋଚନା କରିଥିଲେ। ଆଗାମୀ ଆଲୋଚନା ମେ ମାସରେ ନୂଆଦିଲ୍ଲୀରେ ହୋଇପାରେ। ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ସହ ମଧ୍ୟ ଦୁଇଟି ପର୍ଯ୍ୟାୟ ବାଣିଜ୍ୟିକ ଆଲୋଚନା କରିଥିଲା।
ସୂଚନାଥାଉକି, ଦୁଇ ପର୍ଯ୍ୟାୟ ଆଲୋଚନାରେ ଉଭୟ ପକ୍ଷ ଏଭଳି କ୍ଷେତ୍ର ଉପରେ ଆଲୋଚନା କରିଥାନ୍ତି, ଯାହା ଉପରେ ସହଜରେ ସହମତି ହୋଇପାରିବ। ଜଟିଳ ବାଣିଜ୍ୟିକ ପ୍ରସଙ୍ଗକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ରଖିଦିଆଯାଏ।
ଅଧିକାରୀ କହିଛନ୍ତି ଗତ ମାସରେ ବରିଷ୍ଠ ରାଜନୈତିକ ନେତାଙ୍କ ସହ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲିଏନ ଭାରତ ଗସ୍ତରେ ଆସିଥିଲେ। ଆଉ ଏହି ସମୟରେ ଏଫଟିଏ ଉପରେ ତାଙ୍କ ସହ ହୋଇଥିବା ହୋଇଥିବା କଥାବାର୍ତ୍ତା ସକାରାତ୍ମକ ଥିଲା।
ସେପଟେ ବାଣିଜ୍ୟିକ ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଲଗାଯାଇଥିବା ଉଚ୍ଚ ସୀମା ଶୁଳ୍କ, ଭାରତ ଏବଂ ୟୁରୋପୀୟ ୟୁନିୟନ ମଧ୍ୟରେ ଆର୍ଥିକ ସମ୍ବନ୍ଧକୁ ମଜଭୁତ କରିବ। କାରଣ ୟୁରୋପୀୟ ସଂଘ ୮ ବର୍ଷ ପରେ ୨୦୨୨ରେ ଏଫଟିଏ ଉପରେ ପୁଣି କଥାବାର୍ତ୍ତା ଆରମ୍ଭ କରିଛି। ଯାହା ୨୦୧୩ରେ ମୁକ୍ତ ବାଣିଜ୍ୟ ନୀତି ଉପରେ ମତଭେଦ କାରଣରୁ ବନ୍ଦ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଭାରତର ସମୁଦାୟ ରପ୍ତାନୀରେ ୟୁରୋପୀୟ ୟୁନିୟନର ଭାଗ ପ୍ରାୟ ୧୭ ପ୍ରତିଶତ ରହିଛି, ଯେତେବେଳେକି ଭାରତକୁ ୟୁରୋପୀୟ ୟୁନିୟନର ରପ୍ତାନୀ ୯ ପ୍ରତିଶତ ରହିଛି।